ଶ୍ରୀନଗର:ଜମ୍ମୁ ଓ କାଶ୍ମୀରରେ ଆତଙ୍କୀ ବିରୋଧୀ ଅଭିଯାନକୁ ବ୍ୟାପକ କରିଛି ସୁରକ୍ଷା ବଳ । ତେବେ ଏହି ଅପରେସନ ସମ୍ପର୍କରେ ମିଳିଥିବା ସଫଳତା ନେଇ ସୂଚନା ଦେଇଛି CRPF । ସୁରକ୍ଷାବଳର କାର୍ଯ୍ୟାନୁଷ୍ଠାନରେ ଘାଟିରେ ଚଳିତବର୍ଷ ବର୍ତ୍ତମାନ ସୁଦ୍ଧା ମୋଟ 112 ଆତଙ୍କବାଦୀ ନିପାତ ହୋଇଛନ୍ତି । ସହିପରି ୧୩୫ ଜଣ ଆତଙ୍କୀ ଗିରଫ ହେବା ସହ ୨ଜଣ ଆତ୍ମସମର୍ପଣ କରିଥିବା ସୂଚନା ଦେଇଛି CRPF ।
କେନ୍ଦ୍ର ଶାସିତ ଅଞ୍ଚଳରେ ବର୍ତ୍ତମାନ ସୁଦ୍ଧା ସୁରକ୍ଷା ବଳର ଆତଙ୍କୀ ବିରୋଧୀ ଅଭିଯାନ ଜାରି ରହିଛି । ପୂର୍ବରୁ CRPFର 25 ଟି କମ୍ପାନୀ କାଶ୍ମୀରରେ ନିୟୋଜିତ ଥିବାବେଳେ ଘାଟିରେ ସାଧାରଣ ଲୋକଙ୍କୁ ହତ୍ୟା ପରେ CRPF ୫ଟି ଅତିରିକ୍ତ କମ୍ପାନୀ କାଶ୍ମୀରକୁ ପଠାଇଛି । ତେବେ ବର୍ତ୍ତମାନ ସେଠାରେ ଆତଙ୍କୀ ବିରୋଧୀ କାର୍ଯ୍ୟାନୁଷ୍ଠାନ ବ୍ୟାପକ ଭାବେ ଜାରି ରହିଛି ।