ଓଡିଶା

odisha

ETV Bharat / bharat

ରାମଲଲାଙ୍କ ପାଇଁ କାଶୀରୁ ଆସିବ ଖେଳନା - Toys For Lord Ram

Ram Lalla in Ayodhya Ram Mandir: ଜାନୁଆରୀ ୨୨ ତାରିଖରେ ହେବ ରାମଲଲାଙ୍କ ପ୍ରାଣ ପ୍ରତିଷ୍ଠା । କାଶୀର ରାମ ରମାପତି ବ୍ୟାଙ୍କ ତରଫରୁ ଉପହାର ରେ ଦିଆଯିବ ବିଭିନ୍ନ ଖେଳନା । ଅଧିକ ପଢନ୍ତୁ

ଅଯୋଧ୍ୟାର ରାମଲଲାଙ୍କ ପାଇଁ କାଶୀରୁ ଆସିବ ଖେଳନା
ଅଯୋଧ୍ୟାର ରାମଲଲାଙ୍କ ପାଇଁ କାଶୀରୁ ଆସିବ ଖେଳନା

By ETV Bharat Odisha Team

Published : Jan 1, 2024, 10:33 PM IST

ଅଯୋଧ୍ୟାର ରାମଲଲାଙ୍କ ପାଇଁ କାଶୀରୁ ଆସିବ ଖେଳନା

ବାରାଣାସୀ: ଆସନ୍ତା ଜାନୁଆରୀ ୨୨ ତାରିଖରେ ଅଯୋଧ୍ୟା ଶ୍ରୀରାମ ମନ୍ଦିରର ଉଦଘାଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ଏହି ବହୁ ପ୍ରତୀକ୍ଷିତ ମନ୍ଦିରର ଗର୍ଭଗୃହ ମଧ୍ୟରେ ପ୍ରଭୁ ଶ୍ରୀରାମଙ୍କ ୫ ବର୍ଷୀୟ ବାଲ୍ୟାବସ୍ଥାର ମୂର୍ତ୍ତିରେ ପ୍ରାଣ ପ୍ରତିଷ୍ଠା ହେବ । ଏହି ପରିପ୍ରେକ୍ଷୀରେ ଧର୍ମ ନଗରୀ କାଶୀରୁ ବାବା ବିଶ୍ବନାଥଙ୍କ ଆରାଧ୍ୟ ପ୍ରଭୁ ଶ୍ରୀରାମଙ୍କ ପାଇଁ ଖେଳନା ପଠାଯିବ ଏବଂ ବିଶେଷ କଥା ଏହିକି ଯେ ଏହି ଖେଳନା ଗୁଡିକ କାଶୀର ରାମ ରମାପତି ବ୍ୟାଙ୍କ ତରଫରୁ ଦିଆଯିବ । ରାମ ରମାପତି ବ୍ୟାଙ୍କ ଅର୍ଥାତ ଭଗବାନ ରାମଙ୍କ ଦରବାର ଯେଉଁ ଠାରେ ସ୍ବୟଂ ଭଗବାନ ନିଜ ବାଳ ସ୍ବରୂପରେ ବିରାଜମାନ ହୋଇଛନ୍ତି । ସମ୍ପୂର୍ଣ୍ଣ କାଶୀରେ ଏହା ଏକ ମାତ୍ର ମନ୍ଦିର ଯେଉଁ ଠାରେ ପ୍ରଭୁ ରାମଚନ୍ଦ୍ରଙ୍କୁ ବିଭିନ୍ନ ପ୍ରକାର ଖେଳନା ପ୍ରସାଦ ଆକାରରେ ଭେଟି ଦିଆଯାଏ । ଏହି ଖେଳନା ମଧ୍ୟରେ ଧନୁତୀର, ହାତୀ , ଘୋଡ଼ା ଓ ଅନେକ ପ୍ରକାରର ଖେଳନା ଅନ୍ତର୍ଭୁକ୍ତ । ଏହି କଳାକୃତିକୁ କାଶୀର କାରିଗର ମାନେ ନିର୍ମାଣ କରିଛନ୍ତି । ଏତଦ୍ ବ୍ୟତୀତ ଏଠାରେ ହସ୍ତ ଲିଖିତ ରାମ ନାମର ସଂଗ୍ରହ ମଧ୍ୟ ରହିଛି , ଯାହାକୁ ଲୋକ ମାନେ ଉଧାର ନେଇ ପୁଣି ଲେଖି କରି ଫେରାଇଥାନ୍ତି ।

ରାମ ରମାପତି ବ୍ୟାଙ୍କକୁ ପରିଚାଳନା କରୁଥିବା ସୁନୀଲ କହିଛନ୍ତି ଯେ , ରାମ ମନ୍ଦିରକୁ ନେଇ ସାରା ଭାରତ ବର୍ଷ ସହିତ ସମଗ୍ର ବିଶ୍ବରେ ଖୁସିର ମାହୋଲ ରହିଛି ଯାହା ଶବ୍ଦରେ ଅବର୍ଣ୍ଣନୀୟ । ପ୍ରତିଟି ଭାରତୀୟଙ୍କ ମନରେ ରାମ ମନ୍ଦିରରେ ବାଳରୂପରେ ରାମଲଲାଙ୍କୁ ଦର୍ଶନ କରିବାକୁ ଇଚ୍ଛା ରହିଛି । ସେହିପରି ତାଙ୍କ ପରିବାର ଦ୍ବାରା ପରିଚାଳିତ ରାମ ରମାପତି ବ୍ୟାଙ୍କରେ ମଧ୍ୟ ପ୍ରଭୁଙ୍କର ବାଳ ସ୍ବରୂପ ରହିଛି । ତେଣୁ ଗୋଟେ ଛୋଟ ପିଲା ପାଇଁ ଖେଳନା ଠାରୁ ବଡ କିଛି ଉପହାର ନାହିଁ ବୋଲି ସେ କହିଛନ୍ତି । ଆମର ଏଠାରେ ଶ୍ରଦ୍ଧାଳୁ ମାନଙ୍କ ଦ୍ବାରା ପ୍ରଭୁଙ୍କୁ ଖେଳନା ଚଢାଯାଉଛି ।

ଏହା ମଧ୍ୟ ପଢନ୍ତୁ ...ଅଯୋଧ୍ୟା ରାମ ମନ୍ଦିରରେ ଭଗବାନ ରାମଙ୍କ ବାଲ୍ୟ ଅବସ୍ଥାର ମୂର୍ତ୍ତିରେ ହେବ ପ୍ରାଣ ପ୍ରତିଷ୍ଠା, ପଦ୍ମ ଉପରେ ବିରାଜିବେ ପ୍ରଭୁ

ତେଣୁ ଆମକୁ ଯଦି ଶ୍ରୀରାମ ମନ୍ଦିରର ପ୍ରାଣ ପ୍ରତିଷ୍ଠା ପାଇଁ ନିମନ୍ତ୍ରଣ ମିଳେ ତେବେ ରାମଲଲାଙ୍କ ପାଇଁ ଆମେ ଖେଳନା ଉପହାର ନେବୁ । ଯଦି ନିମନ୍ତ୍ରଣ ନ ମିଳେ ତାହେଲେ ଯେବେ ଆମେ ଅଯୋଧ୍ୟା ଯିବୁ ପ୍ରଭୁ ଙ୍କ ପାଇଁ କାଠ , ପ୍ଲାଷ୍ଟିକ, ରବର କିମ୍ବା ଅନ୍ୟ ଧାତୁରେ ତିଆରି ଖେଳନା ନେଇକି ଯିବୁ ବୋଲି ସୁନୀଲ କହିଛନ୍ତି । ସୂଚନାଯୋଗ୍ୟ ଯେ ରାମ ରମାପତି ବ୍ୟାଙ୍କ ୯୬ ବର୍ଷ ଧରି କାଶୀରେ ଅବସ୍ଥିତ । ନିଜର ଖାସ ମନୋକାମନା ପୂର୍ଣ୍ଣ ହେବା ପାଇଁ ଲୋକ ମାନେ ଧାର ଭାବେ ରାମ ନାମ ସଂଗ୍ରହ ନେଇଥାନ୍ତି ଏବଂ ଇଚ୍ଛା ପୂରା ହେବା ପରେ ଲୋକ ତାହାକୁ ବ୍ୟାଙ୍କକୁ ଫେରାଇଥାନ୍ତି ।

ବ୍ୟୁରୋ ରିପୋର୍ଟ , ଇଟିଭି ଭାରତ

ABOUT THE AUTHOR

...view details