ଓଡିଶା

odisha

ETV Bharat / bharat

DDUGKY-ORMAS ସହଯୋଗରେ ପ୍ରଶକ୍ଷଣ, ହାଇଦ୍ରାବାଦରେ ନିଯୁକ୍ତି ପାଇଲେ କୋରାପୁଟର ଯୁବକ ଯୁବତୀ - କୋରାପୁଟ ଜିଲ୍ଲା ଖବର

ଦୀନ୍ ଦୟାଲ ଉପାଧ୍ୟାୟ ଗ୍ରାମୀଣ କୌସଲ୍ୟ ଯୋଜନା ଅଧୀନରେ ଓରମାସ ସହଯୋଗରେ ପ୍ରଶିକ୍ଷଣ ଶେଷ କରି ହାଦ୍ରାବାଦରେ ନିଯୁକ୍ତି ପାଇଲେ କୋରାପୁଟର ଯୁବକ ଯୁବତୀ । ଅଧିକ ପଢନ୍ତୁ

DDUGKY ଓ ORMAS ସହଯୋଗରେ ପ୍ରଶକ୍ଷଣ ପାଇ ହାଦ୍ରାବାଦରେ ନିଯୁକ୍ତି ପାଇଲେ କୋରାପୁଟର ଯୁବକ ଯୁବତୀ
DDUGKY ଓ ORMAS ସହଯୋଗରେ ପ୍ରଶକ୍ଷଣ ପାଇ ହାଦ୍ରାବାଦରେ ନିଯୁକ୍ତି ପାଇଲେ କୋରାପୁଟର ଯୁବକ ଯୁବତୀ

By

Published : Mar 1, 2023, 11:03 PM IST

Updated : Mar 2, 2023, 6:09 AM IST

DDUGKY ଓ ORMAS ସହଯୋଗରେ ପ୍ରଶକ୍ଷଣ ପାଇ ହାଦ୍ରାବାଦରେ ନିଯୁକ୍ତି ପାଇଲେ କୋରାପୁଟର ଯୁବକ ଯୁବତୀ

ହାଇଦ୍ରାବାଦ:ଦୀନ୍ ଦୟାଲ ଉପାଧ୍ୟାୟ ଗ୍ରାମୀଣ କୌଶଲ୍ୟ ଯୋଜନା (DDUGKY) ଅଧୀନରେ ଓରମାସ ସହଯୋଗରେ ପ୍ରଶିକ୍ଷଣ ଶେଷ କରିଥିବା କୋରାପୁଟର ଯୁବକ ଯୁବତୀ ହାଇଦ୍ରାବାଦରେ କର୍ମନିଯୁକ୍ତି ପାଇବାରେ ସଫଳ ହୋଇଛନ୍ତି । ସଫଳତାର ସହ ସେମାନେ ଏହି ପ୍ରଶିକ୍ଷଣ ଅବଧି ଶେଷ କରିବା ପରେ ହାଇଦ୍ରାବାଦର ବିଭିନ୍ନ ସଂସ୍ଥାରେ ସେମାନଙ୍କୁ କର୍ମସଂସ୍ଥାନ ମିଳିଛି । ଆଜି ହାଇଦ୍ରାବାଦରେ ଆୟୋଜିତ ଏକ ବିଶେଷ କାର୍ଯ୍ୟକ୍ରମରେ ଏହି ପ୍ରଶିକ୍ଷାର୍ଥୀଙ୍କୁ ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବାର ପ୍ରମାଣପତ୍ର ପ୍ରଦାନ କରିବା ସହ ପୁରସ୍କୃତ ମଧ୍ୟ କରାଯାଇଥିଲା ।

କୋରାପୁଟ ଜିଲ୍ଲା ପ୍ରଶାସନ ଓ ଓରମାସ ସହାୟତାରେ ଏହି ଛାତ୍ରଛାତ୍ରୀ ତଥା ଯୁବକ ଯୁବତୀ କେନ୍ଦ୍ର ସରକାରଙ୍କ ଦୀନ୍ ଦୟାଲ ଉପାଧ୍ୟାୟ ଗ୍ରାମୀଣ କୌଶଲ୍ୟ ଯୋଜନା ଅଧୀନରେ ବିଭିନ୍ନ କ୍ଷେତ୍ରରେ ଚାକିରି କରିବା ପାଇଁ ଦକ୍ଷତା ବିକାଶ ତାଲିମ ନେଇଥିଲେ । ଏହି ଅବଧିକୁ ସଫଳତାର ସହ ଶେଷ କରିବା ପରେ ସେମାନେ ଏବେ ହାଇଦ୍ରାବାଦରେ କାର୍ଯ୍ୟ କରିବେ । ଏହି ପ୍ରାର୍ଥୀମାନଙ୍କୁ ସେମାନଙ୍କ ପିତାମାତାଙ୍କ ସହ ଓରମାସ ପକ୍ଷରୁ ହାଇଦ୍ରାବାଦ ଅଣାଯାଇଥିଲା । ଏକ ବିଶେଷ କାର୍ଯ୍ୟକ୍ରମରେ ସେମାନଙ୍କୁ ଅଂଶଗ୍ରହଣ ପ୍ରମାଣପତ୍ର ମିଳିବା ସହ ସମ୍ମାନିତ କରାଯାଇଥିଲା । ପରେ ସେମାନେ ସପରିବାର ତଥା କୋରାପୁଟରୁ ଆସିଥିବା ସେମାନଙ୍କ ଅଭିଭାବକଙ୍କ ସହ ହାଇଦ୍ରାବାଦର ବିଭିନ୍ନ ଦର୍ଶନୀୟ ତଥା ଐତିହାସିକ ସ୍ଥାନ ମଧ୍ୟ ପରିଦର୍ଶନ କରିଥିଲେ ।

ORMAS କର୍ତ୍ତୃପକ୍ଷଙ୍କ ପକ୍ଷରୁ ସେମାନଙ୍କୁ ନେଇ ହାଇଦ୍ରାବାଦ ଆସିଥିବା ଅଧିକାରୀ ଏଥିରେ ଖୁସି ପ୍ରକାଶ କରିଛନ୍ତି । ପ୍ରଶିକ୍ଷାର୍ଥୀଙ୍କ ଅଭିଭାବକଙ୍କୁ ସେ ଧନ୍ୟବାଦ ଦେଇଛନ୍ତି । ଏହିପରି କାର୍ଯ୍ୟକ୍ରମ ଆଗାମୀ ଦିନରେ ଅନ୍ୟ ଗ୍ରାମୀଣ ଯୁବକ ଯୁବତୀଙ୍କୁ ପ୍ରଶିକ୍ଷଣ ନେଇ ଆତ୍ମନିର୍ଭର ହେବା ସହ ବିଭିନ୍ନ କ୍ଷେତ୍ରରେ ଦକ୍ଷତାର ସହ ନିଯୁକ୍ତି ପାଇଁ ପ୍ରୋତ୍ସାହିତ କରିବ ବୋଲି ସେ ଆଶା ପ୍ରକଟ କରିଛନ୍ତି । ଆଜି ଆୟୋଜିତ କାର୍ଯ୍ୟକ୍ରମରେ ପ୍ରଶିକ୍ଷଣ ଶେଷ କରିଥିବା ସମସ୍ତ କୃତି ପ୍ରଶିକ୍ଷାର୍ଥୀଙ୍କୁ ତାଲିମ କାର୍ଯ୍ୟକ୍ରମରେ ଅଂଶଗ୍ରହଣ ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା । ସେମାନେ ସେମାନଙ୍କ ଅନୁଭବ ମଧ୍ୟ ବାଣ୍ଟିଥିଲେ । ପରେ ପ୍ରଶିକ୍ଷାର୍ଥୀମାନେ ପାରମ୍ପାରିକ ଶୈଳୀରେ ନୃତ୍ୟ ମଧ୍ୟ ପରିବେଷଣ କରିଥିଲେ । ଏହି DDUGKY ଯୋଜନା ମାଧ୍ୟମରେ ଅନେକ ଗ୍ରାମୀଣ ପିଲାମାନେ ବିଭିନ୍ନ ଧନ୍ଦାମୂଳକ କ୍ଷେତ୍ରରେ ତାଲିମ ନେଇ ଦକ୍ଷତା ବୃଦ୍ଧି କରିପାରୁଛନ୍ତି । ବିଭିନ୍ନ କ୍ଷେତ୍ର ଓ କର୍ମସଂସ୍ଥାନରେ ରାଜ୍ୟ, ରାଜ୍ୟ ବାହର ଓ ଏପରିକି ବିଦେଶରେ ମଧ୍ୟ ଭଲ ବେତନରେ କାର୍ଯ୍ୟରତ ଅଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Mar 2, 2023, 6:09 AM IST

ABOUT THE AUTHOR

...view details