ଅଗରତାଲା: ହତ୍ୟା ଉଦ୍ୟମ ମାମଲାରେ ରବିବାର ଗିରଫ ହୋଇଥିବା ତୃଣମୂଳ ଯୁବ କଂଗ୍ରେସ ସଭାପତି ତଥା ଅଭିନେତ୍ରୀ ସାୟୋନି ଘୋଷଙ୍କୁ ମିଳିଲା ଜାମିନ। ଆଇପିସିର ଧାରା 153, 153(A) , 506, ୩୦୭ ଓ 120(B) ଅନୁଯାୟୀ ତାଙ୍କ ବିରୋଧରେ ଇଷ୍ଟ ଅଗରତାଲା ମହିଳା ପୋଲିସ ଷ୍ଟେସନରେ ମାମଲା ରୁଜ୍ଜୁ ହୋଇଥିଲା ।
ସାୟୋନି ଘୋଷଙ୍କ ଓକିଲ ଶଙ୍କର ଲୋଧ କହିଛନ୍ତି ଯେ, ଅତିରିକ୍ତ ମୁଖ୍ୟ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ କୋର୍ଟରେ ସୋମବାର ଘୋଷଙ୍କୁ ହାଜର କରାଯାଇଥିଲା । ଯେଉଁଠାରେ ସିଜେଏମ ସୋମ୍ୟ ବିକାଶ ଦାସ ତାଙ୍କୁ ଜାମିନ ପ୍ରଦାନ କରିଛନ୍ତି । ଏହାସହିତ ତଦନ୍ତକାରୀ ଅଫିସରଙ୍କୁ ତଦନ୍ତରେ ସହଯୋଗ ଏବଂ ୨୦ ହଜାରର ବ୍ୟକ୍ତିଗତ ବଣ୍ଡ ବଦଳରେ ସାୟୋନିଙ୍କୁ କୋର୍ଟ ଜାମିନ ଦେଇଛନ୍ତି।