ପୁନେ: ମହାରାଷ୍ଟ୍ରର ପୁନେ ଜିଲ୍ଲାରୁ ପୁଣି ବିମାନ ଦୁର୍ଘଟଣା ଖବର ସାମ୍ନାକୁ ଆସିଛି । ଆଜି(ରବିବାର) ସକାଳ ସମୟରେ ଟ୍ରେନିଙ୍ଗ ସମୟରେ ଏୟାରକ୍ରାଫ୍ଟ ଦୁର୍ଘଟଣାଗସ୍ତ ହୋଇଛି । ମହାରାଷ୍ଟ୍ରର ପୁନେ ଜିଲ୍ଲା ସ୍ଥିତ ଗୋଜୁବାଓ୍ବି ଗାଁ ନିକଟରେ ବିମାନ ପ୍ରଶିକ୍ଷଣ ଚାଲିଥିବା ବେଳେ ଏହି ଅଘଟଣ ଘଟିଛି । ଏନେଇ ପୁନେ ଗ୍ରାମୀଣ ପୋଲିସ ଅଧିକାରୀ ପକ୍ଷରୁ ସ୍ପଷ୍ଟ କରାଯାଇଛି । ତେବେ ଏବେସୁଦ୍ଧା କୌଣସି ଆହତ କିମ୍ବା ମୃତାହତ ଖବର ସାମ୍ନାକୁ ଆସିିନାହିଁ ।
ଏହାମଧ୍ୟ ପଢନ୍ତୁ..ବ୍ୟାଗରେ ବୋମା ଥିବା ଦାବିକଲେ ଯାତ୍ରୀ, ମୁମ୍ବାଇରେ ଜରୁରୀ ଅବତରଣ କଲା ଆକାଶ ଏୟାର ବିମାନ
ମହାରାଷ୍ଟ୍ରର ପୁନେ ଜିଲ୍ଲା ସ୍ଥିତ ଗୋଜୁବାଓ୍ବି ଗାଁ ନିକଟରେ ବିମାନ ପ୍ରଶିକ୍ଷଣ ଚାଲିଥିବା ବେଳେ ଅଘଟଣ ଘଟିଛି । ପ୍ରଶିକ୍ଷଣ ସମୟରେ ଏକ ଏୟାରକ୍ରାଫ୍ଟ ଦୁର୍ଘଟଣାର ଶିକାର ହୋଇଛି । କ୍ରାସ୍ ସମୟରେ ବିମାନ ମଧ୍ୟରେ କେତେ ଜଣ ଥିଲେ ସେ ନେଇ ସ୍ପଷ୍ଟ ହୋଇନାହିଁ । ତେବେ ବର୍ତ୍ତମାନ ସୁଦ୍ଧା ମୃତାହତ କିମ୍ବା ଆହତ ବିଷୟରେ ମଧ୍ୟ କୌଣସି ସୂଚନା ମିଳିପାରିନାହିଁ । ଆଜି(ରବିବାର) ସକାଳ ସମୟରେ ଦୁର୍ଘଟଣା ନେଇ ପୁନେ ଗ୍ରାମୀଣ ପୋଲିସ ପକ୍ଷରୁ ସ୍ପଷ୍ଟ କରାଯାଇଛି । ଏୟାର କ୍ରାସର କାରଣ ଅସ୍ପଷ୍ଟ ରହିଛି । ଘଟଣାସ୍ଥଳରେ ପହଞ୍ଚି ପୋଲିସ ପକ୍ଷରୁ ତଦନ୍ତ ଜାରି ରହିଛି ।
ଏହାମଧ୍ୟ ପଢନ୍ତୁ..ମଝି ଆକାଶରେ ଯାନ୍ତ୍ରିକ ତ୍ରୁଟି, ଜରୁରୀ ଅବତରଣ କଲା ଭୁବନେଶ୍ବର-ଦିଲ୍ଲୀ ବିମାନ