ଓଡିଶା

odisha

By ETV Bharat Odisha Team

Published : Dec 21, 2023, 9:51 AM IST

ETV Bharat / bharat

ରାମ ମନ୍ଦିର ପ୍ରତିଷ୍ଠା ଉତ୍ସବ; ବିରୋଧୀ ନେତାଙ୍କୁ ଦିଆଗଲା ନିମନ୍ତ୍ରଣ

Ram Mandir Consecration Ceremony: ଅଯୋଧ୍ୟା ରାମ ମନ୍ଦିର ପ୍ରତିଷ୍ଠା ଉତ୍ସବରେ ସାମିଲ ହେବାକୁ ବିରୋଧୀ ନେତାଙ୍କୁ ପଠାଗଲା ନିମନ୍ତ୍ରଣ । ସୋନିଆ ଗାନ୍ଧୀ, ଖଡଗେଙ୍କୁ ନିମନ୍ତ୍ରଣା କଲା ମନ୍ଦିର ଟ୍ରଷ୍ଟ । ଅଧିକ ପଢ଼ନ୍ତୁ

ରାମ ମନ୍ଦିର ପ୍ରତିଷ୍ଠା ଉତ୍ସବ
ରାମ ମନ୍ଦିର ପ୍ରତିଷ୍ଠା ଉତ୍ସବ

ଲକ୍ଷ୍ନୌ: ନୂଆବର୍ଷରେ ଅଯୋଧ୍ୟାରେ ଉଦଘାଟନ ହେବ ରାମଲାଲାଙ୍କ ଭବ୍ୟ ମନ୍ଦିର । ଜାନୁଆରୀ ୨୨ରେ ମହାଆଡମ୍ବରରେ ପ୍ରଭୁଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବ ଆୟୋଜିତ ହେବ । ପ୍ରଭୁ ରାମଚନ୍ଦ୍ରଙ୍କ ଏହି ଭବ୍ୟ ଉତ୍ସବକୁ ଦେଶର ବହୁ ମାନ୍ୟଗଣ୍ୟ ବ୍ୟକ୍ତିବିଶେଷଙ୍କୁ ଆମନ୍ତ୍ରିତ କରାଯାଇଛି । ଏହି କ୍ରମରେ କଂଗ୍ରେସର ବରିଷ୍ଠ ନେତାମାନଙ୍କୁ ମଧ୍ୟ ଉଦଘାଟନୀ ଉତ୍ସବରେ ସାମିଲ ହେବାକୁ ନିମନ୍ତ୍ରଣ ପଠାଯାଇଛି । ରାମ ମନ୍ଦିର ଟ୍ରଷ୍ଟ କଂଗ୍ରେସ ହାଇକମାଣ୍ଡ ମଲ୍ଲିକାର୍ଜୁନ ଖଡ଼ଗେ, ସୋନିଆ ଗାନ୍ଧୀ, ମନମୋହନ ସିଂହଙ୍କ ସମେତ ଅନ୍ୟାନ୍ୟ ବିରୋଧୀ ନେତାଙ୍କୁ ନିମନ୍ତ୍ରଣ ପଠାଇଥିବାର ସୂଚନା ରହିଛି ।

ବିଶ୍ୱ ହିନ୍ଦୁ ପରିଷଦ କାର୍ଯ୍ୟକାରୀ ସଭାପତି ଅଲୋକ କୁମାରଙ୍କ ସୂଚନା ଅନୁସାରେ, ଶ୍ରୀରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ବରିଷ୍ଠ କଂଗ୍ରେସ ନେତ୍ରୀ ସୋନିଆ ଗାନ୍ଧୀ, ମନମୋହନ ସିଂହ, ମଲ୍ଲିକାର୍ଜୁନ ଖଡ଼ଗେ, ଅଧୀର ରଞ୍ଜନ ଚୌଧୁରୀ ଏବଂ ଜେଡିଏସ୍‌ ସୁପ୍ରିମୋ ଦେବଗୌଡାଙ୍କୁ ରାମ ମନ୍ଦିର ଉଦଘାଟନୀ ସମାରୋହକୁ ଆମନ୍ତ୍ରିତ କରିଛି । ଖଡ଼ଗେ, ସୋନିଆ ଗାନ୍ଧୀ ଏବଂ ଅଧୀର ଚୌଧୁରୀଙ୍କୁ ବ୍ୟକ୍ତିଗତ ଭାବେ ନିମନ୍ତ୍ରଣ ପଠାଯାଇଛି । ଆଗାମୀ ଦିନରେ ଅନ୍ୟ ବିରୋଧୀ ନେତାଙ୍କୁ ଆମନ୍ତ୍ରିତ କରାଯିବାର କାର୍ଯ୍ୟକ୍ରମ ଅଛି । କିନ୍ତୁ କଂଗ୍ରେସ ନେତାମାନେ ଏହି ସମାରୋହରେ ସାମିଲ ହେବାର ସମ୍ଭାବନା ନାହିଁ ।

ଏହା ମଧ୍ୟ ପଢନ୍ତୁ: ରାମ ମନ୍ଦିର ଉତ୍ସବକୁ ଆସିବାକୁ ଆଡଭାନୀ, ଯୋଶୀଙ୍କୁ ବାରଣ; ଜାଣନ୍ତୁ କାହିଁକି

ଅଯୋଧ୍ୟାରେ ରାମ ମନ୍ଦିର ପ୍ରତିଷ୍ଠା ଉତ୍ସବ ପାଇଁ ପ୍ରସ୍ତୁତି ଜୋରସୋରରେ ଚାଲିଛି । ଆସନ୍ତା ଜାନୁଆରୀ ୧୫ ସୁଦ୍ଧା ସମସ୍ତ କାର୍ଯ୍ୟ ଶେଷ ହେବ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ରାମଲାଲଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବରେ ସାମିଲ ହେବ । ରାଜନେତାଙ୍କ ବ୍ୟତୀତ ଦେଶର ପ୍ରତିଷ୍ଠିତ ଶିଳ୍ପପତି, ସିନେ ତାରକାଙ୍କୁ ମଧ୍ୟ ଉତ୍ସବକୁ ଆମନ୍ତ୍ରିତ କରାଯାଇଛି । ପୁରା ଗୋଟିଏ ସପ୍ତାହ ଧରି ରାମଲଲାଙ୍କ ପ୍ରତିଷ୍ଠା ଉତ୍ସବ ଚାଲିବ । ଏହି ସମୟରେ ପ୍ରଭୁ ରାମଚନ୍ଦ୍ରଙ୍କ ଜନ୍ମରୁ ବନବାସ ପର୍ଯ୍ୟନ୍ତ ଜୀବନ, ଲଙ୍କା ବିଜୟ ଏବଂ ଅଯୋଧ୍ୟା ପ୍ରତ୍ୟାବର୍ତ୍ତନର ଚିତ୍ର ପ୍ରଦର୍ଶିତ ହେବ ।

ସୂତ୍ର ଅନୁସାରେ, ରାମ ମନ୍ଦିର ପ୍ରତିଷ୍ଠା ଉତ୍ସବକୁ ୨,୨୦୦ ଅତିଥି ଏବଂ ୪ ହଜାର ସାଧୁସନ୍ଥଙ୍କୁ ଆମନ୍ତ୍ରିତ କରାଯାଇଛି । ଧର୍ମଗୁରୁ ଦଲାଇ ଲାମା, ଯୋଗଗୁରୁ ରାମଦେବ, ସୁପରଷ୍ଟାର ରଜନୀକାନ୍ତ, ଅମିତାଭ ବଚ୍ଚନ, ଅରୁଣ ଗୋଭିଲ, ଶିଳ୍ପପତି ମୁକେଶ ଅମ୍ବାନୀ, ଅନିଲ ଅମ୍ବାନୀ, ଇସ୍ରୋ ନିର୍ଦ୍ଦେଶକ ନିଲେଶ ଦେଶାଇଙ୍କ ଭଳି ପ୍ରତିଷ୍ଠିତ ବ୍ୟକ୍ତିବିଶେଷ ଏହି ଉତ୍ସବରେ ଯୋଗ ଦେବେ ।

ABOUT THE AUTHOR

...view details