ଓଡିଶା

odisha

ETV Bharat / bharat

TOP NEWS@7PM, ଦେଖନ୍ତୁ ବର୍ତ୍ତମାନର ବଡ ଖବର - ନ୍ୟୁଜ @7pm

ନଜର ପକାନ୍ତୁ NEWS@7PMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ...

TOP NEWS@7PM, ଦେଖନ୍ତୁ ବର୍ତ୍ତମାନର ବଡ ଖବର
TOP NEWS@7PM, ଦେଖନ୍ତୁ ବର୍ତ୍ତମାନର ବଡ ଖବର

By

Published : May 9, 2022, 7:09 PM IST

୧. ଅଶାନ୍ତ ସମୁଦ୍ରରେ ଫସିଥିଲେ 11 ଓଡ଼ିଆ, ଏୟାରଲିଫ୍ଟ କଲା ତଟରକ୍ଷୀ ବାହିନୀ

ବାତ୍ୟା ପ୍ରଭାବରେ ସମୁଦ୍ର ଅଶାନ୍ତ ଥିବାରୁ ମଝି ସମୁଦ୍ରରେ ଫସିଥିଲେ ୧୧ ମତ୍ସ୍ୟଜୀବୀ । ରାଜ୍ୟ ସରକାରଙ୍କ ଅନୁରୋଧ କ୍ରମେ ତଟରକ୍ଷୀ ବାହିନୀ ସେମାନଙ୍କୁ ଏୟାରଲିଫ୍ଟ ଦ୍ବାରା ଉଦ୍ଧାର କରିଛି ।

୨. ଆଜି ଶ୍ରୀଜୀଉଙ୍କ ନୀଳାଦ୍ରି ମହୋଦୟ ନୀତି: ଜାଣନ୍ତୁ କଣ ରହିଛି ମାହାତ୍ମ୍ୟ

ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ନୀଳାଦ୍ରି ମହୋଦୟ ନୀତି ଆଜି(ସୋମବାର) ଅନୁଷ୍ଠିତ ହେଉଛି ।

୩. ଏସିଡ଼ ପୀଡିତା ପ୍ରମୋଦିନୀଙ୍କୁ ମିଳିଲା ନ୍ୟାୟ, ପ୍ରତିକ୍ରିୟା ରଖିଲେ ତତ୍କାଳୀନ ଜଗତସିଂହପୁର SP

ବହୁ ଚର୍ଚ୍ଚିତ ଏସିଡ ପୀଡିତା ପ୍ରମୋଦିନୀ ରାଉଳଙ୍କ ଏସିଡ ମାଡ ଘଟଣାରେ(Acid attack on Pramodini Roul) ରାୟ ଶୁଣାଇଛନ୍ତି ଜଗତସିଂହପୁର ASJ ମହିଳା କୋର୍ଟ ।

୪. ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ବିବାଦ: ହାଇକୋର୍ଟରେ ସତ୍ୟପାଠ ଦାଖଲ କଲା ASI

ଶ୍ରୀମନ୍ଦିର ପରିକ୍ରମା ମାମଲାରେ ଏଏସଆଇ ପକ୍ଷରୁ ହାଇକୋର୍ଟରେ ଆଜି(ସୋମବାର) ସତ୍ୟପାଠ ଦାଖଲ କରାଯାଇଛି । ଏଏସଆଇର ବିନା ଅନୁମତିରେ ପ୍ରକଳ୍ପ କାର୍ଯ୍ୟ ଚାଲୁଥିବା ନେଇ ସତ୍ୟପାଠରେ ଉଲ୍ଲେଖ ରହିଛି ।

୫. ବାତ୍ୟାକୁ ନେଇ ଚିନ୍ତାରେ +2 ପରୀକ୍ଷାର୍ଥୀ, ସ୍ଥିତି ଦେଖି ନିଷ୍ପତ୍ତି ନିଆଯିବ କହିଲା CHSE

ପାଣିପାଗ ବିଭାଗ ଅନୁଯାୟୀ ଭୀଷଣ ବାତ୍ୟାର ରୂପ ନେବ ' ଅସାନି' । ମାତ୍ର ଓଡ଼ିଶାକୁ ଏହାର ପ୍ରଭାବ ନଥିବା ବେଳେ ବର୍ଷା ଓ ପବନ ହେବ । ଏପଟେ ଯୁକ୍ତ ୨ ପରୀକ୍ଷା ଜାରି ରହିଥିବାବେଳେ ବାତ୍ୟାକୁ ନେଇ ଚିନ୍ତାରେ ପରୀକ୍ଷାର୍ଥୀ ।

୬. Lakhimpur Kheri violence: ମୁଖ୍ୟ ଅଭିଯୁକ୍ତ ଆଶିଷ ମିଶ୍ରାଙ୍କ ଜାମିନ ଖାରଜ କଲେ ଆହ୍ଲାବାଦ ହାଇକୋର୍ଟ

ଲକ୍ଷୀମପୁର ଖେରୀ ହିଂସାକାଣ୍ଡ ଘଟଣାର ମୁଖ୍ୟ ଅଭିଯୁକ୍ତ ଆଶିଷ ମିଶ୍ରାଙ୍କ ସମେତ 4 ଅଭିଯୁକ୍ତଙ୍କୁ ଜାମିନ ଦେବାକୁ ମନା କଲେ ଆହ୍ଲାବାଦ ହାଇକୋର୍ଟ ।

୭. ଦିବ୍ୟାଙ୍ଗ ନାବାଳକକୁ ବିମାନଯାତ୍ରାରୁ ବାରଣ ଘଟଣା, କ୍ଷମା ମାଗିଲେ ଇଣ୍ଡିଗୋ କର୍ତ୍ତୃପକ୍ଷ

ଦିବ୍ୟାଙ୍ଗ ନାବାଳକକୁ ବିମାନଯାତ୍ରାରୁ ରୋକିବା ଘଟଣାରେ କ୍ଷମା ପ୍ରାର୍ଥନା କଲେ ଇଣ୍ଡିଗୋ କର୍ତ୍ତୃପକ୍ଷ । ଘଟଣାକୁ ନିନ୍ଦା କରିବା ସହ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଜ୍ୟୋତି ରାଦିତ୍ୟ ସିନ୍ଧିଆ ।

୮. Sri Lanka Economic Crisis: ଇସ୍ତଫା ଦେଲେ ପ୍ରଧାନମନ୍ତ୍ରୀ ମହିନ୍ଦା ରାଜପାକସେ

ଶ୍ରୀଲଙ୍କା ପ୍ରଧାନମନ୍ତ୍ରୀ ମହିନ୍ଦା ରାଜପାକସେଙ୍କ ଇସ୍ତଫା । ଦେଶରେ ଆର୍ଥିକ ସଙ୍କଟ କାରଣରୁ ଲାଗି ରହିଛି ରାଜନୈତିକ ସଙ୍କଟ ।

୯. Cyclone Asani: ବାତ୍ୟାକୁ ନେଇ ପୁରୀ ଜିଲ୍ଲା ପ୍ରଶାସନ ପ୍ରସ୍ତୁତି ଶେଷ

ବାତ୍ୟା 'ଅସାନୀ' ପ୍ରଭାବରେ ଆସନ୍ତା୧୦ରୁ ୧୨ ତାରିଖ ଯାଏଁ ପୁରୀ ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଏହାକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି ।

୧୦. ମାତୃ ଦିବସରେ ମାଆଙ୍କ ସହ ମନଲୋଭା ଫଟୋ ସେୟାର କଲେ ସେଲିବ୍ରିଟି

ଗତକାଲି ଅର୍ଥାତ ମଇ 9 ତାରିଖରେ ଥିଲା ମାତୃ ଦିବସ । ଏହି ଅବସରରେ ମାଆଙ୍କ ସହ ମନଲୋଭା ଫଟୋ ସେୟାର କରିଛନ୍ତି ଇଣ୍ଡଷ୍ଟ୍ରିର କିଛି ସେଲିବ୍ରିଟି

ABOUT THE AUTHOR

...view details