ଓଡିଶା

odisha

ETV Bharat / bharat

ବିହାରରେ ଦୁଇ ଭାଗ ହୋଇଗଲା ଲୋହିତ ଏକ୍ସପ୍ରେସ, ଯାତ୍ରୀଙ୍କ ମଧ୍ୟରେ ଉତ୍ତେଜନା - ଲୋହିତ ଏକ୍ସପ୍ରେସରୁ ଅଲଗା ହୋଇଗଲା ବଗି

ଲୋହିତ ଏକ୍ସପ୍ରେସରୁ ଅଲଗା ହୋଇଗଲା ବଗି । ଏଥିରେ କୌଣସି କ୍ଷୟକ୍ଷତି ହୋଇନଥିବା ସୂଚନା ମିଳିଛି । ଅଧିକ ପଢ଼ନ୍ତୁ

Lohit Express divided into two parts
ଲୋହିତ ଏକ୍ସପ୍ରେସରୁ ଅଲଗା ହୋଇଗଲା ବଗି

By

Published : Jun 20, 2023, 10:58 PM IST

ଲୋହିତ ଏକ୍ସପ୍ରେସରୁ ଅଲଗା ହୋଇଗଲା ବଗି

ପାଟନା: ବଡ଼ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲା ଲୋହିତ ଏକ୍ସପ୍ରେସ । ଟ୍ରାକରେ ଦୁଇ ଭାଗ ହୋଇଗଲା ଚଳନ୍ତା ଟ୍ରେନ । ବିହାରର କାଟିହର ନିକଟରେ ଥିବା ରେଳ ଷ୍ଟେସନ ନିକଟରେ ଏପରି ଘଟଣା ଘଟିଥିବା ସାମ୍ନାକୁ ଆସିଛି । କୌଣସି କାରଣରୁ ବଗିରୁ ଅଲଗା ହୋଇଯାଇଥିଲା ଇଞ୍ଜିନ । ଏହି ଘଟଣାରେ ଯାତ୍ରୀ ଆହତ ହୋଇନଥିବା ସୂଚନା ମିଳିଛି ।

ସୂଚନା ଅନୁଯାୟୀ, କାଟିହାର ରେଳ ଷ୍ଟେସନ ନିକଟ ଦାଲକୋଲା ଏବଂ ସୂର୍ଯ୍ୟକମଳ ରେଳ ଷ୍ଟେସନ ମଝିରେ ଏହି ଘଟଣାଟି ଘଟିଛି । ଗୋହାଟୀରୁ ଜମ୍ମୁତବୀ ଯାଉଥିବା ଲୋହିତ ଏକ୍ସପ୍ରେସ ଚାଲୁଥିବା ସମୟରେ ଇଞ୍ଜିନ ଠାରୁ ବଗି ଅଲଗା ହୋଇଯାଇଥିଲା । ଅର୍ଥାତ ଇଞ୍ଜିନ ୧୦ଟି ବଗି ନେଇ ଆଗକୁ ଚାଲି ଯାଇଥିବା ବେଳେ ଅନ୍ୟ ୧୨ଟି ଅଲଗା ହୋଇଯାଇଥିଲା । ସୌଭାଗ୍ୟ ବସତଃ କୌଣସି ବଡ଼ ଅଘଟଣ ଘଟିନାହିଁ ।

ଏହା ମଧ୍ୟ ପଢ଼ନ୍ତୁ:Bahanaga Train Tragedy: ମାନବିକତା ପାଇଁ ମିଳିଲା ସମ୍ମାନ, ଭିତ୍ତିଭୂମି ଓ ସ୍ବାସ୍ଥ୍ୟସେବା ପାଇଁ 2କୋଟି ଅନୁଦାନ

ଇଞ୍ଜିନରୁ ଅଲଗା ହୋଇଥିବା ବଗିରେ ହଜାର ହଜାର ଯାତ୍ରୀ ଥିଲେ । ଯେତେବେଳେ ଟ୍ରେନ ଡ୍ରାଇଭର ଏ ବିଷୟରେ ଜାଣିବାକୁ ପାଇଲେ ତୁରନ୍ତ ଟ୍ରେନକୁ ଅଟକା ଯାଇଥିଲା । ଏହି ଘଟଣା ସାମ୍ନାକୁ ଆସିବା ପରେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଦେଖିବାକୁ ମିଳିଥିଲା । କାଟିହର ରେଳ ବିଭାଗକୁ ଏ ସମ୍ପର୍କରେ ଅବଗତ କରାଗଲା। ଯେଉଁ ଟ୍ରାକରେ ଲୋହିତ ଟ୍ରେନର ବଗି ଅଲଗା ହୋଇଥିଲା । ତୁରନ୍ତ ଉକ୍ତ ଟ୍ରାକ ଉପରେ ଯିବାକୁ ଥିବା ଅନ୍ୟ ଟ୍ରେନ ଉପରେ ବ୍ରେକ ଲଗା ଯାଇଥିଲା । କୌଣସି ପ୍ରକାରେ ରେଳ ବିଭାଗ ଡ୍ରାଇଭର ସହ ଯୋଗାଯୋଗ କରି ଟ୍ରେନର ଆଗ ଭାଗକୁ ପଛକୁ ନେଇ ଅଲଗା ହୋଇଥିବା ବଗି ସହ ଯୋଡ଼ା ଯାଇଥିଲା । ଏ ଘଟଣାକୁ ନେଇ ଯାତ୍ରୀଙ୍କ ମଧ୍ୟରେ ଆତଙ୍କ ଖେଳି ଯାଇଥିଲା ।

ନିକଟରେ ବାଲେଶ୍ବରରେ ଭୟଙ୍କର ରେଳ ଦୁର୍ଘଟଣା ଘଟିବା ପରେ ପୁଣି ଥରେ ଏଭଳି ଘଟଣା ରେଳ ବିଭାଗ ଉପରେ ପ୍ରଶ୍ନ ଉଠାଇଛି । ଯଦି ଇଞ୍ଜିନ ଠାରୁ ଅଲଗା ହୋଇଥିବା ଟ୍ରାକରେ ଅନ୍ୟ ଏକ ଟ୍ରେନ ଆସିଥାନ୍ତା କିମ୍ବା ବଗି ଗୁଡ଼ିକ ଲାଇନଚ୍ୟୁତ ହୋଇଥାନ୍ତା । ତେବେ ପୁଣି ସେହି ଦୁର୍ଘଟଣାର ପୁରନରାବୃତ୍ତି ଘଟିଥାନ୍ତା । ଅନ୍ୟପଟେ ଏହି ଘଟଣାର ତଦନ୍ତ ପାଇଁ ନିର୍ଦ୍ଦେଶ ଦିଆଯାଇଥିବା କାଟିହାରର ବିଭାଗୀୟ ରେଳ ପରିଚାଳକ ଚୌଧୁରୀ ବିନୟ କୁମାର ସୂଚନା ଦେଇଛନ୍ତି ।

ABOUT THE AUTHOR

...view details