ଓଡିଶା

odisha

By

Published : Jun 22, 2021, 9:08 AM IST

ETV Bharat / bharat

TOP NEWS@9AM: ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର

TOP NEWS@9AM, ନଜର ପକାନ୍ତୁ ଗୁରୁତ୍ୱପୂର୍ଣ୍ଣ ଖବର ଉପରେ...

ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର
ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର

1.STATE CORONA: ଦିନକରେ 2957 ଆକ୍ରାନ୍ତ ଚିହ୍ନଟ

ଗତ 24 ଘଣ୍ଟାରେ ରାଜ୍ୟରେ 2957 କୋରୋନା ପଜିଟିଭ ଚିହ୍ନଟ ।

2.ଆଜି ପିକେ-ପାୱାରଙ୍କ ବୈଠକ; ସାମିଲ ହେବେ ବିରୋଧୀ

ଏକ ଅଣବିଜେପି ମେଣ୍ଟ ଗଠନ କରିବା ଲକ୍ଷ୍ୟରେ ଆଜି(ମଙ୍ଗଳବାର) ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟି ମୁଖିଆ ଶରତ ପାୱାରଙ୍କ ଅଧକ୍ଷତାରେ ବସିବ ବୈଠକ । ପାୱାରଙ୍କ ରଣନୀତିଜ୍ଞ ପ୍ରଶାନ୍ତ କିଶୋରଙ୍କ ସହ ବୈଠକରେ ଆଲୋଚନା ହେବ

3.କୋଭାକ୍ସିନର ତୃତୀୟ ପର୍ଯ୍ୟାୟ ପରୀକ୍ଷଣ: DCGIକୁ ତଥ୍ୟ ଦେଲା ଭାରତ ବାୟୋଟେକ

କୋଭାକ୍ସିନର ତୃତୀୟ ପର୍ଯ୍ୟାୟ ପରୀକ୍ଷଣ କରାଯାଇ DCGIକୁ ତଥ୍ୟ ଦାଖଲ କରିଛି ଟିକା ଉତ୍ପାଦନକାରୀ କମ୍ପାନୀ ଭରତ ବାୟୋଟେକ ।

4.ସ୍ନାନ ପୂର୍ଣ୍ଣିମା ପାଇଁ ୧୪୪ ଧାରା ଜାରି

ଆସନ୍ତା ୨୩ ତାରିଖ ରାତ୍ର ୧୦ ଘଟିକାରୁ ୨୫ ତାରିଖ ଭୋର ୨ ଘଟିକା ପର୍ଯ୍ୟନ୍ତ ପୁରୀରେ ଲାଗିବ 144 ଧାରା । ସ୍ନାନ ଯାତ୍ରା ଅବସରରେ ପ୍ରଶାସନ ଲଗାଇବ କଟକଣା ।

5.ତୈଳଦର ବୃଦ୍ଧି: ଜୁନ 30ରେ ଆନ୍ଦୋଳନ କରିବ LDF

ତୈଳଦର ବୃଦ୍ଧିକୁ ନେଇ କେରଳରେ LDF ଜୁନ 30 ତାରିଖରେ ଗଣ ବିକ୍ଷୋଭ କରିବେ ବୋଲି ଜଣାପଡିଛି ।

6.ନୁସରତଙ୍କ ବିରୋଧରେ କାର୍ଯାନୁଷ୍ଠାନ ଦାବି, ବାଚସ୍ପତିଙ୍କୁ ଚିଠି ଲେଖିଲେ ବିଜେପି ସାଂସଦ

TMC ସାଂସଦ ନୁସରତ ନିଜ ବୈବାହିକ ଜୀବନକୁ ନେଇ ମିଥ୍ୟା ସୂଚନା ଦେଇଛନ୍ତି । ତେଣୁ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ବାଚସ୍ପତି ଓମ ବିର୍ଲାଙ୍କୁ ଚିଠି ଲେଖିଛନ୍ତି ବିଜେପି ସାଂସଦ ସଂଘମିତ୍ରା ମୌର୍ଯ୍ୟ ।

7.‘ଭାରତ ନୁହେଁ ନେପାଳରୁ ସୃଷ୍ଟି ଯୋଗ’

ଯୋଗର ଉତ୍ପତିକୁ ନେଇ ନେପାଳ ପ୍ରଧାନମନ୍ତ୍ରୀଙ୍କ ବୟାନ ନୂଆ ବିବାଦକୁ ଜନ୍ମ ଦେଇଛି । ଯୋଗର ଉତ୍ପତି ନେପାଳରେ ହୋଇଥିବା ଯୁକ୍ତି ବାଢିଛନ୍ତି ପିଏମ କେପି ଶର୍ମା ଓଲି ।

8.କେନ୍ଦ୍ର ଯୋଜନା ଅପହରଣ କରୁଛନ୍ତି ବିଜେଡି ସରକାର: ପ୍ରତାପ ଷଡ଼ଙ୍ଗୀ

ଓଡ଼ିଶା ସରକାରଙ୍କ ଦ୍ବାରା କେନ୍ଦ୍ର ସରକାରଙ୍କ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନାକୁ ହଡ଼ପ ହେଉଛି । ମିଛ ପ୍ରଂଶସା ସାଉଁଟିବାର କୁପ୍ରୟାସ ଜାରି ରଖିଛନ୍ତି ରାଜ୍ୟ ସରକାର । ଏନେଇ ଅଭିଯୋଗ କରିଛନ୍ତି ଖୋଦ କେନ୍ଦ୍ର ସରକାରଙ୍କ ମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ ।

9.ଶ୍ରୀମନ୍ଦିରରେ ରାତି ଅଧରେ ସ୍ନାନଯାତ୍ରା ନୀତିକୁ ବିରୋଧ

ରାତି 1ଟାରେ ଦେବସ୍ନାନ ପୂର୍ଣ୍ଣିମା ନୀତିକାନ୍ତି ନେଇ ସମୟ ଧାର୍ଯ୍ୟ ହୋଇଥିବାରୁ ଭକ୍ତଙ୍କ ମନରେ ଅସନ୍ତୋଷ ଭାବ ସୃଷ୍ଟି ହୋଇଛି । ଅନୁଗୋଳ ଜିଲ୍ଲା ଶ୍ରୀ ଜଗନ୍ନାଥ ଭକ୍ତ ସମାଜ ପକ୍ଷରୁ ସ୍ନାନ ଯାତ୍ରା ପାଇଁ ହୋଇଥିବା ନୀତି ନିର୍ଘଣ୍ଟକୁ ବିରୋଧ କରାଯାଇଛି ।

10.‘ରକ୍ଷାବନ୍ଧନ’ର ସୁଟିଂ ଆରମ୍ଭ ପୂର୍ବରୁ ଭଉଣୀଙ୍କୁ ମନେ ପକାଇଲେ ଅକ୍ଷୟ

ସୋମବାର ଆରମ୍ଭ ହେଲା ‘ରକ୍ଷାବନ୍ଧନ’ର ସୁଟିଂ । ଏହି ଅବସରରେ ଭଉଣୀ ଅଲ୍କାଙ୍କ ପାଇଁ ଲେଖିଲେ ଇମୋସନାଲ ମେସେଜ ।

ABOUT THE AUTHOR

...view details