ଓଡିଶା

odisha

ETV Bharat / bharat

ଭାରତରେ ସଂକ୍ରମଣ ରୋକିବାକୁ ଲକଡାଉନ କରାଯାଉ: ଆମେରିକା ସ୍ବାସ୍ଥ୍ୟ ବିଶେଷଜ୍ଞ - Dr Fauci On Surging COVID Cases

ଭାରତରେ କୋରୋନାର ଦ୍ବିତୀୟ ଲହରୀ ତାଣ୍ଡବ ରଚୁଛି । ଆଜି ପ୍ରଥମ ଥର ଦେଶରେ ସଂକ୍ରମିତଙ୍କ ସଂଖ୍ୟା 4 ଲକ୍ଷ ଟପିଛି । ସଂକ୍ରମଣ ରୋକିବାକୁ ଏବେ ଗୋଟିଏ ମାତ୍ର ଉପାୟ ଲକଡାଉନ । କିଛି ସପ୍ତାହ ପୁଣି ଦେଶକୁ ଲକଡାଉନ କରି ଦିଆଗଲା ଗଲେ ସଂକ୍ରମଣ ଚେନ ଭାଙ୍ଗି ପାରିବା ବୋଲି ଆମେରିକାର କୋଭିଡ ମହାମାରୀ ଟିମର ବିଶେଷଜ୍ଞ ଡାକ୍ତର ଆନ୍ଥୋନୀ ଫାଉସି କହିଛନ୍ତି । ଅଧିକ ପଢନ୍ତୁ...

ଭାରତରେ ସଂକ୍ରମଣ ରେକିବାକୁ ଲକଡାଉନ କରାଯାଉ: ଆମେରିକା ସ୍ବାସ୍ଥ୍ୟ ବିଶେଷଜ୍ଞ
ଭାରତରେ ସଂକ୍ରମଣ ରେକିବାକୁ ଲକଡାଉନ କରାଯାଉ: ଆମେରିକା ସ୍ବାସ୍ଥ୍ୟ ବିଶେଷଜ୍ଞ

By

Published : May 1, 2021, 4:57 PM IST

ନୂଆଦିଲ୍ଲୀ: ଭାରତରେ କୋରୋନାର ଦ୍ବିତୀୟ ଲହରୀ ତାଣ୍ଡବ ରଚୁଛି । ଦେଶରେ ଦୈନିକ ସଂକ୍ରମଣ ରେକର୍ଡ ଭାଙ୍ଗୁଥିବାବେଳେ ଅକ୍ସିଜେନ ଓ ବେଡ ଅଭାବରୁ ମୃତ୍ୟୁ ସଂଖ୍ୟା ବଢିବାରେ ଲାଗିଛି । ଆଜି ପ୍ରଥମ ଥର ଦେଶରେ ସଂକ୍ରମିତଙ୍କ ସଂଖ୍ୟା 4 ଲକ୍ଷ ଟପିଛି । ସଂକ୍ରମଣ ରୋକିବାକୁ ଏବେ ଗୋଟିଏ ମାତ୍ର ଉପାୟ ଲକଡାଉନ । କିଛି ସପ୍ତାହ ପୁଣି ଦେଶକୁ ଲକଡାଉନ କରି ଦିଆଗଲେ ସଂକ୍ରମଣ ଚେନ ଭାଙ୍ଗି ପାରିବା ବୋଲି ଆମେରିକାର କୋଭିଡ ମହାମାରୀ ଟିମର ବିଶେଷଜ୍ଞ ଡାକ୍ତର ଆନ୍ଥୋନୀ ଫାଉସି କହିଛନ୍ତି ।

ଜାତୀୟ ଗଣମାଧ୍ୟମ ଇଣ୍ଡିଆନ ଏକ୍ସପ୍ରେସକୁ ସାକ୍ଷାତ କରି ଫାଉସି କହିଛନ୍ତି, ଭାରତରେ ସଂକ୍ରମଣ ଦ୍ରୁତଗତିରେ ବ୍ୟାପୁଛି, ଲୋକେ ଅକ୍ସିଜେନ ଓ ବେଡ ଅଭାବରୁ ଚିନ୍ତିତ ହୋଇପଡୁଛନ୍ତି । ଔଷଧର କଳାବଜାରୀ ହେଉଥିବେଳେ ଲୋକେ ସମ୍ପୂର୍ଣ୍ଣ ଅସହାୟ ହୋଇପଡୁଛନ୍ତି । ବଢୁଥିବା କୋରୋନା ମାମଲା ଯୋଗୁଁ ଲୋକଙ୍କ ଜୀବନକୁ କଠିନ କରିଦେଇଛି । ତେଣୁ ଏପରି ସ୍ଥିତିରେ ଲକଡାଉନ ଲାଗୁ କରିବାକୁ ଜରୁରୀ ହୋଇପଡିଛି । ଲକଡାଉନ ସହିତ ଅକ୍ସିଜେନ, ଔଷଧ ଏବଂ ପିପିଇ କିଟକୁ ଆବଶ୍ୟକରୁ ଅଧିକ ମହଜୁଦ ରଖିବାକୁ ହେବ ।

ସେ କହିଛନ୍ତି, ଚାଇନାରେ ଯେତେବେଳେ କୋରୋନା ବ୍ୟାପିଲା ସେତେବେଳେ ସେ ସମ୍ପୂର୍ଣ୍ଣ ଭାବରେ ଚାଇନାକୁ ଲକଡାଉନ କରିଦେଇଥିଲା । ତେଣୁ କୋରୋନାକୁ ନିୟନ୍ତ୍ରଣ କରିବାରେ ଚାଇନା ସଫଳ ହେଲା । ଲକଡାଉନର ଅର୍ଥ 6 ସପ୍ତାହ ନୁହେଁ, କିଛି ସପ୍ତାହ ପାଇଁ ଦେଶରେ ଲକଡାଉନ ଜାରି କରି କୋଭିଡ ଚେନକୁ ଭାଙ୍ଗି ହେବ ।

ABOUT THE AUTHOR

...view details