ଅଗରତାଲା: ଦେଶରେ କୋରୋନାର ଦ୍ବିତୀୟ ଲହରୀ ଭୟଙ୍କର ସ୍ଥିତି ଉପୁଜାଇଛି । ସଂକ୍ରମଣ ବଢୁଥିବାରୁ ଘୋର ଅକ୍ସିଜେନ ସଙ୍କଟ ଦେଇ ଗତି କରୁଛି ଦେଶ । ପ୍ରତିଦିନ କୋରୋନା ଆକ୍ରାନ୍ତ ରୋଗୀ ଅକ୍ସିଜେନ ଅଭାବରୁ ଛଟପଟ ହୋଇ ପ୍ରାଣ ହରାଉଛନ୍ତି । ଅକ୍ସିଜେନ ଅଭାବରୁ ଏବେ ମୃତ୍ୟୁ ସଂଖ୍ୟା ବଢିଚାଲିଛି । ପ୍ରତିଟି ଲୋକଙ୍କ ଏହି ନିଶ୍ବାସ-ପ୍ରଶ୍ବାସକୁ ସୁରକ୍ଷିତ ରଖିବାକୁ ତ୍ରିପୁରା ବନ ବିଭାଗ ଭିନ୍ନ ପ୍ରୟାସ କରିଛି ।
ତ୍ରିପୁରା ବନ ବିଭାଗର ଭିନ୍ନ ପ୍ରୟାସ, ନିର୍ମାଣ କରିବ ଅମ୍ଳଜାନ ପାର୍କ - ଅମ୍ଳଜାନ ପାର୍କ
ଦେଶରେ କୋରୋନାର ଦ୍ବିତୀୟ ଲହରୀ ଭୟଙ୍କର ସ୍ଥିତି ଉପୁଜାଇଛି । ସଂକ୍ରମଣ ବଢୁଥିବାରୁ ଘୋର ଅକ୍ସିଜେନ ସଙ୍କଟ ଦେଇ ଗତି କରୁଛି ଦେଶ । ଏହି ସମୟରେ ତ୍ରିପୁରା ବନବିଭାଗ ଏକ ଅମ୍ଲଜାନ ପାର୍କ ପ୍ରସ୍ତୁତ କରୁଛି । ଅଧିକ ପଢନ୍ତୁ...
ଯେଉଁ ସମୟରେ ଜୀବନ ରକ୍ଷାକାରୀ ଅମ୍ଲଜାନ ଯୋଗାଣ ଅଭାବକୁ ଦୂର କରିବାକୁ ଦେଶ ସଂଘର୍ଷ କରୁଛି । ସେତେବେଳେ ତ୍ରିପୁରା ବନ ବିଭାଗ ଲୋକଙ୍କୁ ସମ୍ପୂର୍ଣ୍ଣ ଭିନ୍ନ ଉପାୟରେ ଅମ୍ଲଜାନ ଯୋଗାଇବ। ଯଦିଓ ଏହି ଉପାୟ ମେଡିକାଲରେ କୌଣସି ପ୍ରକାରର ସହାୟକ ହୋଇପାରିବ ନାହିଁ, କିନ୍ତୁ ସ୍ବଚ୍ଛ ଓ ନିର୍ମଳ ଅମ୍ଲଜାନ ଗ୍ରହଣରେ ଲୋକଙ୍କୁ ସାହାଯ୍ୟ କରିବ । ତ୍ରିପୁରା ବନବିଭାଗ ଏକ ଅମ୍ଲଜାନ ପାର୍କ ପ୍ରସ୍ତୁତ କରୁଛି । ପାର୍କର ଗେଟ ଫୁସଫୁସ ଆକୃତିର ତିଆରି କରାଯାଇଛି। ପାର୍କଟି ଅଗରତାଲା ଠାରୁ ପ୍ରାୟ 4 କିମି ଦୂରର ଥିବା ଶାଳ ବଗିଚାର ଘନ ଜଙ୍ଗଲରେ ନିର୍ମାଣ କରୁଛି । 29.6 ହେକ୍ଟର ଜମିରେ ଏହା ନିର୍ମାଣ କରାଯାଉଛି । ଖୁବଶୀଘ୍ର ଏହି ପାର୍କର ଉଦଘାଟନ କରାଯିବ ବୋଲି ବନବିଭାଗ ଅଧିକାରୀ କହିଛନ୍ତି ।
ଏହି ପାର୍କର ଗୋଟିଏ ପାର୍ଶ୍ୱରେ ବହୁ ସଂଖ୍ୟକ ଶାଳ ଗଛ ଲଗାଯାଇଛି। ଦେଶୀ ପ୍ରଜାତିର ରଙ୍ଗୀନ ଅର୍କିଡ୍ ଭଳି ବିଭିନ୍ନ ପ୍ରକାରର ଔଷଧୀୟ ବୃକ୍ଷ, ଫୁଲ ଏବଂ ଔଷଧୀୟ ଗଛ ଦେଖିବାକୁ ମିଳିଛି । ପଶ୍ଚିମ ଜିଲ୍ଲା ସଦର ସାମାଜିକ ବନବିଭାଗ ପରିସର ଅଧିକାରୀ ଜଗତ ବାହାଦୂର ଦେବରମା କହିଛନ୍ତି ଯେ, ଏହି ପାର୍କ ଶହୀଦ ସ୍ମୃତିରେ ନିର୍ମାଣ କରାଯାଇଛି । ଜଙ୍ଗଲ ଓ ପରିବେଶର ସୁରକ୍ଷା ପାଇଁ ଡ୍ୟୁଟିରେ ମୃତ୍ୟୁବରଣ କରିଥିବା ବନ ବିଭାଗର ସମସ୍ତ କର୍ମଚାରୀଙ୍କ ସ୍ମୃତିରେ ଏହା କରାଯାଇଛି । ସେପ୍ଟେମ୍ବର 11, 2020 ରେ ଏହି ପାର୍କ ସୃଷ୍ଟି କରାଯାଇଥିଲା। ପାର୍କରେ ଉପଲବ୍ଧ ଏହି ଗଛଗୁଡିକର ଉପକାରିତା ବିଷୟରେ ଲୋକଙ୍କୁ ଅବଗତ କରାଇବା ପାଇଁ ଜଙ୍ଗଲ ବିଭାଗ ଗଛ ଉପରେ ପୃଥକ QR କୋଡ୍ ସ୍ଥିର କରିଛନ୍ତି । ପିଲାମାନଙ୍କ ପାଇଁ କିଛି ମୌଳିକ ଖେଳ ସାମଗ୍ରୀ ଏବଂ ଯୋଗ ପ୍ରଦର୍ଶନ ପାଇଁ ଏକ ସ୍ୱତନ୍ତ୍ର ସ୍ଥାନ ମଧ୍ୟ ଏହି ପାର୍କରେ ରଖାଯାଇଛି ।