ଇଟାନଗର: ଅରୁଣାଚଳ ପ୍ରଦେଶ ସରକାର ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ 1 ଲକ୍ଷ ତ୍ରିରଙ୍ଗା ରଙ୍ଗର ଖଦି ମାସ୍କ କ୍ରୟ କରିବ । ମହାମାରୀ କୋରୋନାର ଭୟାବହତାକୁ ଦେଖି ଏଭଳି ପଦକ୍ଷେପ ନେଇଛନ୍ତି ସରକାର ।
ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ 1 ଲକ୍ଷ ଖଦି ମାସ୍କ କ୍ରୟ କରିବ ଅରୁଣାଚଳ ସରକାର - ଜାନୁୟାରୀ ମାସରେ ସ୍କୁଲ ଖୋଲାଯିବ ଖବର
ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ 1 ଲକ୍ଷ ତ୍ରିରଙ୍ଗା ରଙ୍ଗର ଖଦି ମାସ୍କ କ୍ରୟ କରିବ ଅରୁଣାଚଳ ପ୍ରଦେଶ ସରକାର । ରାଜ୍ୟରେ ଆସନ୍ତା ଜାନୁୟାରୀ ମାସରେ ସ୍କୁଲ ଖୋଲାଯିବ ଏହାକୁ ଦୃଷ୍ଟିରେ ରଖି ସରକାର ନିଷ୍ପତ୍ତି ନେଇଛନ୍ତି । ଅଧିକ ପଢନ୍ତୁ...
ଆସନ୍ତା 2021 ଜାନୁୟାରୀ ମାସରେ ରାଜ୍ୟରେ ସ୍କୁଲ ଖୋଲାଯିବ । ଏହାକୁ ଦୃଷ୍ଟିରେ ରଖି ସରକାର ଛାତ୍ରଛାତ୍ରୀଙ୍କ ସୁରକ୍ଷା ପାଇଁ ଏହି ପଦକ୍ଷେପ ନେଇଛନ୍ତି । ଏ ନେଇ ସରକାର ରାଜ୍ୟ ଖଦି ଓ ଗ୍ରାମଦ୍ୟୋଗ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି । ଆସନ୍ତା ଜାନୁୟାରୀ 4 ତାରିଖରୁ ରାଜ୍ୟରେ ସ୍କୁଲ ଖୋଲାଯିବ । ପୂର୍ବରୁ ମଧ୍ୟ 60000 ମାସ୍କ ରାଜ୍ୟ ସରକାରଙ୍କୁ ଯୋଗାଇଥିଲା ଖଦି ଓ ଗ୍ରାମଦ୍ୟୋଗ ବିଭାଗ । ଖଦି ମାସ୍କ ବ୍ୟବହାର କରିଥିବା ଦଶମ ଓ ଦ୍ବାଦଶ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ଠାରୁ ମତାମତ ଗ୍ରହଣ କରାଯିବା ପରେ ସରକାର ଆହୁରି 1 ଲକ୍ଷ ଖଦି ମାସ୍କ ପାଇଁ ଅର୍ଡର ଦେଇଛନ୍ତି ।
ଉତ୍ତରପୂର୍ବାଞ୍ଚଳ ରାଜ୍ୟର ପ୍ରଥମ ରାଜ୍ୟ ଭାବରେ ଅରୁଣାଚଳ ପ୍ରଦେଶ ବହୁ ପରିମାଣରେ ଛାତ୍ରଛାତ୍ରୀଙ୍କ ପାଇଁ ଖଦି ମାସ୍କ କ୍ରୟ କରିଛନ୍ତି । ଖଦି ଓ ଗ୍ରାମଦ୍ୟୋଗ ବିଭାଗ ପକ୍ଷରୁ ତିଆରି କରାଯାଉଥିବା ଏହି ମାସ୍କର ତ୍ରିରଙ୍ଗା ରଙ୍ଗ ହୋଇଥିବାବେଳେ ଡୋବଲ ଲେୟରର କଟନ ବସ୍ତ୍ରରେ ପ୍ରସ୍ତୁତ କରାଯାଇଛି ।