ଓଡିଶା

odisha

ETV Bharat / bharat

କୋରାନା କାଳରେ କୁଲ୍ଲୁ ମନାଲିରେ ଜମୁଛି ପର୍ଯ୍ୟଟକଙ୍କ ଭିଡ - kullu manali

କୋରୋନା ଭାଇରସର ଭୟକୁ ଖାତିର ନକରି ପ୍ରକୃତି ସୌନ୍ଦର୍ଯ୍ୟର ମଜା ନେବାକୁ କୁଲୁ ମନାଲିରେ ଭିଡ ଜମାଉଥିବା ଦେଖାଯାଇଛି । ଅଧିକ ପଢନ୍ତୁ...

କୁଲ୍ଲୁ ମନାଲିରେ ଜମୁଛି ପର୍ଯ୍ୟଟକଙ୍କ ଭିଡ
କୁଲ୍ଲୁ ମନାଲିରେ ଜମୁଛି ପର୍ଯ୍ୟଟକଙ୍କ ଭିଡ

By

Published : Mar 30, 2021, 12:49 PM IST

କୁଲ୍ଲୁ: ପ୍ରକୃତି ରାଣୀ କୁଲ୍ଲୁ ମନାଲିକୁ ଛୁଟୁଛି ପର୍ଯ୍ୟଟକଙ୍କ ଭିଡ । ଦେଶର ବିଭିନ୍ନ ରାଜ୍ୟରୁ ପର୍ଯ୍ୟଟକମାନେ କୋରୋନା ଭାଇରସର ଭୟକୁ ଖାତିର ନକରି ପ୍ରକୃତି ସୌନ୍ଦର୍ଯ୍ୟର ମଜା ନେବାକୁ ଭିଡ ଜମାଉଥିବା ଦେଖାଯାଇଛି । କୁଲୁ ମନାଲିର ସୁନ୍ଦର ଦୃଶ୍ୟ ପର୍ଯ୍ୟଟକମାନଙ୍କୁ ଆକର୍ଷିତ କରିବା ସହ ଆଡଭେନଚର୍ସ ବା ଦୁଃସାହସିକ କ୍ରୀଡାର ମଧ୍ୟ ଉପଭୋଗ କରୁଛନ୍ତି ପର୍ଯ୍ୟଟକ ।

ଏହାସହ ଗ୍ରୀଷ୍ମ ପ୍ରବାହରୁ ଦେଶର ଅଧିକାଂସ ସହରରେ ତାପମାତ୍ରା ବୃଦ୍ଧିରୁ ନିସ୍ତାର ପାଇବା ସହ ପାହାଡ ଜଙ୍ଗଲ ଘେରା ନଦୀ ଝରଣା ବହିଯାଉଥିବା କୁଲ୍ଲୁ ମନାଲିକୁ ପର୍ଯ୍ୟଟକଙ୍କ ଗହଳି ଲାଗୁଛି ।

କୁଲ୍ଲୁ ରେ ଥିବା ବ୍ୟାସ ନଦୀର ଥଣ୍ଡା ଜଳରାଶିରେ ପର୍ଯ୍ୟଟକମାନେ ଦୁଃସାହସିକ ରଙ୍ଗବେରଙ୍ଗର ଜଳ କ୍ରୀଡାର ଉପଭୋଗ କରୁଥିବା ଦେଖିବାକୁ ମିଳୁଛି । ଯାହାକୁ ନେଇ ସେଠାରେ ଏହି ବ୍ୟବସାୟ କରୁଥିବା ବ୍ୟବସାୟୀ ମଧ୍ୟ ବେଶ ଖୁସି ।

ତେବେ ଅନ୍ୟପଟେ ଦେଶରେ ଅନେକ ସ୍ଥାନରେ କୋରୋନା ଦ୍ବତୀୟ ଲହରୀ ଯୋଗୁଁ ସଂକ୍ରମଣ ବୃଦ୍ଧି ପାଉଛି । ଯାହାକୁ ଦେଖିଲେ କୁଲ୍ଲୁ ମନାଲିକୁ ଅନେକ ପର୍ଯ୍ୟଟକଭ୍କ ସମାଗମ ହେଉଥିଲେ ମଧ୍ୟ ଏହାରି ଭିତରେ କୋଭିଡ ସଂକ୍ରମଣର ମଧ୍ୟ ଆଶଙ୍କା ରହିଛି ।

ABOUT THE AUTHOR

...view details