ଓଡିଶା

odisha

ETV Bharat / bharat

TOP NEWS@5PM, ଦେଖନ୍ତୁ ବର୍ତ୍ତମାନର ବଡ ଖବର

ନଜର ପକାନ୍ତୁ NEWS@5PMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ...

TOP NEWS@5PM, ଦେଖନ୍ତୁ ବର୍ତ୍ତମାନର ବଡ ଖବର
TOP NEWS@5PM, ଦେଖନ୍ତୁ ବର୍ତ୍ତମାନର ବଡ ଖବର

By

Published : Jun 5, 2022, 4:54 PM IST

୧. ସୂର୍ଯ୍ୟ ନାରାୟଣ ପାତ୍ର ଅସୁସ୍ଥ, ଆଶୁ ଆରୋଗ୍ୟ କାମନା କଲେ ମୁଖ୍ୟମନ୍ତ୍ରୀ

ଗୁରୁତର ଅସୁସ୍ଥ ହୋଇ ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି ବରିଷ୍ଠ ବିଜେଡି ନେତା ତଥା ପୂର୍ବତନ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର । ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ତାଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି ।

୨. ନବୀନଙ୍କ ନୂଆ ଟିମ୍‌ରେ ୨୧ ମନ୍ତ୍ରୀ, ଜାଣନ୍ତୁ କାହାକୁ ମିଳିଲା କେଉଁ ବିଭାଗ ?

21 ଜଣ ମନ୍ତ୍ରୀଙ୍କୁ ନେଇ ନବୀନଙ୍କ ନୂଆ ମନ୍ତ୍ରୀମଣ୍ଡଳ ଗଠନ ହୋଇଛି । ଜାଣନ୍ତୁ କାହାକୁ କେଉଁ ବିଭାଗର ମନ୍ତ୍ରୀ ପଦ ଦିଆଯାଇଛି ।

୩. ଘରକୁ ଲକ୍ଷ୍ମୀ ଆସିବା ପରେ ଚମକିଲା ପ୍ରୀତି ରଞ୍ଜନଙ୍କ ଭାଗ୍ୟ

ଚମକୁଛି ସୁକିନ୍ଦା ବିଧାୟକ ତଥା ବିଜେଡି ନେତା ପ୍ରୀତି ରଞ୍ଜନ ଘଢାଇଙ୍କ ଭାଗ୍ୟ । ଭାଗ୍ୟଦେବୀଙ୍କ କୃପା ରହିଛି ପ୍ରୀତିଙ୍କ ଉପରେ । ନୂଆ ବର୍ଷ ତାଙ୍କ ପାଇଁ ଶୁଭ ପ୍ରମାଣିତ ହୋଇଛି । ଖାଲି ନୂଆ ବର୍ଷ କାହିଁକି ନିକଟରେ ଘରକୁ ଆସିଥିବା ଦୁଇ ଦୁଇ ଜଣ ଲକ୍ଷ୍ମୀ ମଧ୍ୟ ପ୍ରୀତିଙ୍କ ପାଇଁ ଲକି ପ୍ରମାଣିତ ହୋଇଛନ୍ତି ।

୪. ପୁଅ ସହ ଗିରଫ ହେବେ ପାକିସ୍ତାନ ପ୍ରଧାନମନ୍ତ୍ରୀ !

ପୁଅଙ୍କ ସହ ଗିରଫ ହୋଇପାରନ୍ତି ପାକିସ୍ତାନ ପ୍ରଧାମନ୍ତ୍ରୀ ସେହେଓ୍ବାଜ ସରିଫ । ଆର୍ଥିକ ଠକେଇ ମାମଲାରେ ଉଭୟଙ୍କୁ ଗିରଫ ଅନୁମତି ଦେବା ପାଇଁ କୋର୍ଟରେ ଦ୍ବାରସ୍ଥ ଦେଲା ପାକିସ୍ତାନ ଜାତୀୟ ତଦନ୍ତକାରୀ ସଂସ୍ଥା FIA ।

୫. Target killings: ଦିଲ୍ଲୀରେ ଆପ୍‌ର ବିକ୍ଷୋଭ ପ୍ରଦର୍ଶନ

କାଶ୍ମୀରରେ ଟାର୍ଗେଟ କିଲିଂ ବିରୋଧରେ ଆଜି ଦିଲ୍ଲୀ ଜନ୍ତରମନ୍ତରରେ ବିକ୍ଷୋଭ ପ୍ରଦର୍ଶନ କରିଛି ଆପ୍‌ ।

୬. ପୁଣି କ୍ୟାବିନେଟ ମନ୍ତ୍ରୀ ଭାବେ ଶପଥ ନେଲେ ପ୍ରଫୁଲ୍ଲ, ସାଥ୍‌ ଦେଲା ସ୍ବଚ୍ଛ ଭାବମୂର୍ତ୍ତୀ

ଆଜି ନବୀନଙ୍କ ଟିମର ନବକଳେବର ହୋଇଛି । ମୁଖ୍ୟମନ୍ତ୍ରୀଙ୍କ କ୍ୟାବିନେଟରେ ସାମିଲ ହୋଇଛନ୍ତି ୨୧ ମନ୍ତ୍ରୀ ।

୭. ମହାପ୍ରଭୁଙ୍କ ଆଶୀର୍ବାଦ ନେଲେ 5ଟି ସଚିବ

5T ସଚିବ ଭିକେ ପାଣ୍ଡିଆନ ପୁରୀ ଗସ୍ତ କରିଛନ୍ତି । ଶ୍ରୀମନ୍ଦିର ଯାଇ ଶ୍ରୀଜୀଉଙ୍କୁ ଦର୍ଶନ କରିଛନ୍ତି ।

୮. ଆସନ୍ତାକାଲି ଗୁଜୁରାଟ ଗସ୍ତ କରିବେ କେଜ୍ରିଓ୍ବାଲ

ଆସନ୍ତାକାଲି ଗୁଜୁରାଟ ଗସ୍ତରେ ଯାଇ ମେହେସାନଠାରେ ଏକ ତ୍ରିରଙ୍ଗା ରାଲିରେ ଯୋଗ ଦେବେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ।

୯. ରଥଖଳା ହାଲଚାଲ: ଶୀତଳ ଷଷ୍ଠୀରେ ଚକ-ଅଖ ସଂଯୋଗ

ପାଖେଇ ଆସୁଛି ମହାପ୍ରଭୁଙ୍କ ବିଶ୍ବ ପ୍ରସିଦ୍ଧ ଘୋଷଯାତ୍ରା । ଏଥିପାଇଁ ଚଳଚଞ୍ଚଳ ରଥଖଳା ।

୧୦. IIFA 2022: ରେଡ ଗାଉନ୍‌ରେ ଦିବ୍ୟାଙ୍କ ଗର୍ଜିଅସ୍‌ ଲୁକ୍‌

ଦିବ୍ୟା ଖୋସଲା କୁମାର IIFA ୨୦୨୨ ଇଭେଣ୍ଟରୁ କିଛି ଫଟୋ ସେୟାର କରିଛନ୍ତି । ପ୍ରଶଂସକମାନେ ଦିବ୍ୟାଙ୍କ ଏହି ଲୁକ୍‌କୁ ଖୁବ ପସନ୍ଦ କରିଛନ୍ତି ।

ABOUT THE AUTHOR

...view details