ଓଡିଶା

odisha

By

Published : Nov 9, 2020, 9:11 PM IST

ETV Bharat / bharat

କାଳ ହେଲା ପ୍ରି-ୱେଡିଂ ଫଟୋ ସୁଟ, ପାଣିରେ ବୁଡି ବର-ବଧୂ ମୃତ

କର୍ଣ୍ଣାଟକ ତଲକାଡୁ ଗାଁରେ ବିବାହ ପୂର୍ବରୁ ନଦୀରେ ଫଟୋସୁଟ କରାଉଥିବାବେଳେ ବର-କନ୍ୟାଙ୍କର ପାଣିରେ ବୁଡି ମୃତ୍ୟୁ । ଅଧିକ ପଢ଼ନ୍ତୁ...

Tragedic Pre-Wedding Photo Shoot: Bride, Groom Breathed Their Last While Smiling to Camera
କାଳ ହେଲା ପ୍ରି-ୱେଡିଂ ଫଟୋ ସୁଟ, ପାଣିରେ ବୁଡି ବର-ବଧୂ ମୃତ

ବେଙ୍ଗାଲୁରୁ : ବିବାହ ପୂର୍ବରୁ ଫଟୋ ସୁଟ କରାଇବାବେଳେ ନଦୀରେ ବୁଡ଼ି ପ୍ରାଣ ହରାଇଲେ ବର କନ୍ୟା । ତିରୁମାକୁଡାଲୁ ନରସିପୁରା ତାଲୁକର ତଲକାଡୁ ଗାଁ ନିକଟ କାବେରୀ ନଦୀରେ ଫଟୋ ସୁଟ କରାଉଥିବାବେଳେ ଏହି ଅଭାବନୀୟ ଘଟଣା ଘଟିଛି ।

କାଳ ହେଲା ପ୍ରି-ୱେଡିଂ ଫଟୋ ସୁଟ, ପାଣିରେ ବୁଡି ବର-ବଧୂ ମୃତ

ନଭେମ୍ବର 22 ତାରିଖରେ ଚନ୍ଦ୍ରୁ ଓ ଶଶିକଳାଙ୍କ ବିବାହ ହେବା ନେଇ ସ୍ଥିରୀକୃତ ହୋଇଥିଲା । ବିବାହ ସ୍ମୃତିକୁ ସାଇତି ରଖିବା ପାଇଁ ଉଭୟ ପ୍ରି-ୱେଡିଂ ଫଟୋ ସୁଟ କାବେରୀ ନଦୀରେ କରାଇବାକୁ ନିଷ୍ପତ୍ତି ନେଇଥିଲେ । ନଦୀରେ ପ୍ରି ଫଟୋ ସୁଟ ଚାଲିଥିବା ବେଳେ ହଠାତ ଶଶିକଳା ଭାରସାମ୍ୟ ହରାଇ ନଦୀରେ ପଡିଯାଇଥିଲେ । ଶଶିକଳାଙ୍କୁ ବଞ୍ଚାଇବାକୁ ଯାଇ ଚନ୍ଦ୍ରୁ ମଧ୍ୟ ନଦୀକୁ ଖସି ପଡ଼ିଲେ । ଉଭୟ ପହଁରା ଜାଣି ନଥିବାରୁ ନଈରେ ବୁଡି ଯାଇଥିଲ ।

କାଳ ହେଲା ପ୍ରି-ୱେଡିଂ ଫଟୋ ସୁଟ, ପାଣିରେ ବୁଡି ବର-ବଧୂ ମୃତ

ଅଗ୍ନିଶମ ବାହିନୀ ସହାୟତାରେ ଉଭୟଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା । ଉଭୟ ବର ଓ କନ୍ୟାଙ୍କ ପରିବାରରେ ଶୋକର ଛାୟା ଖେଳିଯାଇଛି । ତଲକାଡ଼ୁ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଥାନା ଏକ ମାମଲା ରୁଜୁ କରିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details