ଓଡିଶା

odisha

ETV Bharat / bharat

ଟ୍ରେନିଂ ବେଳେ ବାୟୁସେନା ବିମାନ ଦୁର୍ଘଟଣାଗ୍ରସ୍ତ, 2 ପାଇଲଟ ମୃତ - ବିମାନ ଦୁର୍ଘଟଣା

ତେଲେଙ୍ଗାନାରେ ବାୟୁସେନା ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି । ଏଥିରେ 2 ପାଇଲଟଙ୍କ ମୃତ୍ୟୁ ହୋଇଛି । ଅଧିକ ପଢନ୍ତୁ

aircraft crashed in Telangana
aircraft crashed in Telangana

By ETV Bharat Odisha Team

Published : Dec 4, 2023, 11:43 AM IST

Updated : Dec 4, 2023, 12:06 PM IST

ହାଇଦ୍ରାବାଦ: ଭାରତୀୟ ବାୟୁସେନା ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି । ଟ୍ରେନିଂ ବେଳେ ମଝି ଆକାଶରୁ ଖସି ପଡିଲା ବାୟୁସେନା ବିମାନ । ତେଲେଙ୍ଗାନା ଡୁଣ୍ଡିଗାଲ ଏୟାରଫୋର୍ସ ଟ୍ରେନିଂ ଏକାଡେମୀରେ ବାୟୁସେନା ବିମାନ ଦୁର୍ଘଟଣା ହୋଇଛି । ଏଥିରେ 2 ଜଣ ବାୟୁସେନା ପାଇଲଟ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ପିଲାଟୁସ ପିସି 7 ଏମକେ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି । ପ୍ରଶିକ୍ଷଣ ବେଳେ ଉଡାଣ ଭରିଥିବାବେଳେ ବିମାନ ଦୁର୍ଘଟଣା ହୋଇଥିବା ଜଣାପଡିଛି । 2 ମୃତକଙ୍କ ମଧ୍ୟରେ ଜଣେ ପାଇଲଟ ଓ ଜଣେ ଇନଷ୍ଟ୍ରକ୍ଟର ଥିବା ବାୟୁସେନା ଅଧିକାରୀଙ୍କ ସୂଚନା ଦେଇଛନ୍ତି । ଏନେଇ ବାୟୁସେନା ପକ୍ଷରୁ କୋର୍ଟ ଅଫ ଏନକ୍ବାରୀ ନିର୍ଦ୍ଦେଶ ହୋଇଛି ।

ଆଜି ସକାଳ ପ୍ରାୟ 9ଟା ସମୟରେ ବାୟୁସେନା ବିମାନ ପିଲାଟୁସ ପିସି 7 ଏମଏକ II ଦୁର୍ଘଟଣାଗ୍ରସ୍ତ ହୋଇଛି । ତେଲେଙ୍ଗାନା ଡୁଣ୍ଡିଗାଲ ଏୟାରଫୋର୍ସ ଟ୍ରେନିଂ ଏକାଡେମୀରେ ନିୟମିତ ପ୍ରଶିକ୍ଷଣ ସମୟରେ ଏହି ଅଘଟଣ ଘଟିଛି । ଏହି ଦୁର୍ଘଟଣାରେ 2 ପାଇଲଟ ମୃତ୍ୟୁ ହୋଇଥିବା ନେଇ ଆଇଏଫ ପକ୍ଷରୁ ସୂଚନା ମିଳିଛି । ଦୁର୍ଘଟଣାର କାରଣ ଜଣାପଡିନାହିଁ । ଟ୍ରେନି ପାଇଲଟ ବିମାନ ଚଳାଉଥିଲେ । ବାୟୁସେନା ପକ୍ଷରୁ କୋର୍ଟ ଅଫ ଏନକ୍ବାରୀ ପାଇଁ ନିର୍ଦ୍ଦେଶ ଦିଆଯାଇଛି ।

ଆଇଏଏଫ ପକ୍ଷରୁ ଜାରି ହୋଇଥିବା ବିବୃତ୍ତି ଅନୁସାରେ, ମେଡକ ଜିଲ୍ଲା ତୁପରାନ ମୁନସିପାଲ ଅଞ୍ଚଳରେ ଏୟାରଫୋର୍ସ ଟ୍ରେନିଂ ଏକାଡେମୀରେ ବାୟୁସେନା ବିମାନ ଦୁର୍ଘଟଣା ହୋଇଛି । ଦୁର୍ଘଟଣା ସମୟରେ ବହୁତ ଜୋରରେ ଶଦ୍ଦ ହୋଇଥିଲା । ଏହାପରେ ସ୍ଥାନୀୟ ଲୋକ ପୋଲିସକୁ ଖବର ଦେଇଥିଲେ । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଦୁର୍ଘଟଣାରେ ବିମାନଟି ସମ୍ପୂର୍ଣ୍ଣ ଜଳିଯାଇଛି । ବାୟୁସେନା ପକ୍ଷରୁ ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି । ଦୁର୍ଘଟଣା ଆଉ କିଛି କ୍ଷୟକ୍ଷତି ହୋଇନଥିବା ଜଣାପଡିଛି ।

ଏହା ବି ପଢନ୍ତୁ...ରାଜସ୍ଥାନରେ ବାୟୁସେନାର ମିଗ୍‌ ବିମାନ ଦୁର୍ଘଟଣାଗ୍ରସ୍ତ, କାରଣ ଅସ୍ପଷ୍ଟ

ଏହା ବି ପଢନ୍ତୁ...ରାଜସ୍ଥାନରେ ଦୁର୍ଘଟଣାଗ୍ରସ୍ତ ହୋଇ ଜଳିଗଲା MIG-21, ଦୁଇ ପାଇଲଟ ଶହୀଦ

ଦୁର୍ଘଟଣାରେ ମୃତ ଦୁଇ ପାଇଲଟଙ୍କ ମୃତ୍ୟୁ ନେଇ ଶୋକ ପ୍ରକାଶ କରିଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ । ଏକ୍ସରେ ପ୍ରତିରକ୍ଷା ମନ୍ତ୍ରୀ କହିଛନ୍ତି ହାଇଦ୍ରାବାଦରେ ବାୟୁସେନା ବିମାନ ଦୁର୍ଘଟଣା ଖବର ମୋତେ ମର୍ମାହତ କରିଛି । ଏଥିରେ ଦୁଇ ପାଇଲଟଙ୍କ ଦେହାନ୍ତ ଖବର ଶୁଣି ମୁଁ ଦୁଃଖିତ । ଏହା ଏକ ବଡ କ୍ଷତି । ସେମାନଙ୍କ ପରିବାରକୁ ମୋର ସମବେଦନା ।''

Last Updated : Dec 4, 2023, 12:06 PM IST

ABOUT THE AUTHOR

...view details