ଲକ୍ଷ୍ନୌ:ଉତ୍ତର ପ୍ରଦେଶ ଓ ଉତ୍ତରାଖଣ୍ଡ ସୀମାନ୍ତ ସିର୍ସା ବର୍ଡର ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ଏହି ସଡ଼କ ଦୁର୍ଘଟଣାରେ (Tractor Trolley) Accident) 6 ଜଣ ପ୍ରାଣ ହରାଇଛନ୍ତି । ପ୍ରାୟ 40ରୁ ଉର୍ଦ୍ଧ୍ବ ଶ୍ରଦ୍ଧାଳୁ ଏକ ଟ୍ରାକ୍ଟଟରେ ବସି ନିକଟରେ ଥିବା ଏକ ଗୁରୁଦ୍ବାରକୁ ଯାଉଥିଲେ । ଟ୍ରାକ୍ଟରଟି ସିର୍ସା ଗାଁ ମୁଣ୍ଡ ବୁଲାଣି ଅତିକ୍ରମ କରିବା ପରେ ଚାଳକ ଟ୍ରାକ୍ଟରକୁ ଏନଏଚ 74 ରାସ୍ତାରେ ବୁଲାଉ ଥିବା ବେଳେ ପଛପଟୁ ଦୃତଗତିରେ ଆସୁଥିବା ଟ୍ରଲି ହଠାତ୍ ଧକ୍କା ଦେଇଥିଲା । ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ, ଟ୍ରାକ୍ଟର ସମେତ ଟ୍ରଲି ଘଟଣା ସ୍ଥଳରେ ଓଲଟି ପଡି ଦୂରକୁ ଛିଟିକି ପଡିଥିଲା(Rudrapur Pilgrims Tractor accident) । ଟ୍ରଲିରେ ବସିଥିବା ଶ୍ରଦ୍ଧାଳୁମାନଙ୍କ ଚିତ୍କାର କରିଥିଲେ । ବର୍ତ୍ତମାନ ସୁଦ୍ଧା 6 ଜଣଙ୍କ ମୃତ୍ୟୁ ସ୍ପଷ୍ଟ ହୋଇଛି । ସେହିପରି ଏହି ଦୁର୍ଘଟଣାରେ ଅନ୍ୟ କିଛି ଗୁରୁତରଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଘଟଣା ସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।
ସୂଚନା ଅନୁସାରେ, ଉତ୍ତର ପ୍ରଦେଶ ଏବଂ ଉତ୍ତରାଖଣ୍ଡ ସୀମାବର୍ତ୍ତୀ ସିର୍ସା ଆଉଟପୋଷ୍ଟ ନିକଟରେ ଏହି ମର୍ମନ୍ତୁଦ ଦୁର୍ଘଟଣା ଘଟିଛି (Tractor Trolley Accident in Sirsa border)। ଦୁର୍ଘଟଣାଗ୍ରସ୍ତ ହୋଇଥିବା ଟ୍ରାକ୍ଟରରେ ପ୍ରାୟ 40 ଶ୍ରଦ୍ଧାଳୁ ଥିବା କୁହାଯାଉଥିବା ବେଳେ ଔପଚାରିକ ଭାବେ କିଛି ସ୍ପଷ୍ଟ ହୋଇ ପାରିନାହିଁ । ନିକଟସ୍ଥ ରୁଦ୍ରପୁର ଜିଲ୍ଲା ଡାକ୍ତରଖାନାରେ 17 ଆହତଙ୍କ ଚିକିତ୍ସା ଜାରି ରହିଛି । ଅନ୍ୟ କିଛି ଗୁରୁତରଙ୍କୁ ହାଲ୍ଦୱାନୀରେ ଥିବା ସୁଶୀଲା ତିୱାରୀ ହସ୍ପିଟାଲକୁ ରେଫର୍ କରାଯାଇଛି । ଟ୍ରାକ୍ଟର ଟ୍ରଲିରେ ବସିଥିବା ସମସ୍ତ ଶ୍ରଦ୍ଧାଳୁ ଏହି ଦୁର୍ଘଟଣାରେ ଆହାତ ହୋଇଛନ୍ତି ।