ଓଡିଶା

odisha

ETV Bharat / bharat

Uttarakhand Poll: CM ଧାମିଙ୍କ ସମେତ ପଛୁଆ VIP ନେତା - ଉତ୍ତରାଖଣ୍ଡରେ ପଛୁଆ ପ୍ରାର୍ଥୀଙ୍କ ତାଲିକା

ଉତ୍ତରାଖଣ୍ଡ ବିଧାନସଭା ପାଇଁ ଚାଲିଛି ଭୋଟ ଗଣତି । ଆଜି ପ୍ରାର୍ଥୀଙ୍କ ଭାଗ୍ୟର ହେବ ଫଇସାଲା । ତେବେ ଆସନ୍ତୁ ଜାଣିବା ବିଜୟ ଦୌଡ଼ରେ କିଏ ରହିଛି ପଛରେ ? ଅଧିକ ପଢନ୍ତୁ

Uttarakahnd Poll: CM ଧାମିଙ୍କ ସମେତ ପଛୁଆ VIP ନେତା
Uttarakahnd Poll: CM ଧାମିଙ୍କ ସମେତ ପଛୁଆ VIP ନେତା

By

Published : Mar 10, 2022, 1:25 PM IST

ଡେରାଡୁନ:ଉତ୍ତରାଖଣ୍ଡ ବିଧାନସଭା ନିର୍ବାଚନର ଫଳାଫଳ ପାଇଁ ଜାରି ରହିଛି ଭୋଟ ଗଣତି । ଏବେ ଅନ୍ୟ ରାଜ୍ୟର ବିଧାନସଭା ଆସନର ଗୋଟିଏ ପରେ ଗୋଟିଏ ଫଳାଫଳ ଆସିବାରେ ଲାଗିଛି । ଏବେ ରାଜ୍ୟରେ ବିଜେପି ଆଗୁଆ ରହିଥିବା ବେଳେ ବିଜେପି ନେତା ତଥା ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମି ଖାତିମା ଆସନରୁ ପଛରେ ରହିଛନ୍ତି । ବଡ଼ ବଡ଼ ନେତା ଭିଆଇପି ନେତାମାନଙ୍କ ମଧ୍ୟରେ ଲାଲକୁଆଁରୁ ପୂର୍ବ ମୁଖ୍ୟମନ୍ତ୍ରୀ ହରିଶ ରାୱତ ମଧ୍ୟ ପଛରେ ରହିଛନ୍ତି ।

ପଛୁଆ VIP ନେତା
ପଛୁଆ VIP ନେତା

ଯଦି କଂଗ୍ରେସ ସମ୍ପର୍କରେ ଆଲୋଚନା କରିବା ତେବେ ବାଜପୁରର ଯଶପାଲ ଆର୍ଯ୍ୟ, ନୈନିତାଲର ସଞ୍ଜୀବ ଆର୍ଯ୍ୟ, ହଲଦ୍ବାନୀରୁ ସୁମିତ ହୃଦୟେଶ, ଲୈନ୍ସଡାଉନରୁ ଅନୁକୃତି ଗୋସାଇ ପଛୁଆ ରହିଛନ୍ତି । ଲଗାତାର ଆସୁଥିବା ଫଳାଫଳରୁ ବଢିବାରେ ଲାଗିଛି ବଡ଼ ବଡ଼ ନେତାଙ୍କ ହାର୍ଟବିଟ୍‌ ।

ପଛୁଆ VIP ନେତା

ସେପଟେ ଶ୍ରୀନଗରରୁ ଧନ ସିଂହ ରାୱତ ପଛରେ ଥିବା ବେଳେ ରାମଶରଣ ନୌଟିୟାଲ, ନୈନିତାଲରୁ ସଞ୍ଜୀବ ଆର୍ଯ୍ୟ, ନରେନ୍ଦ୍ରନଗର ସେ ସୁବୋଧ ଉନିଆଲ ଓ ହଲଦ୍ବାନୀରୁ ହୃଦଦେଶ ପଛରେ ରହିଛନ୍ତି । କୋଟଦ୍ବାର ଆସନରୁ କଂଗ୍ରେସ ପଛରେ ରହିଛି । ଏଠାରେ କଂଗ୍ରେସର ସୁରେନ୍ଦ୍ର ସିଂ ନେଗି ପଛରେ ରହିଛନ୍ତି ।

ପଛୁଆ VIP ନେତା

କେଦାରନାଥ ଓ ବଦ୍ରିନାଥ ଆସନରୁ ମଧ୍ୟ କଂଗ୍ରେସ ପଛରେ ରହିଛି । ହରିଦ୍ବାର ଓ ଋଷିକେଶରେ କଂଗ୍ରେସ ଲଗାତାର ପଛରେ ରହିଆସିଛି । ହରିଦ୍ବାର ଗ୍ରାମୀଣରୁ ସ୍ବାମୀ ଯତିଶ୍ବରାନନ୍ଦ ମଧ୍ୟ ପଛରେ ରହିଛନ୍ତି । ଦେବପ୍ରୟାଗରୁ ବିଜେପିର ବିନୋଦ କଣ୍ଡାରୀ ପଛରେ ରହିଛନ୍ତି । ବିଜେପି ଓ କଂଗ୍ରେସ ଯଥାକ୍ରମେ ୪୦ ଓ ୨୫ ସିଟରେ ଆଗୁଆ ରହିଛି ।

ପଛୁଆ VIP ନେତା

ରୁଦ୍ରପୁର ଆସନରୁ ପରିଚିତ ନେତା ରାଜକୁମାର ଠୁକରାଲଙ୍କ ହୋଇଥିବା ବେଳେ ଏଠାରୁ ସେ ସ୍ବାଧୀନ ପ୍ରାର୍ଥୀ ଭାବେ ନିର୍ବାଚନ ଲଢୁଛନ୍ତି । ସେ ମଧ୍ୟ ପଛରେ ରହିଛନ୍ତି । ଏଯାବତ ଭୋଟ ଗଣତିର ଫଳାଫଳ ଅନୁସାରେ କଂଗ୍ରେସର ବଡ଼ ନେତା ତଥା VIP ପଛରେ ରହିଛନ୍ତି ।

ଯମକେଶ୍ବର, ବିକାସନଗର, ଥରାଲି, ସିତାଗଞ୍ଜ, ଡେରାଡୁନ ଓ ଚୌବଟ୍ଟାଖାଲ ଭିମତାଲ, ଆଲମୌଡ଼ାର କଂଗ୍ରେସ ପ୍ରାର୍ଥୀ ପଛରେ ରହିଛନ୍ତି । ସେପଟେ ବିଜେପି ପ୍ରାର୍ଥୀ ଭଗବାନପୁର, ରାଣୀପୁର, ଚକରାତାରେ ପଛୁଆ ରହିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details