ଅଗରତାଲା:୮ମାସ ତଳେ ନାବାଳିକାକୁ ବିବାହ କରିଥିଲେ ଯୁବକ । ଅଗ୍ନିକୁ ସାଖି ରଖି ସାତ ଜନ୍ମର ସାଥି ହେବା ପାଇଁ କଥା ଦେଇଥିଲେ । ହେଲେ ସାତଜନ୍ମ ପାଇଁ ଦେଇଥିବା କଥା ଗୋଟିଏ ବର୍ଷ ମଧ୍ୟ ତିଷ୍ଠିଲା ନାହିଁ । ପରିବାରକୁ ଛାରଖାର କରିଦେଲା ନିଶା । ବିବାହ ପରଠାରୁ ନିଶା ସେବନ କରି ନାବାଳିକା ସ୍ତ୍ରୀକୁ ନିର୍ଯାତନା ଦେଉଥିଲା ସ୍ବାମୀ । ହେଲେ ମଙ୍ଗଳବାର ସୀମା ଟପିଥିଲା ନିଶାସକ୍ତ ସଇତାନ ସ୍ବାମୀ । ରକ୍ଷାକବଚରୁ ରାକ୍ଷାସ ପାଲଟି ଯାଇଥିଲା । ସ୍ତ୍ରୀକୁ ହତ୍ୟା କରି ୨ଖଣ୍ଡ କରି ଜଙ୍ଗଲରେ ଲୁଚାଇଥିଲା ପିଶାଚ । ଗତକାଲି(ଶନିବାର) ଅଭିଯୁକ୍ତ ଯୁବକକୁ ଗିରଫ କରିବା ସହ ନାବାଳିକାର ୨ଖଣ୍ଡ ଶରୀରକୁ ଉଦ୍ଧାର କରିଛି ପୋଲିସ । ଉକ୍ତ ମୃତ ମହିଳା ହେଲେ ତନୁଜା ବେଗମ ।
ତନୁଜାଙ୍କ ଭାଇଙ୍କ କହିବା ଅନୁସାରେ, ୧୫ବର୍ଷୀୟ ତନୁଜା ବେଗମ ୮ମାସ ପୂର୍ବେ କାଏଲ ମିଆକୁ ବିବାହ କରିଥିଲେ । କିନ୍ତୁ ବୈବାହିକ ଜୀବନରେ ଖୁସି ନଥିଲା । ତନୁଜା ନିଖୋଜ ରହିଛି ବୋଲି ଶୁକ୍ରବାର ଦିନ ମାଆ ଜାଣିବାକୁ ପାଇଥିଲେ । ଏହାପରେ ସେ ତନୁଜା ରହୁଥିବା ମୁସଲିମପରା ଅଞ୍ଚଳରୁ ଆସିଥିଲେ । କିନ୍ତୁ ସେଠାରେ ଝିଅକୁ ପାଇନଥିଲେ । ଘରେ ରକ୍ତ ଦାଗ ଦେଖିବାକୁ ପାଇଥିଲେ । ରକ୍ତ ଦେଖି ଧୌର୍ଯ୍ୟହରା ହୋଇ କାନ୍ଦିଥିଲେ । ଏହାପରେ ଝିଅକୁ ଖୋଜିବା ପାଇଁ ସ୍ଥାନୀୟ ପୋଲିସର ଦ୍ବାରସ୍ଥ ହୋଇଥିଲେ । ଅଭିଯୋଗ କ୍ରମେ ଏସଡିପିଓ ଆଶିଷ ଦାସଗୁପ୍ତା କାଏମ ମିଆକୁ ଖୋଜିବା ପାଇଁ ଏକ ଟିମ ଗଠନ କରିଥିଲେ । କିଛି ଘଣ୍ଟା ପରେ ଜଙ୍ଗଲରୁ ତାଙ୍କୁ ଠାବ କରାଯାଇଥିଲା ।