ଅଗରତାଲା: କୋରୋନାରେ ଆକ୍ରାନ୍ତ ହେଲେ ତ୍ରିପୁରା ମୁଖ୍ୟମନ୍ତ୍ରୀ ବିପ୍ଲବ କୁମାର ଦେବ । ତାଙ୍କର କୋଭିଡ ଟେଷ୍ଟ ରିପୋର୍ଟ ପଜେଟିଭ ଆସିଛି । ଏନେଇ ଆଜି(ବୁଧବାର) ମୁଖ୍ୟମନ୍ତ୍ରୀ ଟ୍ବିଟ କରି ସୂଚନା ଦେଇଛନ୍ତି ।
ଏବେ ଡାକ୍ତରଙ୍କ ପରାମର୍ଶ ଅନୁଯାୟୀ, ସେ ନିଜକୁ ଅଲଗା ରଖିଛନ୍ତି । ଏହାସହ ସେ ଅନ୍ୟମାନଙ୍କୁ କୋଭିଡ ନିୟମ ମାନିବାକୁ ପରାମର୍ଶ ଦେବା ସହ ନିଜ ସମ୍ପର୍ଶରେ ଆସିଥିବା ଲୋକଙ୍କୁ ମଧ୍ୟ କୋଭିଡ ପରୀକ୍ଷା କରିବାକୁ କହିଛନ୍ତି ।