ଓଡିଶା

odisha

ETV Bharat / bharat

ନୀତିଶ କୁମାରଙ୍କ କାରକେଡ୍ ପାଇଁ 15 ମିନିଟ୍ ଅଟକିଲା ଦୁଇ ଟ୍ରେନ - ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର

ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ କନଭୟ ପାଇଁ ଅଟକି ରହିଲା ଦୁଇ ଟ୍ରେନ । ଅଭିଯୋଗକୁ ରେଳବାଇ କର୍ତ୍ତୃପକ୍ଷଙ୍କ ଅସ୍ବୀକାର । ଲେଭଲକ୍ରସିଂ ଜଗୁଆଳିଙ୍କ ଭୁମିକାକୁ ନେଇ ଉଠିଲା ପ୍ରଶ୍ନ । ଅଧିକ ପଢନ୍ତୁ

ନୀତିଶ କୁମାରଙ୍କ କନଭୟ ପାଇଁ ଅଟକିଲା ଟ୍ରେନ
ନୀତିଶ କୁମାରଙ୍କ କନଭୟ ପାଇଁ ଅଟକିଲା ଟ୍ରେନ

By

Published : Jan 18, 2023, 10:04 PM IST

ନୀତିଶ କୁମାରଙ୍କ କନଭୟ ପାଇଁ ଅଟକି ରହିଲା ଦୁଇ ଟ୍ରେନ

ହାଇଦ୍ରାବାଦ: ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ କାରକେଡ୍ ପାଇଁ ଅଟକି ରହିଲା ଟ୍ରେନ । ମୁଖ୍ୟମନ୍ତ୍ରୀ ନୀତିଶ ଏକ କାର୍ଯ୍ୟକ୍ରମରେ ଯାଉଥିବା ବେଳେ ବକ୍ସରରେ ପାଟନା-ବକ୍ସର ପାସେଞ୍ଜର ଟ୍ରେନ୍ ଏବଂ କାମାକ୍ଷା-ଦିଲ୍ଲୀ ଏକ୍ସପ୍ରେସ ପ୍ରାୟ 15 ମିନିଟ୍ ପର୍ଯ୍ୟନ୍ତ ଅଟକି ରହିଥିବା ଖବର ସାମ୍ନାକୁ ଆସିଛି । ମୁଖ୍ୟମନ୍ତ୍ରୀଙ୍କ କନଭୟ ଅତିିକ୍ରମ କରିବା ପର୍ଯ୍ୟନ୍ତ ଉଭୟ ଟ୍ରେନ ଅଟକି ରହିଥିଲେ । ଏହି ଘଟଣା ବକ୍ସର ରେଳ ଷ୍ଟେସନ ଅଧୀନରେ ଘଟିଛି । ଅଭିଯୋଗକୁ ରେଳବାଇ କର୍ତ୍ତୃପକ୍ଷ କିନ୍ତୁ ସ୍ବୀକାର କରିନାହାନ୍ତି । ମୁଖ୍ୟମନ୍ତ୍ରୀ କିମ୍ବା କୌଣସି ରାଜନେତାଙ୍କ ଯାତ୍ରା ପାଇଁ ଟ୍ରେନକୁ ଅଟକିବାକୁ ନିର୍ଦ୍ଦେଶ ମିଳିଥିବା କଥାକୁ ରେଳବାଇ ଅସ୍ବୀକାର କରିଛି ।

ବକ୍ସର ଷ୍ଟେସନର ପୂର୍ବ ଇଟାଡି ରେଲୱେ ଲେଭଲ କ୍ରସିଂ ପ୍ରାୟ 15 ମିନିଟ୍ ପର୍ଯ୍ୟନ୍ତ ଖୋଲା ରଖାଯାଇଥିଲା । ଯେଉଁଥିରେ ମୁଖ୍ୟମନ୍ତ୍ରୀ ନୀତିଶଙ୍କ କନଭୟ ଅତିକ୍ରମ କରିଥିଲା । ଲେଭଲ କ୍ରସିଂ ଖୋଲାଥିବା କାରଣରୁ ଉଭୟ ଟ୍ରେନ ପ୍ରାୟ 15 ମିନିଟ ପର୍ଯ୍ୟନ୍ତ ଅଟକି ରହିଥିଲେ । ଲେଭଲ କ୍ରସିଂ ଦାୟିତ୍ବରେ ଥିବା ଗେଟମ୍ୟାନ ସନ୍ତୋଷ କୁମାରଙ୍କୁ ଏସମ୍ପର୍କରେ ପଚରାଯିବାରୁ ସେ ମୁଖ୍ୟମନ୍ତ୍ରୀଙ୍କ କାରକେଡ୍ ଅତିକ୍ରମ କରିବା ପର୍ଯ୍ୟନ୍ତ ଟ୍ରେନ ରୋକାଯିବା ସହ ଲେଭଲକ୍ରିସିଂ ଖୋଲାଯାଇଥିବା କହିଥିଲେ । ଯାହାକୁ ନେଇ କିଛି ଟ୍ରେନ ଯାତ୍ରୀ ଅସନ୍ତୋଷ ମଧ୍ୟ ପ୍ରକାଶ କରିଥିଲେ । କିଛି ଯାତ୍ରୀ ଅଟକି ଥିା ଟ୍ରେନରୁ ଓହ୍ଲାଇ ବକ୍ସର ଷ୍ଟେସନ ପର୍ଯ୍ୟନ୍ତ ପାଦରେ ଚାଲି ଚାଲି ଯାଇଥିବା ମଧ୍ୟ ଦେଖିବାକୁ ମିଳିଥିଲା ।

ପ୍ରାୟ 15 ମିନିଟ ପରେ ନୀତିଶଙ୍କ କାରକେଡ୍ ରେଳ ଧାରଣା ଅତିକ୍ରମ କରିସାରିବା ପରେ ଲେଭଲ କ୍ରଂସି ବନ୍ଦ ହେବ ସହ ଦୁଇ ଟ୍ରେନ ଆଗକୁ ଗଡିଥିଲେ । ଏନେଇ ଗଣମାଧ୍ୟମରେ ଖବର ପ୍ରସାରିତ ହେବା ପରେ ରେଳବାଇ କର୍ତ୍ତୃପକ୍ଷ କିନ୍ତୁ ଏହାକୁ ଖଣ୍ଡନ କରିଛନ୍ତି । ମୁଖ୍ୟମନ୍ତ୍ରୀ କିମ୍ବା ଅନ୍ୟ କୌଣସି ବ୍ୟକ୍ତିଙ୍କ ଯାତ୍ରା ପାଇଁ ଟ୍ରେନ ଅଟକାଇବା ପାଇଁ ଷ୍ଟେସନରୁ କୌଣସି ନିର୍ଦ୍ଦେଶ ଯାଇନଥିବା ବକ୍ସର ଷ୍ଟେସନ କର୍ତ୍ତୃପକ୍ଷ କହିଛନ୍ତି ।

ତେବେ ଷ୍ଟେସନରୁ ବିଭାଗୀୟ ନିର୍ଦ୍ଦେଶ ନଥିବା ସତ୍ତ୍ବେ ଗେଟ ଜଗୁଆଳି ଜଣଙ୍କ ଏପରି କେମିତି କରିପାରିଲେ ତାକୁ ନେଇ ନାନା ପ୍ରଶ୍ନ ସୃଷ୍ଟି ହୋଇଛି । ଜଣେ ମୁଖ୍ୟମନ୍ତ୍ରୀ କିମ୍ବା ଅନ୍ୟ କୌଣସି ବିଶିଷ୍ଟ ବ୍ୟକ୍ତିବିଶେଷଙ୍କ ଯାତ୍ରା ପାଇଁ ରାସ୍ତା ବନ୍ଦ ହେବା ଘଟଣା ପ୍ରାୟତଃ ସବୁଠି ଘଟେ । ହେଲେ ମୁଖ୍ୟମନ୍ତ୍ରୀଙ୍କ କାଫିଲା ପାଇଁ ଦୁଇଟି ଟ୍ରେନକୁ ଏକାକାଳୀନ 15 ମିନିଟ ଅଟକାଇ ରଖାଯିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details