ଶ୍ରୀନଗର:ଉତ୍ତର କାଶ୍ମୀର କୁପଓ୍ବାଡା ଜିଲ୍ଲାରେ ଅଘଟଣ । ସୁରକ୍ଷାକର୍ମୀଙ୍କ ଗୁଳିରେ ଦୁଇ ଜଣ ସାଧାରଣ ଜନତା ଆହତ ହୋଇଥିବା ଅଭିଯୋଗ ହୋଇଛି । ଆହତଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରାଯାଇଛିିି । ଆଜି ଅପରାହ୍ନ ପ୍ରାୟ ସାଢେ ଗୋଟାଏ ବେଳେ ଏହି ଅଘଟଣା ଘଟିଥିବା ସୂଚନା ମିଳିଛି । ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଚାପା ଉତ୍ତେଜନା ଲାଗି ରହିଥିବାରୁ କୌଣସି ଅପ୍ରିତିକର ସ୍ଥିତି ଏଡାଇବା ପାଇଁ ବ୍ୟାପକ ସୁରକ୍ଷା ବଳ ମୂତୟନ କରାଯାଇଛି ।
ସ୍ଥାନୀୟ ଲୋକଙ୍କ ଅଭିଯୋଗ ଅନୁସାରେ, ସ୍ଥାନୀୟ ଅଞ୍ଚଳରେ ଥିବା ଏକ ମସଜିଦରେ ଲୋକମାନେ ପ୍ରାର୍ଥନା (ନମାଜ ପାଠ) କରୁଥିବା ବେଳେ ସୁରକ୍ଷା ବଳ ପ୍ରବେଶ କରିବା ସହ ସେମାନଙ୍କ ଭିଡିଓ ଉତ୍ତୋଳନ କରିଥିଲେ । ଭିଡିଓ ଉତ୍ତୋଳନ ପଛରେ କଣ କାରଣ ତା ସୁରକ୍ଷାକର୍ମୀମାନେ ଅବଗତ ନକରିବାରୁ ସେଠାରେ ଉପସ୍ଥିତ ଜଣେ ବୟସ୍କ ବ୍ୟକ୍ତି ଏହାକୁ ବିରୋଧ କରିଥିଲେ । ପରେ କିଛି ସ୍ଥାନୀୟ ଯୁବକ ମଧ୍ୟ ଏହି ପ୍ରତିବାଦରେ ସାମିଲ ହୋଇ ସ୍ଲୋଗାନ ଦେଇଥିଲେ।