ଓଡିଶା

odisha

ETV Bharat / bharat

ବିଦେଶୀ ୟୁଟ୍ୟୁବରଙ୍କୁ ଦୁର୍ବ୍ୟବହାର ପଡିଲା ମହଙ୍ଗା, ବ୍ୟବସାୟୀଙ୍କୁ ବାନ୍ଧିଲା ପୋଲିସ - ବ୍ୟବସାୟୀଙ୍କୁ ବାନ୍ଧିଲା ପୋଲିସ

ବିଦେଶୀ ୟୁଟ୍ୟୁବରଙ୍କୁ ଦୁର୍ବ୍ୟବହାର କଲେ ବ୍ୟବସାୟୀ । ଭିଡିଓ ଭାଇରାଲ ପରେ ବ୍ୟବସାୟୀଙ୍କୁ ଗିରଫ କଲା ବେଙ୍ଗଲୁରୁ ପୋଲିସ । ଅଧିକ ପଢନ୍ତୁ

ବିଦେଶୀ ୟୁଟ୍ୟୁବରଙ୍କୁ ଦୁର୍ବ୍ୟବହାର କଲେ ବ୍ୟବସାୟୀ
ବିଦେଶୀ ୟୁଟ୍ୟୁବରଙ୍କୁ ଦୁର୍ବ୍ୟବହାର କଲେ ବ୍ୟବସାୟୀ

By

Published : Jun 12, 2023, 10:34 PM IST

ବିଦେଶୀ ୟୁଟ୍ୟୁବରଙ୍କୁ ଦୁର୍ବ୍ୟବହାର କଲେ ବ୍ୟବସାୟୀ

ବେଙ୍ଗାଲୁରୁ: ଭିଡିଓ ରେକର୍ଡ କରୁଥିଲେ ବିଦେଶୀ ୟୁଟ୍ୟୁବର । ରେକର୍ଡ ସମୟରେ ଧକ୍କା ମାରିଲେ ବ୍ୟବସାୟୀ । ଥାନାରେ ମାମଲା ପହଞ୍ଚିବା ପରେ ବ୍ୟବସାୟୀଙ୍କୁ ବାନ୍ଧିଲା ପୋଲିସ । ନେଦରଲ୍ୟାଣ୍ଡର ଜଣେ ୟୁଟ୍ୟୁବରଙ୍କୁ ଦୁର୍ବ୍ୟବହାର କରି ବେଙ୍ଗଲୁରୁର ଚୋର ମାର୍କେଟର ଜଣେ ବ୍ୟବସାୟୀ ଗିରଫ ହୋଇଛନ୍ତି । ୟୁଟ୍ୟୁବରଜଣଙ୍କ ମାର୍କେଟରେ ସେଲ୍ଫି ଭିଡିଓ ରେକର୍ଡିଂ କରୁଥିଲେ । ଏହି ସମୟରେ ତାଙ୍କୁ ଜଣେ ବ୍ୟବସାୟୀ ଅଟକାଇବା ସହ ଧକ୍କା ମାରୁଥିବା ଦେଖିବାକୁ ମିଳିଥିଲା । ଯାହା ଫଳରେ ୟୁଟ୍ୟୁବରଜଣଙ୍କ ସେଠାରୁ ଦୌଡି ପାଲାଇଥିଲେ । ଏହି ଭିଡିଓ ଭାଇରାଲ ହେବା ପରେ ବେଙ୍ଗଲୁରୁ ପୋଲିସ ବ୍ୟବସାୟୀଙ୍କୁ ଗିରଫ କରିଛି । ଘଟଣାଟି ପ୍ରାୟ 2 ମାସ ପୂର୍ବରୁ ଘଟିଥିବା ବେଳେ ଭାଇରାଲ ଭିଡିଓ ଆଧାରରେ ପୋଲିସ ଏବେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ।

ଏହି ବିଦେଶୀ ୟୁଟ୍ଯୁବର ପେଡ୍ରୋ ମୋଟା ଜଣେ ଫେମସ ଡଚ୍ ୟୁଟ୍ୟୁବର ତଥା ଜଣେ ବ୍ଲଗର । ସେ ବିଭିନ୍ନ ଦେଶ ଭ୍ରମଣ କରି ନିଜର ଅନୁଭୂତି ସେୟାର କରିଥାନ୍ତି । ଦେଶର ଫେମସ ପଏଣ୍ଟ ବୁଲି ତାର ବ୍ଲଗ ମଧ୍ୟ କରିଥାନ୍ତି । ପେଡ୍ରୋ ବେଙ୍ଗଲୁରୁର ଚିକ୍‌ପେଟରେ ଭିଡିଓ ସୁଟିଂ କରୁଥିବା ସମୟରେ ଜଣେ ସ୍ଥାନୀୟ ବ୍ୟବସାୟୀ ତାଙ୍କୁ ଦୁର୍ବ୍ୟହାର କରିବା ସହ ଧକ୍କା ମାରିଥିବା ଦେଖିବାକୁ ମିଳିଥିଲା ।

ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ପୋଲିସ ଗତକାଲି (ରବିବାର) ଏହି ଭିଡିଓ ପୋଷ୍ଟ କରିଥିଲା। ଏହାପରେ ନିଜସ୍ବ ମାମଲା ରୁଜୁ କରି ଦୋଷୀକୁ ଖୋଜିଥିଲା। ଆଜି ଅଭିଯୁକ୍ତକୁ ବାନ୍ଧିଛି କର୍ଣ୍ଣାଟକ ପୋଲିସ। କର୍ଣ୍ଣାଟକ ପୋଲିସ ସୂଚନା ଅନୁଯାୟୀ, ଗତ ଦୁଇମାସ ତଳେ ଡଚ୍ ୟୁଟ୍ୟୁବର ପେଡ୍ରୋ ମୋଟା ଭାରତ ଭ୍ରମଣରେ ଆସିଥିଲେ। ସେ ଏକ ସେଲ୍ଫି ଭିଡିଓ ତିଆରି କରିବା ସମୟରେ ତାଙ୍କୁ ଦୁର୍ବ୍ୟବହାରର ଶୀକାର ହେବାକୁ ପଡିଥିଲା। ଏହାପରେ ସେ ନିଜ ଦେଶକୁ ଫେରିଯାଇଥିଲେ।

ଏହି ଭିଡିଓ ପାଇବା ପରେ ତୁରନ୍ତ ଆକ୍ସନ ମୋଡକୁ ଆସିଥିଲା କର୍ଣ୍ଣାଟକ ପୋଲିସ । ପୋଲିସ ନିଜ ଟ୍ବିଟର ହ୍ୟାଣ୍ଡେଲରେ ଟ୍ବିଟ କରି କହିଛି, ‘‘କୈଣସି ଦୁର୍ବ୍ୟହାରକୁ ଗ୍ରହଣ କରାଯିବ ନାହିଁ। ତୁରନ୍ତ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯିବ । କୈଣସି ଦାଷୀ ଦୋଷ କରି ବର୍ତ୍ତିପାରିବ ନାହିଁ। ବିଦେଶୀଙ୍କ ପର୍ଯ୍ୟଟକଙ୍କ ସହ କରାଯାଉଥିବା ଦୁର୍ବ୍ୟବହାରକୁ ସହ୍ୟ କରାଯିବ ନାହିଁ।"

ଏହାସହ ଏହି ମାମଲାର ଭିଡିଓ ମଧ୍ୟ ସେୟାର କରିଛି। ତେବେ 2022 ଡିସେମ୍ବରରେ ଏକ ସାଉଥ କୋରିଆ ୟୁଟ୍ୟୁବରଙ୍କୁ ଦୁଇ ଜଣ ଲୋକ ଦୁର୍ବ୍ୟହାର କରୁଥିବା ଦେଖିବାକୁ ମିଳିଥିଲା। ମୁମ୍ବାଇର ରାସ୍ତାରେ ମହିଳା ଜଣଙ୍କ ଲାଇଭ-ଟ୍ରିମିଂ କରୁଥିବା ସମୟରେ ତାଙ୍କୁ ଦୁଇ ଅସାମାଜିକ ବ୍ୟକ୍ତି ଦୁର୍ବ୍ୟବହାର କରିଥିଲେ। ଯାହାର ଭିଡିଓ ଭାଇରାଲ ହେବାପରେ ତାଙ୍କୁ ଗିରଫ କରିଥିଲା ମୁମ୍ବାଇ ପୋଲିସ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details