ଓଡିଶା

odisha

ETV Bharat / bharat

ବନ୍ୟାରେ ଉବୁଟୁବୁ ଆସାମ: ମୃତ୍ୟୁ ସଂଖ୍ୟା 28କୁ ବୃଦ୍ଧି, 5.75 ଲକ୍ଷ ପ୍ରଭାବିତ - ଆସାମରେ ଭୂସ୍ଖଳନ

ଆସାମରେ ବନ୍ୟା ପରିସ୍ଥିତି ଯୋଗୁଁ 28 ଜଣଙ୍କ ମୃତ୍ୟୁ ଓ 15ଟି ଜିଲ୍ଲାରେ 5.75 ଲୋକ ପ୍ରଭାବିତ । ଅଧିକ ପଢନ୍ତୁ

Assam flood: ମୃତ୍ୟୁ ସଂଖ୍ୟା 28 କୁ ବୃଦ୍ଧି, ଏବେବି  5.75ଲକ୍ଷ ପ୍ରଭାବିତ
Assam flood: ମୃତ୍ୟୁ ସଂଖ୍ୟା 28 କୁ ବୃଦ୍ଧି, ଏବେବି 5.75ଲକ୍ଷ ପ୍ରଭାବିତ

By

Published : May 26, 2022, 10:39 AM IST

ଗୌହାଟୀ: ଆସାମରେ ଲୋକଙ୍କୁ ଅଣାୟତ୍ତ କଲାଣି ବନ୍ୟା ପରିସ୍ଥିତି । ଗତକାଲି ବନ୍ୟା ଯୋଗୁଁ ଆଉ 2ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ମୋଟ ମୃତ୍ୟୁ ସଂଖ୍ୟା 28କୁ ବୃଦ୍ଧି ହୋଇଛି । ସେହିପରି ରାଜ୍ୟର 15ଟି ଜିଲ୍ଲାରେ 5.75 ଲୋକ ପ୍ରଭାବିତ ହୋଇଛନ୍ତି । ତେବେ ବନ୍ୟା ସ୍ଥିତିରେ ସମାନ୍ୟ ସୁଧାର ଆସିଥିବା କୁହାଯାଉଛି ।

ରାଜ୍ୟରେ ବନ୍ୟାଯୋଗୁଁ ଅନେକ କ୍ଷୟକ୍ଷତି ହୋଇଥିବା ବେଳେ ଶୁକ୍ରବାର ଠାରୁ ଏକ ୬ଜଣିଆ କେନ୍ଦ୍ରୀୟ ଦଳ ପ୍ରଭାବିତ ଜିଲ୍ଲା ପରିଦର୍ଶନ କରିବେ । ଏନେଇ ରାଜ୍ୟ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣ (ASDMA)ର ଅଧିକାରୀମାନେ ସୂଚନା ଦେଇଛନ୍ତି । ଏନଡିଏମଏର ଆର୍ଥିକ ପରାମର୍ଶଦାତା ରବିନେଶ କୁମାରଙ୍କ ନେତୃତ୍ବରେ ଏହି ଟିମ୍ କାଚର, ଡିମା ହାସାଓ, ଡାରାଙ୍ଗ, ନାଗାଓଁ ଏବଂ ହୋଜାଇ ଜିଲ୍ଲା ଗସ୍ତକରି କ୍ଷୟକ୍ଷତିର ଆକଳନ କରିବେ ।

ଅଧିକାରୀଙ୍କ କହିବାନୁସାରେ, ରାଜ୍ୟର 34 ଟି ଜିଲ୍ଲା ମଧ୍ୟରୁ 1037 ଟି ଗାଁର 1,15,314 ପିଲାଙ୍କ ସମେତ ଅତି କମରେ 5,75,470 ଲୋକ ପ୍ରଭାବିତ ହୋଇଛନ୍ତି। ମୃତ୍ୟୁବରଣ କରିଥିବା 28 ଜଣଙ୍କ ମଧ୍ୟରୁ 23 ଜଣ ବନ୍ୟାରେ ଏବଂ ପାଞ୍ଚ ଜଣଙ୍କର ଭୂସ୍ଖଳନ ଯୋଗୁଁ ମୃତ୍ୟୁ ହୋଇଛି ।

ABOUT THE AUTHOR

...view details