ଲକ୍ଷ୍ନୌ:ଉତ୍ତରପ୍ରଦେଶର ପ୍ରୟାଗରାଜ ରେଳଷ୍ଚେସନ୍ଠାରେ ଏକ ସୁପରଫାଷ୍ଟ ଏକ୍ସପ୍ରେସ୍ ଲାଇନଚ୍ୟୁତ । ଗତକାଲି(ମଙ୍ଗଳବାର) ରାତି 9ଟାରେ ଲାଇନଚ୍ୟୁତ ହୋଇଥିବା ନେଇ ଉତ୍ତର କେନ୍ଦ୍ର ରେଳ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । 2ଟି କୋଚ୍ ଓ ଇଞ୍ଜିନ ଲାଇନଚ୍ୟୁତ ହୋଇଥିଲା । ତେବେ ସୌଭାଗ୍ୟବଶତଃ ଏହି ଦୁର୍ଘଟଣାରେ କେହି ମୃତାହତ ହୋଇନଥିବା ବେଳେ ଟ୍ରେନ୍ ମରାମତି କାର୍ଯ୍ୟ କରାଯାଇଥିଲା । ଦିଲ୍ଲୀ ଆନନ୍ଦବିହାରରୁ ଉତ୍ତରପ୍ରଦେଶର ଗାଜିପୁର ସହର ପର୍ଯ୍ୟନ୍ତ ଯାତାୟତ କରେ ଏହି ଲାଇନଚ୍ୟୁତ ହୋଇଥିବା ସୁହେଲଦେବ ଏକ୍ସପ୍ରେସ ଟ୍ରେନ୍ ।
ଏହାମଧ୍ୟ ପଢନ୍ତୁ..AP Train Tragedy: ୧୪ ନୁହେଁ ୧୩ ମୃତ, ଆହତଙ୍କ ଚିକିତ୍ସା ପାଇଁ ତତ୍ପର ପ୍ରଶାସନ
ତେବେ ଉତ୍ତର କେନ୍ଦ୍ର ରେଳ ବିଭାଗ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ ଗତକାଲି (ମଙ୍ଗଳବାର) ରାତି 9ଟା ସୁଦ୍ଧା ପ୍ରୟାଗରାଜ ରେଳ ଷ୍ଟେସନର 6 ନମ୍ବର ପ୍ଲାଟଫର୍ମରେ ସୁପରଫାଷ୍ଟ ଏକ୍ସପ୍ରେସ ଗଡିବା ଆରମ୍ଭ କରିବାର କିଛି ସମୟ ମଧ୍ୟରେ ଲାଇନଚ୍ୟୁତ ହୋଇଯାଇଥିଲା । 2ଟି କୋଚ ଓ ଇଞ୍ଜିନ ରେଳ ଧାରଣା ତଳକୁ ଗଡି ଯାଇଥିଲା । ଲାଇନଚ୍ୟୁତ ସମୟରେ ଟ୍ରେନ ମନ୍ଥର ଗତିରେ ଯାଉଥିବାରୁ କୌଣସି କ୍ଷୟକ୍ଷତି ହୋଇନାହିଁ । ସୌଭାଗ୍ୟବଶତଃ କୌଣସି ଆହତ କିମ୍ବା ମୃତାହତ ଘଟଣା ସାମ୍ନାକୁ ଆସିନାହିଁ । ତେବେ କେଉଁ କାରଣରୁ ଟ୍ରେନ ଲାଇନଚ୍ୟୁତ ହେଲା ସେନେଇ ତଦନ୍ତ ଆରମ୍ଭ ହୋଇଯିବ ଓ ଖୁବ ଶୀଘ୍ର ଦୁର୍ଘଟଣାର କାରଣ ଜଣାପଡିବ ବୋଲି ବିଭାଗ ପକ୍ଷରୁ କୁହାଯାଇଛି ।