ଶ୍ରୀନଗର: 73ତମ ଗଣତନ୍ତ୍ର ଦିବସ ପାଳିଲେ କାଶ୍ମୀରବାସୀ । ଘାଟିର ବିଭିନ୍ନ ସ୍ଥାନରେ ତ୍ରିରଙ୍ଗା ଉତ୍ତୋଳନ କରି ସାଧାରଣତନ୍ତ୍ର ଦିବସ ପାଳିବା ସହ ଭାରତୀୟ ଅଖଣ୍ଡତାର ପରିଚୟ ଦେଇଛନ୍ତି କାଶ୍ମୀର ଯୁବପିଢି । ସର୍ବଦା ଚର୍ଚ୍ଚା ଓ ବିବାଦରେ ରହିଆସୁଥିବା ଶ୍ରୀନଗର ଐତିହାସିକ ଲାଲଚୌକ କ୍ଲକ୍ ଟାୱାରରେ ମଧ୍ୟ ସ୍ବାଧୀନତା ପରେ ପ୍ରଥମ ଥର ତ୍ରିରଙ୍ଗା ଉତ୍ତୋଳନ କରିଯାଇଛି ।
ଐତିହାସିକ ଲାଲଚୌକରେ ତ୍ରିରଙ୍ଗା ଉଡାଇଲେ କାଶ୍ମୀରବାସୀ ସ୍ବାଧୀନତା ପରେ ଏହା ପ୍ରଥମ ଥର ପାଇଁ ଲାଲଚୌକର ଅଗ୍ରଭାଗରେ ଥିବା କ୍ଲକ୍ ଟାୱାର ଉପରେ ଜାତୀୟ ପତାକା ଉତ୍ତୋଳନ କରାଯାଇଛି । ଗଣତନ୍ତ୍ର ଦିବସ ପାଳନ ଅବସରରେ ସ୍ଥାନୀୟ କାଶ୍ମୀରବାସୀ, କେତେକ ଏନଜିଓ ଏବଂ ସ୍ଥାନୀୟ ପ୍ରଶାସନର ମିଳିତ ସହଯୋଗରେ ଏହି ପତାକା ଉତ୍ତୋଳନ କାର୍ଯ୍ୟକ୍ରମ କରାଯାଇଥିଲା । ଦୁଇଜଣ ସ୍ଥାନୀୟ ସାମାଜିକ କାର୍ଯ୍ୟକର୍ତ୍ତା ସାଜିଦ୍ ୟୁସୁଫ୍ ଶାହା ଏବଂ ସାହିଲ ବଶୀର ଲାଲଚୌକର କ୍ଲକ ଟାଓ୍ବାରରେ ତ୍ରିରଙ୍ଗା ଉଡାଇଥିଲେ ।
ଐତିହାସିକ ଲାଲଚୌକରେ ତ୍ରିରଙ୍ଗା ଉଡାଇଲେ କାଶ୍ମୀରବାସୀ ସ୍ୱାଧୀନତା ପରଠାରୁ ବିଭିନ୍ନ ସମୟରେ ବିବାଦରେ ରହିଆସିଛି ଲାଲଚୌକ । କେତେବେଳେ ବିଚ୍ଛିନ୍ନତାବାଦୀଙ୍କ ଦ୍ବାରା ପାକିସ୍ତାନ ପତାକା ତ ଆଉ କେତେବେଳେ ଆତଙ୍କବାଦୀ ଗୋଷ୍ଠୀର ପତାକାରେ ସଜ୍ଜିତ ହୋଇ ଲାଲଚୌକ ଭାରତର ଅଖଣ୍ଡତା ପ୍ରତି ଆହ୍ବାନ ସୃଷ୍ଟି କରିଆସିଥିଲା । ତେବେ ଗତ କିଛି ବର୍ଷ ମଧ୍ୟରେ ଘାଟିରେ ସ୍ଥିତିରେ ସୁଧାର ଆସିବା ସହ ଶାନ୍ତି ମଧ୍ୟ ଫେରିଛି । ସେନା ଉପରକୁ ସ୍ଥାନୀୟ ବାସିନ୍ଦାଙ୍କ ପଥର ମାଡ, ପାକିସ୍ତାନୀ ଓ ଆତଙ୍କୀ ପତାକା ଧରି ଶୋଭାଯାତ୍ରା, କିମ୍ବା ଆତଙ୍କବାଦୀର ମୃତ୍ୟୁରେ ଶୋକସଭା ପରି ଅଭବାନୀୟ ଘଟଣା ପ୍ରାୟତଃ ଦେଖିବାକୁ ମିଳୁନି ।
ପରେ କାଶ୍ମୀରରୁ ଧାରା ୩୭୦ ରଦ୍ଦ ହେବା ପରେ ସ୍ଥିତିରେ ସମ୍ପୂର୍ଣ୍ଣ ପରିବର୍ତ୍ତନ ଆସିବା ପରି ଲକ୍ଷ୍ୟ କରାଯାଉଛି । ଚଳିତବର୍ଷ ସାଧାରଣ ଦିବସରେ କାଶ୍ମୀର ଯେ ଭାରତର ଅବିଚ୍ଛେଦ ଅଙ୍ଗ, ଏକଥା କାଶ୍ମୀରବାସୀ ନିଜେ ପ୍ରମାଣିତ କରିଛନ୍ତି । ରାଜଧାନୀ ଶ୍ରୀନଗର ସମେତ ଘାଟିର ଅନେକ ଅଞ୍ଚଳରେ ବେସ ଉତ୍ସୁକତାର ଜାତୀୟ ପତକା ଉଡାଇଛନ୍ତି କାଶ୍ମୀରବାସୀ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ