ଓଡିଶା

odisha

By

Published : Oct 18, 2022, 11:55 AM IST

ETV Bharat / bharat

କଟକ ସମେତ ଦେଶର ୧୫ଟି ସହରରେ ଟ୍ରାଇ ପକ୍ଷରୁ ଡ୍ରାଇଭ ଟେଷ୍ଟ

ଭାରତୀୟ ଦୂରସଞ୍ଚାର ନିୟାମକ ପ୍ରାଧିକରଣ (Telecom Regulatory Authority of India) ପକ୍ଷରୁ ଦୂରସଞ୍ଚାର ସେବା ପ୍ରଦାନକାରୀଙ୍କ (Telecom Service Providers) ସହାୟତାରେ କଟକ ସମେତ ଦେଶର ୧୫ଟି ସହରରେ ଡ୍ରାଇଭ ଟେଷ୍ଟ କରାଯିବା ସହିତ ଏହାର ରିପୋର୍ଟ ଜାରି କରିଛି । ଅଧିକ ପଢନ୍ତୁ

Etv Bharat
Etv Bharat

ହାଇଦ୍ରାବାଦ: ଭାରତୀୟ ଦୂରସଞ୍ଚାର ନିୟାମକ ପ୍ରାଧିକରଣ (Telecom Regulatory Authority of India) ପକ୍ଷରୁ ଦୂରସଞ୍ଚାର ସେବା ପ୍ରଦାନକାରୀଙ୍କ(Telecom Service Providers) ସହାୟତାରେ କଟକ ସମେତ ଦେଶର ୧୫ଟି ସହରରେ ଡ୍ରାଇଭ ଟେଷ୍ଟ କରାଯିବା ସହିତ ଏହାର ରିପୋର୍ଟ ଜାରି କରିଛି ।

ଡ୍ରାଇଭ ଟେଷ୍ଟ ହୋଇଥିବା ସ୍ଥାନ ହେଉଛି ପଞ୍ଜାବର ଜଳନ୍ଧର, ହରିୟାଣାର ଅମ୍ବାଲା, ଉତ୍ତରପୂର୍ବାଞ୍ଚଳର ଆଇଜଲ, କୋଣ୍ଟାଇ, ମଣିପୁରର ଇମ୍ଫାଲ, ବିହାରର କିଷନଗଞ୍ଜ, ପୋର୍ଟ ବ୍ଲେୟାର, ଛତିଶଗଡର ବିଳାସପୁର, ମଧ୍ୟ ପ୍ରଦେଶର ଗ୍ବାଲିୟର, ୟୁପିର ମେରଟ, ଗୁଜୁରାଟର ଅହମ୍ମଦନଗର, କର୍ଣ୍ଣାଟକର ଚିକମଙ୍ଗଲୁର, ତେଲେଙ୍ଗାନର ୱାରଙ୍ଗଲ, ଓଡିଶାର କଟକ, ତାମିଲନାଡୁର କୋୟମ୍ବାଟ ଥିବାବେଳେ ଦୁଇଟି ରାଜପଥ ମେରଠ-ଆଗ୍ରା, ଗ୍ବାଲିୟର-ଗୁନା ଏବଂ ଗୋଟିଏ ରେଳ ମାର୍ଗ-ରାୟଗଡରୁ ଡୋଙ୍ଗରଗଡ ପର୍ଯ୍ୟନ୍ତ ଡ୍ରାଇଭ ଟେଷ୍ଟ କରାଯାଇଥିଲା । ଜୁନ ୨୦୨୨ରେ ଶେଷ ହୋଇଥିବା ତ୍ରୈମାସ ସମୟରେ ଏହି ପରୀକ୍ଷଣ କରାଯାଇଥିଲା ।

ସେଲୁଲାର ମୋବାଇଲ ଟେଲିଫୋନ ସେବା ପ୍ରଦାନକାରୀମାନଙ୍କ ଦ୍ବାରା ପ୍ରଦାନ କରାଯାଉଥିବା ଭଏସ ଏବଂ ଡାଟା ସେବା ପାଇଁ ନେଟୱାର୍କର ଗୁଣବତ୍ତା ଆକଳନ ପାଇଁ ଏହି ଟେଷ୍ଟ କରାଯାଇଥିଲା । ଏହି ଅଞ୍ଚଳରେ କାର୍ଯ୍ୟକ୍ଷମ ଦୂରସଞ୍ଚାର ସେବା ପ୍ରଦାନକାରୀଙ୍କ ନେଟୱାର୍କକୁ ଆକଳନ ପାଇଁ ପ୍ରମୁଖ ପ୍ରଦର୍ଶନ ସୂଚକାଙ୍କ (କେପିଆଇ)କୁ ଅନୁଧ୍ୟାନ କରାଯାଇଥିଲା । ଭଏସ ସେବା ପାଇଁ କେପିଆଇ ଗୁଡିକ ମଧ୍ୟରେ କଭରେଜ, କଲ ସେଟଅପ ସଫଳତା ହାର (ସିଏସଏସଆର), ଡ୍ରପ କଲ ହାର,; ବ୍ଲକ କରାଯାଇଥିବା କଲ ହାର, ହ୍ୟାଣ୍ଡଓଭର ସଫଳତା ହାର, ଆରଏକ୍ସ ଗୁଣବତ୍ତା ଆଦି ଅନୁଧ୍ୟାନ କରାଯାଇଥିଲା ।

ସେହିପରି ଡାଟା ପାଇଁ କେପିଆଇ ମଧ୍ୟରେ ଡାଉନଲୋଡ ଏବଂ ଅପଲୋଡ ଥ୍ରୁପୁଟ୍ସ, ୱେବ ବ୍ରାଉଜିଂ ବିଳମ୍ବତା, ଭିଡିଓ ଷ୍ଟ୍ରିମିଂ ବିଳମ୍ବ ହେବା ଆଦି ଯାଞ୍ଚ କରାଯାଇଥିଲା । ଏନେଇ ଟ୍ରାଇ ନିଜସ୍ବ ୱେବସାଇଟ www.analytics.trai.gov.in ରେ ସମ୍ପୂର୍ଣ୍ଣ ରିପୋର୍ଟ ଉପଲବ୍ଧ କରିଛି ।

ABOUT THE AUTHOR

...view details