ଓଡିଶା

odisha

ତ୍ରିପୁରା ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ଘର ଉପରକୁ ଆକ୍ରମଣ

ତ୍ରିପୁରା ପୂର୍ବତନ ମୁଖ୍ୟମନ୍ତ୍ରୀ ବିପ୍ଳବ ଦେବଙ୍କ ପୈତୃକ ଘର ଉପରକୁ କିଛି ଦୁର୍ବୃତ୍ତ ଆକ୍ରମଣ କରିଛନ୍ତି ( attacked on tripura former CM residence ) । ଅଧିକ ପଢନ୍ତୁ

By

Published : Jan 4, 2023, 9:55 AM IST

Published : Jan 4, 2023, 9:55 AM IST

Tripura Mob attacks priests
attacks priests outside former CM Biplab Deb residence

ଅଗରତାଲା:ତ୍ରିପୁରା ଗୋମତି ଜିଲ୍ଲା ଉଦୟପୁରରେଥିବା ତ୍ରିପୁରା ପୂର୍ବତନ ମୁଖ୍ୟମନ୍ତ୍ରୀ ବିପ୍ଳବ ଦେବଙ୍କ ପୈତୃକ ଘର ଉପରକୁ ଆକ୍ରମଣ ହୋଇଛି ( attacked on tripura former CM residence ) । କିଛି ଅଜଣା ଲୋକ ଏହି ଆକ୍ରମଣ କରିଥିବା ଜଣାପଡିଛି । ତ୍ରିପୁରା ପୂର୍ବତନ ମୁଖ୍ୟମନ୍ତ୍ରୀ ବିପ୍ଳବ ଦେବଙ୍କ ଘର ସହିତ କିଛି ଜିନିଷରେ ନିଆଁ ଲଗାଇ ଦେଇଛନ୍ତି । ତାଙ୍କ ଘରେ ଥିବା ଜଣେ ପୂଜାରୀଙ୍କ ଉପରେ ମଧ୍ୟ ଆକ୍ରମଣ କରିଛନ୍ତି । ଘଟଣାକୁ ନେଇ ସ୍ଥାନୀୟ ଲୋକ ଧାରଣାରେ ବସିଛନ୍ତି ।

ମଙ୍ଗଳବାର ବିଳମ୍ବିତ ରାତିରେ ଏହି ଘଟଣା ଘଟିଛି । ଘଟଣା ସେବେ ଘଟିଛି ଯେବେ ଦଳେ ପୂଜାରୀ ଗୋଷ୍ଠୀ ଉଦୟପୁର ଜାମଜୁରୀ ଅଞ୍ଚଳରେ ଥିବା ତ୍ରିପୁରା ପୂର୍ବତନ ମୁଖ୍ୟମନ୍ତ୍ରୀ ବିପ୍ଳବ ଦେବଙ୍କ ଘରକୁ ଆସିଥିଲେ । ରିପୋର୍ଟ ଅନୁସାରେ ଦୁର୍ବୃତ୍ତ ମାନେ ପୂଜକଙ୍କ ଉପରକୁ ଆକ୍ରମଣ କରିବା ସହ ଗାଡି ଭଙ୍ଗାରୁଜା କରିଥିଲେ । ସେଠାରେ ଉପସ୍ଥିତ ଥିବା ଲୋକ ଏବଂ ସ୍ଥାନୀୟ ଲୋକମାନେ ପୁରୋହିତମାନଙ୍କୁ ସାହାଯ୍ୟ କରିଥିଲେ । ଏହି ସମୟରେ ଦୁର୍ବୃତ୍ତମାନେ ଘଟଣାସ୍ଥଳରୁ ଚମ୍ପଟ ମାରିଥିଲେ ।

ଏହା ବି ପଢନ୍ତୁ...Delhi Woman Dragged By Car: ପୀଡିତାଙ୍କ ସହ ଥିଲେ ଅନ୍ୟଜଣେ ଯୁବତୀ, କହିଲେ ଜାଣିଥିଲା ଡ୍ରାଇଭର

ପୁରୋହିତମାନେ ତ୍ରିପୁରା ପୂର୍ବତନ ମୁଖ୍ୟମନ୍ତ୍ରୀ ବିପ୍ଳବ ଦେବଙ୍କ ବାପାଙ୍କ ଶ୍ରାଦ୍ଧ ବାର୍ଷିକୀ ସମାରୋହରେ ବିଜେପି ରାଜ୍ୟସଭା ସାଂସଦଙ୍କ ବାସଭବନକୁ ଯଜ୍ଞ ପାଇଁ ଯାଇଥିଲେ । ଏହି ସମୟରେ ଦୁର୍ବୃତ୍ତମାନେ ଏହି କାଣ୍ଡ ଘଟାଇଛନ୍ତି । ଘଟଣାକୁ ନେଇ ଜିତେନ୍ଦ୍ର କୌଶିକ ନାମକ ଜଣେ ବ୍ୟକ୍ତି କହିଛନ୍ତି ,'' ମୁଁ ମାଆ ତ୍ରୁପର ସୁ୍ନ୍ଦରୀ ମନ୍ଦିର ଦର୍ଶନ କରିବାକୁ ଆସିଥିଲି । ଏହାପରେ ମୋ ଗୁରୁଜୀଙ୍କ ନିର୍ଦ୍ଦେଶରେ ହେବାକୁ ଥିବା ଯଜ୍ଞର ବ୍ୟବସ୍ଥା ଦେଖିବାକୁ ଆସିଥିଲି । ଅଚାନକ ଏକ ଗୋଷ୍ଠୀ ଆମ ଉପରେ ଆକ୍ରମଣ କରିଥିଲେ । ମୋ ଗାଡି ମଧ୍ୟ ଭଙ୍ଗାରୁଜା କରିଛନ୍ତି । ପାଟି ଶୁଣି କିଛି ଲୋକ ଆସି ଆମକୁ ସାହାଯ୍ୟ କଲେ ସେମାନ ଫେରାର ହୋଇଗଲେ । ସେମାନେ ସିପିଆଇ (ଏମ) ବୋଲି ନାରା ଦେଉଥିଲେ । ଘଟଣାକୁ ନେଇ ସ୍ଥାନୀୟ ଲୋକ ଧାରଣାରେ ବସିଛନ୍ତି ।

ଏହା ବି ପଢନ୍ତୁ...ଅଗ୍ନିବୀରଙ୍କୁ ଅବସର ଦେବାକୁ ସମସ୍ତ ରାଜ୍ୟ ସରକାର ଓ ଘରୋଇ କ୍ଷେତ୍ରକୁ ପ୍ରତିରକ୍ଷା ମନ୍ତ୍ରୀଙ୍କ ଅପିଲ୍‌

ଘଟଣାସ୍ଥଳରେ ପୋଲିସ ଫୋର୍ସ ମୁତୟନ ହୋଇଛନ୍ତି । ପୋଲିସ ଅଫିସର ନିରୁପମା ଦବାରମ ଏବଂ ଅତିରିକ୍ତ ପୋଲିସ ସୁପରିଟେଣ୍ଡଣ୍ଟ ଦେବରଞ୍ଜନ ରୟ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ଉପରେ ନଜର ରଖିଛନ୍ତି ।

ABOUT THE AUTHOR

...view details