ଓଡିଶା

odisha

Satyendar Jains viral video: ମାଲିସ ନୁହେଁ ଫିଜିଓଥେରାପୀ ଚିକିତ୍ସା କହିଲେ ସିସୋଦିଆ

By

Published : Nov 19, 2022, 4:39 PM IST

ଜେଲ ଭିତରେ ଦିଲ୍ଲୀ ସ୍ବାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦ୍ର ଜୈନଙ୍କୁ ମାଲିସକୁ ନେଇ ସଫେଇ ଦେଲେ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ (Delhi Dy CM Manish Sisodia on Satyendar Jain)। କହିଲେ ମାଲିସ ନୁହେଁ ଫିଜିଓଥେରାପୀ ଚିକିତ୍ସା । ଆହତ କାରଣରୁ ଚିକିତ୍ସାଧୀନ ଅଛନ୍ତି ସତ୍ୟେନ୍ଦ୍ର ଜୈନ । ଭିଡିଓକୁ ନେଇ ରାଜନୀତି କରୁଛି ବିଜେପି । ଅଧିକ ପଢନ୍ତୁ

Satyendar Jains viral massage video: ମସାଜ ନୁହେଁ ଫିଜିଓଥେରାପି ଚିକିତ୍ସା କହିଲେ ସିସୋଦିଆ
Satyendar Jains viral massage video: ମସାଜ ନୁହେଁ ଫିଜିଓଥେରାପି ଚିକିତ୍ସା କହିଲେ ସିସୋଦିଆ

ନୂଆଦିଲ୍ଲୀ:ମନି ଲଣ୍ଡରିଂ ମାମଲାରେ ଗିରଫ ହୋଇ ତିହାର ଜେଲରେ ଥିବା ଦିଲ୍ଲୀ ମନ୍ତ୍ରୀ ସତ୍ୟେନ୍ଦ୍ର ଜୈନଙ୍କ ମସାଜ ଭିଡିଓ ଭାଇରାଲ ହେବା ପରେ ଦଳ ପକ୍ଷରୁ ସଫେଇ ଦେବା ମଧ୍ୟ ଆରମ୍ଭ ହୋଇଛି (Delhi Dy CM Manish Sisodia on Satyendar Jain)। ସତ୍ୟେନ୍ଦ୍ର ଜୈନଙ୍କୁ ଆଘାତ ଲାଗିଥିଲା ତେଣୁ ତାଙ୍କର ଚିକିତ୍ସା କରାଯାଉଥିଲା ବୋଲି କହିଛନ୍ତି ଦଳର ବରିଷ୍ଠ ନେତା ତଥା ଉପମୁଖ୍ୟମନ୍ତ୍ରୀ ମନିଷ ସିସୋଦିଆ । ସିସୋଦିଆ କହିଛନ୍ତି, ଜୈନଙ୍କର ମେରୁଦଣ୍ଡ ଆଘାତପ୍ରାପ୍ତ ହୋଇଛି । ତାଙ୍କୁ ଫିଜିଓଥେରାପୀ ଚିକିତ୍ସା ପାଇଁ ଡାକ୍ତର ପରାମର୍ଶ ଦେଇଥିଲେ । ଭାଇରାଲ କରାଯାଉଥିବା ଭିଡିଓ ସେହି ଚିକିତ୍ସା ସମୟର (Satyendar Jains viral vide)।

Satyendar Jains viral video: ମସାଜ ନୁହେଁ ଫିଜିଓଥେରାପୀ ଚିକିତ୍ସା କହିଲେ ସିସୋଦିଆ

ଗଣମାଧ୍ୟମକୁ ସୂଚନା ଦେଇ ସିସୋଦିଆ କହିଛନ୍ତି, "ଜଣେ ଆହତ ବ୍ୟକ୍ତିଙ୍କ ଚିକିତ୍ସା ବେଳର ଭିଡିଓକୁ ଭାଇରାଲ କରି ବିଜେପି କଟାକ୍ଷ କରିପାରେ । ଜୈନଙ୍କର ମେରୁଦଣ୍ଡରେ ସମସ୍ୟା (spinal injury) ଥିବା ପୂର୍ବରୁ ରେକର୍ଡ ମଧ୍ୟ ରହିଛି । ସେ ଚିକିତ୍ସିତ ହେଉଛନ୍ତି । ଡାକ୍ତରଙ୍କ ପରାମର୍ଶ କ୍ରମେ ସେ ଫିଜିଓଥେରାପୀ ଚିକିତ୍ସା ଗ୍ରହଣ କରୁଛନ୍ତି । ଭାଇରାଲ କରାଯାଉଥିବା ଏହି ଭିଡିଓଟି ମଧ୍ୟ ସେ ଚିକିତ୍ସା ସମୟର । ଏହା କୌଣସି ମାଲିସ ନୁହେଁ ।"

ମନି ଲଣ୍ଡରିଂ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ED) ଦ୍ବାରା ଗିରଫ ହୋଇ ଦିଲ୍ଲୀର ତିହାର ଜେଲରେ ଅଛନ୍ତି ଆପ୍‌ର ବରିଷ୍ଠ ମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ । ତେବେ ମନ୍ତ୍ରୀ ଜେଲରେ ସ୍ବତନ୍ତ୍ର ସୁବିଧା ପାଉଥିବାର ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି । ଭିଡିଓରେ ଜେଲ୍‌ର ସେଲ୍‌ରେ ମନ୍ତ୍ରୀ ଏକ ବେଡ୍‌ ଉପରେ ଶୋଇ କିଛି କାଗଜପତ୍ର ଦେଖୁଥିବା ବେଳେ ଜଣେ ବ୍ୟକ୍ତି ତାଙ୍କ ପାଦ ମାଲିସ କରୁଥିବାର ଦେଖାଯାଇଛି । ଏହାପରେ ଭିଡିଓ ନେଇ ରାଜନୀତି ମଧ୍ୟ ଜୋର ଧରିଥିଲା । ଆପକୁ ଭାରତୀୟ ଜନତା ପାର୍ଟି ଟାର୍ଗେଟ କରିଥିବା ବେଳେ ଆପ ପାଲଟା ବିଜେପିକୁ ଟାର୍ଗେଟ କରିଛି । ଏହାରି ମଧ୍ୟରେ ଭିଡିଓ ମାଲିସ ନୁହେଁ ବରଂ ଫିଜିଓଥେରାପୀ ଚିକିତ୍ସା ବୋଲି କହିଛନ୍ତି ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନିଷ ସିସୋଦିଆ ।

ପୂର୍ବରୁ ମଧ୍ୟ ଜୈନଙ୍କ ନାମରେ ଜେଲ ଭିତରେ ସ୍ବତନ୍ତ୍ର ସୁବିଧା ପାଉଥିବା ଭଳି ଅଭିଯୋଗ ହୋଇଛି । ମନ୍ତ୍ରୀଙ୍କ ପ୍ରଭାବ ବଳରେ ଜେଲ୍‌ କର୍ତ୍ତୃପକ୍ଷ ତାଙ୍କୁ ସ୍ବତନ୍ତ୍ର ଖାଦ୍ୟ ଓ ଅନ୍ୟାନ୍ୟ ସୁବିଧା ଯୋଗାଉଥିବା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ କୋର୍ଟରେ ଅଭିଯୋଗ କରିବା ପରେ ତତ୍କାଳୀନ ତିହାର ଜେଲ ଅଧୀକ୍ଷକ ନିଲମ୍ବିତ ମଧ୍ୟ ହୋଇଥିଲେ । ତାର ମାତ୍ର କିଛି ଦିନ ବ୍ୟବଧ୍ୟାନ ପରେ ଏପରି ଏକ ଭିଡିଓ ଭାଇରାଲ ହେବା ଅଭିଯୋଗକୁ ସତ୍ୟ ପ୍ରମାଣିତ କରିବା ପରି ଦୃଶ୍ୟମାନ ହେଉଛି ।

ବ୍ଯୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details