ଓଡିଶା

odisha

By

Published : Jul 8, 2022, 9:42 AM IST

Updated : Jul 8, 2022, 10:06 AM IST

ETV Bharat / bharat

ଭାରସାମ୍ୟ ହରାଇ ନଦୀକୁ ଖସିଲା କାର, ୯ ମୃତ

ଉତ୍ତରାଖଣ୍ଡର ରାମନଗରରେ ଭୟଙ୍କର ଦୁର୍ଘଟଣା । ଢେଲା ନଦୀ ଉପରେ ଯାଉଥିବା ବେଳେ ଭାରସାମ୍ୟ ହରାଇ ନଦୀକୁ ଖସିଲା କାର । ଫଳରେ ୯ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଜଣକୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି । ଅଧିକ ପଢନ୍ତୁ

ଭାରସାମ୍ୟ ହରାଇ ନଦୀରେ ଖସିଲା କାର, ୯ ମୃତ
ଭାରସାମ୍ୟ ହରାଇ ନଦୀରେ ଖସିଲା କାର, ୯ ମୃତ

ଡେରାଡୁନ: ଉତ୍ତରାଖଣ୍ଡର ରାମନଗରରେ ଭୟଙ୍କର ଦୁର୍ଘଟଣା । ଢେଲା ନଦୀ ଉପରେ ଯାଉଥିବା ବେଳେ ଭାରସାମ୍ୟ ହରାଇ ନଦୀକୁ ଖସିଲା କାର । ବର୍ତ୍ତମାନ ସୁଦ୍ଧା ୯ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଥିବା ଜଣେ ଶିଶୁକୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଥିବା ସୂଚନା ।

ଭାରସାମ୍ୟ ହରାଇ ନଦୀକୁ ଖସିଲା କାର, ୯ ମୃତ

ସୂଚନାଅନୁସାରେ, ଆଜି ସକାଳ ୫ଟା ସମୟରେ ସମୟରେ ପଞ୍ଜାବର ପ୍ରାୟ ୧୦ରୁ ଅଧିକ ପର୍ଯ୍ୟଟକଙ୍କୁ ନେଇ ଯାଉଥିବା ଏକ ଇଟିକା କାର ଢେଲା ନଦୀ ଅତିକ୍ରମ କରୁଥିଲା । କାର୍‌ଟି ଉପରେ ଯାଉଥିବା ବେଳେ ହଠାତ୍‌ ଭାରସାମ୍ୟ ହରାଇ ଗାଡ଼ିଟି ନଦୀ ଭିତରକୁ ଖସି ପଡ଼ିଥିଲା । ଫଳରେ ପାଣିର ସୁଅରେ ସବୁ ପର୍ଯ୍ୟଟକ ଭାସି ଯାଇଥିଲେ । ଖବରପାଇ ଏନଡିଆରଏଫ, ଅଗ୍ନିଶମ ବିଭାଗ ଏବଂ ପୋଲିସ ପ୍ରଶାସନ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାରକାର୍ଯ୍ୟ ଆରମ୍ଭ କରିଛନ୍ତି । ବର୍ତ୍ତମାନ ସୁଦ୍ଧା ୯ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଛି । ମୃତକଙ୍କ ମଧ୍ୟରେ୩ଜଣ ପୁରୁଷ ରହିଥିବା ବେଳେ ୬ ଜଣ ମହିଳା ରହିଥିଲେ । ଦୁଇଜଣ ମହିଳା ରାମନଗରର ବାସିନ୍ଦା ବୋଲି ଜଣାପଡିଥିବା ବେଳେ ଅନ୍ୟମାନଙ୍କ ବିଷୟରେ କୌଣସି ଖବର ମିଳିପାରିନାହିଁ । କାରଟି ଦ୍ରୁତଗତି ଯୋଗୁଁ ଏଭଳି ଦୁର୍ଘଟଣା ହୋଇଥାଇପାରେ ବୋଲି ସ୍ଥାନୀୟ ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି । ତେବେ ସୌଭାଗ୍ୟ ବଶତଃ ଏକ ଶିଶୁକୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Jul 8, 2022, 10:06 AM IST

ABOUT THE AUTHOR

...view details