ଓଡିଶା

odisha

ETV Bharat / bharat

ଶେଷ ପର୍ଯ୍ୟାୟରେ Zydus Cadila ଭ୍ୟାକ୍ସିନର ଟ୍ରାଏଲ, 12 ରୁ 18 ବର୍ଷ ବୟସ୍କ ନେବେ ଟିକା

ଶେଷ ପର୍ଯ୍ୟାୟରେ Zydus Cadila ଭ୍ୟାକ୍ସିନ ଟ୍ରାଏଲ । ଆସନ୍ତା ଜୁଲାଇ କିମ୍ବା ଅଗଷ୍ଟ ମଧ୍ୟରେ ଲୋକଙ୍କ ପାଖକୁ ପହଞ୍ଚିବ । ଏ ନେଇ ସୂଚନା ଦେଇଛନ୍ତି କେନ୍ଦ୍ରୀୟ କୋଭିଡ କାର୍ଯ୍ୟକାରୀ ଗୃପର ଅଧ୍ୟକ୍ଷ ଡାକ୍ତର ଏନ କେ ଅରୋରା । ଅଧିକ ପଢନ୍ତୁ...

By

Published : Jun 27, 2021, 5:13 PM IST

Trial for Zydus Cadila vaccine
ଶେଷ ପର୍ଯ୍ୟାୟରେ Zydus Cadila ଭ୍ୟାକ୍ସିନ ଟ୍ରାଏଲ,12 ରୁ 18 ବର୍ଷ ବୟସ୍କଙ୍କୁ ଦିଆଯିବ

ନୂଆଦିଲ୍ଲୀ: ଶେଷ ପର୍ଯ୍ୟାୟରେ Zydus Cadila ଭ୍ୟାକ୍ସିନ ଟ୍ରାଏଲ । ଆସନ୍ତା ଜୁଲାଇ କିମ୍ବା ଅଗଷ୍ଟ ମଧ୍ୟରେ ଲୋକଙ୍କ ପାଖକୁ ପହଞ୍ଚିବ । ଏ ନେଇ ସୂଚନା ଦେଇଛନ୍ତି କେନ୍ଦ୍ରୀୟ କୋଭିଡ କାର୍ଯ୍ୟକାରୀ ଗୃପର ଅଧ୍ୟକ୍ଷ ଡାକ୍ତର ଏନ କେ ଅରୋରା । ଏହି ଭ୍ୟାକ୍ସିନ 12 ରୁ 18 ବର୍ଷ ବୟସ୍କଙ୍କୁ ଦିଆଯିବ ।

ଦେଶରେ ଚାଲିଛି କୋରୋନାର ଟୀକାକରଣ ପ୍ରକ୍ରିୟା । ବର୍ତମାନ 12 ରୁ 18 ବର୍ଷ ବୟସ୍କଙ୍କ ପାଇଁ ଭ୍ୟାକ୍ସିନ ପ୍ରସ୍ତୁତ କରୁଛି ଭାରତୀୟ ଫାର୍ମାଟିସ୍ୟୁକାଲ କମ୍ପାନୀ ଜାୟଡସ କାଡିଲା । Zydus Cadila ଦ୍ବାରା ପ୍ରସ୍ତୁତ ଭ୍ୟାକ୍ସିନର ଟ୍ରାୟଲ ବର୍ତ୍ତମାନ ଶେଷ ପର୍ଯ୍ୟାୟରେ ରହିଛି । ଆସନ୍ତା ଜୁଲାଇ କିମ୍ବା ଅଗଷ୍ଟ ମାସ ମଧ୍ୟରେ ଟୀକାକରଣ ପ୍ରକ୍ରିୟା ଆରମ୍ଭ କରାଯିବା ସମ୍ଭାବନା ରହିଛି । ଏନେଇ କେନ୍ଦ୍ର ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି ।

କୋରୋନା ମହାମାରୀର ଦ୍ବିତୀୟ ପର୍ଯ୍ୟାୟ ମୁକାବିଲା ଚାଲିଛି । ବର୍ତ୍ତମାନ ସାରା ଦେଶରେ ଟୀକାକରଣ ପ୍ରକ୍ରିୟାକୁ ତ୍ବରାନ୍ବିତ କରାଯାଉଛି । ଲୋକଙ୍କ ପାଖକୁ ଟୀକା ପହଞ୍ଚାଇବା ସହ ଟୀକା ନେବା ପାଇଁ ଲୋକଙ୍କୁ ସଚେତନ କରାଯାଉଛି । ସେହିପରି ତୃତୀୟ ଲହରୀକୁ ନେଇ ମଧ୍ୟ ଆରମ୍ଭ ହୋଇଯାଇଛି ଚର୍ଚ୍ଚା । ଏହାକୁ ନଜରରେ ରଖି ସରକାର ମଧ୍ୟ ପ୍ରସ୍ତୁତି କରିଛନ୍ତି । ତୃତୀୟ ଲହରୀରେ ଅଧିକ ମାତ୍ରାରେ ଶିଶୁ ମାନେ ସଂକ୍ରମିତ ହେବା ଆଶଙ୍କା କରିଛନ୍ତି ବିଶେଷଜ୍ଞ ।

ABOUT THE AUTHOR

...view details