କୋଲକାତା:ପଶ୍ଚିମବଙ୍ଗରେ ମହାପୁରଷ ମହମ୍ମଦଙ୍କ ସମ୍ପର୍କିତ ବିବାଦୀୟ ମନ୍ତବ୍ୟକୁ ନେଇ ଲାଗି ରହିଥିବା ହିଂସା ଥମିବାର ନାଁ ନେଉନାହିଁ । ମାତ୍ର ଦୁଇ ଦିନ ତଳେ ହାଓ୍ବଡା ହିଂସା ପରେ ଆଜି (ରବିବାର) ନଦିଆରେ ମଧ୍ୟ ବ୍ୟାପକ ହିଂସା ଦେଖିବାକୁ ମିଳିଛି । ନଦିଆରେ ବିକ୍ଷୋଭକାରୀମାନେ ବେଠୁଆଦାହାରି ରେଳ ଷ୍ଟେସନରେ ଏକ ଲୋକାଲ ଟ୍ରେନକୁ ପଥର ମାଡ କରିଛନ୍ତି । ଫଳରେ ଟ୍ରେନରେ ଥିବା ଅନେକ ଯାତ୍ରୀଙ୍କ ସମେତ ସାଧାରଣ ଜନତା ମଧ୍ୟ ଆହତ ହୋଇଛନ୍ତି । ପୋଲିସ ପହଞ୍ଚି ଦଙ୍ଗାକାରୀଙ୍କୁ ଘଉଡାଇବା ସହ ସ୍ଥିତି ନିୟନ୍ତ୍ରଣକୁ ଆଣିଛି ।
ପ୍ରାୟ ହଜାରରୁ ଊର୍ଦ୍ଧ୍ବ ଆନ୍ଦୋଳନକାରୀ ଏହି ବିକ୍ଷୋଭ ଶୋଭାଯାତ୍ରା ବାହାର କରିଥିଲେ । ରେଳ ଷ୍ଟେସନ ନିକଟରେ ଶୋଭାଯାତ୍ରା ପହଞ୍ଚିବା ପରେ ବିକ୍ଷୋଭକାରୀମାନେ ଉତ୍ତେଜିତ ହୋଇ ପ୍ଲାଟଫର୍ମରେ ଛିଡା ହୋଇଥିବା ଏକ ଲୋକାଲ ଟ୍ରେନ ଉପରେ ଅତର୍କିତ ପଥର ମାଡ କରିଥିଲେ । ଷ୍ଟେସନ ବ୍ୟତୀତ ସ୍ଥାନୀୟ ଅଞ୍ଚଳର ବଜାରରେ ମଧ୍ୟ ବିକ୍ଷୋଭକାରୀମାନେ ଭଙ୍ଗାରୁଜା କରିଥିବା ସୂଚନା ମିଳିଛି ।