ଓଡିଶା

odisha

ETV Bharat / bharat

AP Train Accident: ମନୁଷ୍ୟକୃତ ତ୍ରୁଟିରୁ ଦୁର୍ଘଟଣା, ରେଳମନ୍ତ୍ରୀଙ୍କ ସହ କଥା ହେଲେ ପ୍ରଧାନମନ୍ତ୍ରୀ - ବିଶାଖାପାଟନ ରେଳ ଦୁର୍ଘଟଣା

ମନୁଷ୍ୟକୃତ ତ୍ରୁଟିରୁ ଦୁର୍ଘଟଣା ଆନ୍ଧ୍ର ପ୍ରଦେଶରେ ଘଟିଛି ଟ୍ରେନ ଦୁର୍ଘଟଣା । ଏବେ ସୁଦ୍ଧା ସିଗ୍ନାଲିଂ ଏରରକୁ କରାଯାଉଛି ସନ୍ଦେହ । ରେଳମନ୍ତ୍ରୀଙ୍କ ସହ କଥା ହେଲେ ପ୍ରଧାନମନ୍ତ୍ରୀ । ଏବେ ସୁଦ୍ଧା 6 ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା । ଅଧିକ ପଢନ୍ତୁ

AP Train accident: ମନୁଷ୍ୟକୃତ ତ୍ରୁଟିରୁ ଦୁର୍ଘଟଣା, ରେଳମନ୍ତ୍ରୀଙ୍କ ସହ କଥା ହେଲେ ପ୍ରଧାନମନ୍ତ୍ରୀ
AP Train accident: ମନୁଷ୍ୟକୃତ ତ୍ରୁଟିରୁ ଦୁର୍ଘଟଣା, ରେଳମନ୍ତ୍ରୀଙ୍କ ସହ କଥା ହେଲେ ପ୍ରଧାନମନ୍ତ୍ରୀ

By ETV Bharat Odisha Team

Published : Oct 29, 2023, 10:51 PM IST

ଭୁବନେଶ୍ବର:ଆଜି ସଂଧ୍ୟାରେ ଆନ୍ଧ୍ର ପ୍ରଦେଶ ବିଜୟନଗରମ ନିକଟରେ ଘଟିଥିବା ଟ୍ରେନ ଦୁର୍ଘଟଣା ମନୁଷ୍ୟକୃତ ତ୍ରୁଟିରୁ ହୋଇଥିବା ନେଇ ରେଳବାଇ ପ୍ରାଥମିକ ଭାବେ କହିଛି । ସିଗନାଲିଂ ତ୍ରୁଟି କାରଣରୁ ଗୋଟିଏ ଟ୍ରାକରେ ଦୁଇ ଟ୍ରେନ ମଧ୍ୟରେ ପଛପଟୁ ଧକ୍କା ହୋଇଥିବା ପ୍ରାଥମିକ ସ୍ଥିତିରୁ ଜଣାପଡିଛି । ଏଥିରେ ଏବେ ସୁଦ୍ଧା 6 ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ବହୁ ଯାତ୍ରୀ ଆହତ ହୋଇଛନ୍ତି । ସରକାରୀ ଭାବେ ଆହତଙ୍କ ସଂଖ୍ୟା ପ୍ରାୟ 25 ବୋଲି କୁହାଯାଉଛି ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବଙ୍କ ସହ ଫୋନରେ କଥା ହୋଇ ଦୁର୍ଘଟଣା ସମ୍ପର୍କରେ ସମୀକ୍ଷା କରିଛନ୍ତି । ଘଟଣାରେ ଦୁଃଖ ପ୍ରକାଶ କରିବା ସହ ମୃତାହତଙ୍କ ଉଦ୍ଦେଶ୍ୟରେ ସମବେଦନ ପ୍ରକାଶ କରିଛନ୍ତି ପ୍ରଧାନମନ୍ତ୍ରୀ । ରେଳମନ୍ତ୍ରୀ ବୈଷ୍ଣବ ମଧ୍ୟ ପ୍ରଧାନମନ୍ତ୍ରୀଙ୍କ ସହ ଆଲୋଚନା କରିବା ପରେ ଆନ୍ଧ୍ର ପ୍ରଦେଶ ମୁଖ୍ୟମନ୍ତ୍ରୀ ଜଗନ ରେଡ୍ଡୀଙ୍କ ସହ ଉଦ୍ଧାରକାର୍ଯ୍ୟ ସମ୍ପର୍କରେ କଥା ହୋଇଛନ୍ତି । ଏନେଇ ରେଳମନ୍ତ୍ରୀ ନିଜେ ଟ୍ବିଟ କରି ସୂଚନା ଦେଇଛନ୍ତି । ଘଟଣାସ୍ଥଳରେ ରେଳ ଅଧିକାରୀ, ସ୍ଥାନୀୟ ପ୍ରଶାସନିକ ଅଧିକାରୀ, ପୋଲିସ, ଅଗ୍ନିଶମ ଓ ଏନଡିଆରଏଫ ସହଯୋଗରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ଆହତଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

ପୂର୍ବତଟ ରେଳବାଇ ଦେଇଥିବା ତଥ୍ୟ ଅନୁସାରେ,ସଂଧ୍ୟା ପ୍ରାୟ 7ଟା ସମୟରେ ପୂର୍ବତଟ ରେଲୱେ ଜୋନର ୱାଲ୍ଟୟାର ଡିଭିଜନର ଅଧୀନ ବିଜୟନଗର-କୋଟ୍ଟାଭାଲାସା ରେଳ ବିଭାଗର ଆଲାମଣ୍ଡା- କଣ୍ଟାକାପଲ୍ଲୀ ମଧ୍ୟରେ ଏହି ଦୁର୍ଘଟଣା ଘଟିଛି । ବିଶାଖାପାଟନମ୍-ପଲାସା ପାସେଞ୍ଜର ଟ୍ରେନ୍ (ନମ୍ବର-08532) ଓ ବିଶାଖାପାଟନମ୍-ରାୟାଗଡା ପାସେଞ୍ଜର ସ୍ପେଶାଲ (08504) ମଧ୍ୟରେ ଏହି ଦୁର୍ଘଟଣା ଘଟିଛି । ମନ୍ୟୁଷକୃତ ତ୍ରୁଟି କାରଣରୁ ଏହି ଦୁର୍ଘଟଣା ଘଟିଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଛି । ବିଶାଖାପାଟନମ୍-ପଲାସା ପାସେଞ୍ଜର ଟ୍ରେନର ଦୁଇଟି କୋଚ୍ ପଛ ପଟରୁ ଓ ବିଶାଖାପାଟନମ-ରାୟାଗଡା ପାସେଞ୍ଜର ଇଞ୍ଜିନ (ଲୋକୋମୋଟିଭ) କ୍ଷତିଗ୍ରସ୍ତ ହେବା ଲାଇନଚ୍ୟୁତ ହୋଇଛି ।

ଏହା ମଧ୍ୟ ପଢନ୍ତୁ:-Passenger Train Accident: ଦୁଇଟି ପାସେଞ୍ଜର ଟ୍ରେନ ମଧ୍ୟରେ ଧକ୍କା, 6 ମୃତ

ଘଟଣାସ୍ଥଳରେ ୱାଲ୍ଟୟାର ଡିଭିଜନର DRMଙ୍କ ନେତୃତ୍ବରେ ରେଳବାଇ ଅଧିକାରୀଙ୍କ ଏକ ଉଚ୍ଚସ୍ତରୀୟ ଟିମର ପ୍ରତ୍ୟକ୍ଷ ନେତୃତ୍ବରେ ଉଦ୍ଧାର କାର୍ଯ୍ୟ ଚାଲିଛି । ଦୁର୍ଘଟଣା ରିଲିଫ୍ ଟ୍ରେନ୍ ଏବଂ ଅନ୍ୟାନ୍ୟ ଉଦ୍ଧାର ଉଦ୍ଧାର ଉପକରଣ ନିୟୋଜିତ କରାଯାଇଛି । ଏହି ଦୁଇ ଟ୍ରେନରେ ଯାତ୍ରା କରୁଥିବା ଯାତ୍ରୀଙ୍କ ପାଇଁ ହେଲ୍ପଲାଇନ ନମ୍ବର ମଧ୍ୟ ଜାରି କରାଯାଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details