ଓଡିଶା

odisha

ଧନବାଦରେ ଟ୍ରେନ୍‌ରେ ଲାଗିଲା ନିିଆଁ, ଅନେକ ବଗି ଜଳିପୋଡ଼ି ପାଉଁଶ

By

Published : Dec 15, 2022, 10:10 PM IST

ଧନବାଦରେ ଟ୍ରେନ୍‌ରେ ଲାଗିଲା ନିିଆଁ । ଝାଡ଼ଖଣ୍ଡ ଧନବାଦ ଜିଲ୍ଲା ଝରିଆ ଅଞ୍ଚଳ ପାଥରଡିହ ରେଳ ଷ୍ଟେସନରେ ଠିଆ ହୋଇଥିବା ଏକ ଟ୍ରେନ୍‌ରେ ଅଚାନକ ଅଗ୍ନିକାଣ୍ଡ ଘଟିଛି । ଅନେକ ବଗିରେ ହୁତହୁତ ହୋଇ ନିଆଁ ଲାଗିଥିବାର ଦେଖିବାକୁ ମିଳିଥିଲା । ଅଧିକ ପଢ଼ନ୍ତୁ

Train bogie caught fire in Dhanbad Many bogies burnt to ashes
ଧନବାଦରେ ଟ୍ରେନ୍‌ରେ ଲାଗିଲା ନିିଆଁ, ଅନେକ ବଗି ଜଳିପୋଡ଼ି ପାଉଁଶ

ଧନବାଦରେ ଟ୍ରେନ୍‌ରେ ଲାଗିଲା ନିିଆଁ, ଅନେକ ବଗି ଜଳିପୋଡ଼ି ପାଉଁଶ

ରାଞ୍ଚି: ଧନବାଦରେ ଟ୍ରେନ୍‌ରେ ଲାଗିଲା ନିିଆଁ । ଅନେକ ବଗି ଜଳିପୋଡ଼ି ପାଉଁଶ । ଝାଡ଼ଖଣ୍ଡ ଧନବାଦ ଜିଲ୍ଲା ଝରିଆ ଅଞ୍ଚଳ ପାଥରଡିହ ରେଳ ଷ୍ଟେସନରେ ଠିଆ ହୋଇଥିବା ଏକ ଟ୍ରେନ୍‌ରେ ଅଚାନକ ଅଗ୍ନିକାଣ୍ଡ ଘଟିଛି । ଟ୍ରେନ୍‌ର ଅନେକ ବଗିରେ ହୁତହୁତ ହୋଇ ନିଆଁ ଲାଗିଥିବାର ଦେଖିବାକୁ ମିଳିଥିଲା । ବର୍ତ୍ତମାନ ସୁଦ୍ଧା ନିଆଁ ଲାଗିବାର କାରଣ ସ୍ପଷ୍ଟ ହୋଇ ପାରିନାହିଁ । କେଉଁ କାରଣରୁ ଟ୍ରେନ୍‌ରେ ନିଆଁ ଲାଗିଛି ତାହାର ତଦନ୍ତ ଜାରି ରହିଛି ।

ସୂଚନା ମୁତାବକ ରେଳ ଷ୍ଟେସନ ୟାର୍ଡରେ ଏହି ଟ୍ରେନ୍‌ ଅନେକ ଦିନ ହେଲା ଠିଆ ହୋଇଥିଲା । ଏହି ଟ୍ରେନ୍‌ରେ ଅଚାନକ ଆଜି ନିଆଁ ଲାଗି ଯାଇଥିଲା । ଟ୍ରେନ୍‌ ସମସ୍ତ ବଗି ଜଳି ପୋଡ଼ି ପାଉଁଶ ହୋଇଯାଇଛି । ନିଆଁ ଏତେ ଅଧିକ ଥିଲା ଯେ ଏହାକୁ କାବୁ କରିବା ମୁସ୍କିଲ୍‌ ହୋଇ ପଡିଥିଲା । ରେଳ ଅଧିକାରୀ କେବଳ ଦେଖଣାହାରୀ ପାଲଟିଥିଲେ । ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା । କିଛି ଅସାମାଜିକ ବ୍ୟକ୍ତି ଏଭଳି କାଣ୍ଡ ଘଟାଇଥିବା ଆଲୋଚନା ହେଉଛି ।

ସେପଟେ ଏହି ଘଟଣାକୁ ନେଇ ବର୍ତ୍ତମାନ ସୁଦ୍ଧା କୌଣସି ଅଧିକାରୀ କିଛି ପ୍ରତିକ୍ରିୟା ଦେଇନାହାନ୍ତି । ବହୁ ବଡ଼ ରେଳ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛନ୍ତି । ଦୋଷୀ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପୋଲିସ କହିଛି ।

ABOUT THE AUTHOR

...view details