ଓଡିଶା

odisha

ETV Bharat / bharat

TOP NEWS@9AM: ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର

ନଜର ପକାନ୍ତୁ NEWS@9AMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ...

ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର
ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର

By

Published : Feb 25, 2021, 9:01 AM IST

1.ଆଜି ତାମିଲନାଡୁ ଓ ପୁଡୁଚେରୀ ଗସ୍ତ କରିବେ ପ୍ରଧାନମନ୍ତ୍ରୀ

ଆଜି ତାମିଲନାଡୁ ଓ ପୁଡୁଚେରୀ ଗସ୍ତ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଗସ୍ତରେ ବିଭିନ୍ନ ବିକାଶ ମୂଳକ ପ୍ରକଳ୍ପର ଶିଳାନ୍ୟାସ କରିବେ ।

2.ମୟୂରଭଞ୍ଜକୁ ବେସାମରିକ ବିମାନ ଚଳାଚଳ ବ୍ୟବସ୍ଥା ଲାଗି ଦାବି

ମୟୂରଭଞ୍ଜ ଅମରଦା ରୋଡ(ରାସଗୋବିନ୍ଦପୁର) ବିମାନବନ୍ଦରରେ ସାଧାରଣ ନାଗରିକଙ୍କ ବ୍ୟବହାର ପାଇଁ କାର୍ଯ୍ୟକ୍ଷମ କରିବା ଲାଗି ଦାବି କରିଛନ୍ତି କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀ ।

3.ରାଜନାଥଙ୍କୁ ପ୍ରତାପଙ୍କ ଚିଠି, ବାଲେଶ୍ଵରରେ ସୈନିକ ସ୍କୁଲ ଖୋଲିବାକୁ ଦାବି

ବାଲେଶ୍ଵରରେ ସୈନିକ ସ୍କୁଲ ଖୋଲିବା ଦାବି ନେଇ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କୁ ଚିଠି ଲେଖିଲେ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀ ।

4.ଓଡିଶା ପର୍ଯ୍ୟଟନ ହାତେଇଲା ରୌପ୍ୟ ପୁରସ୍କାର

ଭାରତୀୟ ଦାୟିତ୍ବପୂର୍ଣ୍ଣ ପର୍ଯ୍ୟଟନ ପୁରସ୍କାରର ଷଷ୍ଠ ସଂସ୍କରଣରେ ଓଡିଶା ପର୍ଯ୍ୟଟନକୁ ରୌପ୍ୟ ପୁରସ୍କାର ମିଳିଛି ।

5.ନୌସେନାରେ ବଡ ଅଦଳବଦଳ, ୱେଷ୍ଟର୍ଣ୍ଣ କମାଣ୍ଡ ଚିଫ୍ ହେଲେ ଆର. ହରି କୁମାର

ମୁମ୍ବାଇରେ ନୂତନ ୱେଷ୍ଟର୍ଣ୍ଣ କମାଣ୍ଡ ଚିଫ୍‌ ଭାବେ ନିଯୁକ୍ତ ହୋଇଛନ୍ତି ଭାଇସ ଆଡମିରଲ ଆର. ହରି କୁମାର । ଭାଇସ ଆଡମିରଲ ଅତୁଲ ଜୈନଙ୍କୁ ଦିଲ୍ଲୀ ସ୍ଥାନାନ୍ତର କରାଯାଇଛି ।

6.ତ୍ବରାନ୍ବିତ ହେବ ଉଠା ଜଳସେଚନ କାର୍ଯ୍ୟ

ବଜେଟରେ ଉଠା ଜଳସେଚନକୁ ଗୁରୁତ୍ବ ଦେଇଛନ୍ତି ସରକାର । ଫଳରେ ଉଠା ଜଳସେଚନ କାର୍ଯ୍ୟ ତ୍ବରାନ୍ବିତ ହେବ ବୋଲି ଓଡିଶା ଉଠା ଜଳସେଚନ ନିଗମର ଅଧ୍ୟକ୍ଷ ଅମରେଶ ପତ୍ରୀ କହିଛନ୍ତି ।

7.ଶଶିକଳାଙ୍କ ରାଜନୈତିକ ଗୋଟି: AIADMK-AMMK ମିଶ୍ରଣ ପାଇଁ ଦେଲେ ପ୍ରସ୍ତାବ

ତାମିଲନାଡୁର ପୂର୍ବତନ ମୁଖ୍ୟମନ୍ତ୍ରୀ ଜେ ଜୟଲଳିତାଙ୍କ ସହକାରୀ ତଥା ଏଆଇଡିଏମକେରୁ ନିଲମ୍ବିତ ନେତ୍ରୀ ବିକେ ଶଶିକଳା ନୂଆ ଫର୍ମୁଲା ।

8.ପ୍ରଥମ ଦିନ ଖେଳ ଶେଷ: ଇଂଲଣ୍ଡ 112ରେ ଅଲଆଉଟ, ଭାରତ 99/3

ତୃତୀୟ ଟେଷ୍ଟ ମ୍ୟାଚରେ ଭାରତ ଆଖି ଦୃଶିଆ ପ୍ରଦର୍ଶନ କରିଛି । ପ୍ରଥମ ଦିନ ଖେଳ ଶେଷ ସୁଦ୍ଧା ଭାରତ 3 ୱିକେଟ ହରାଇ 99 ରନ କରିଛି ।

9.ପଶ୍ଚିମବଙ୍ଗ ରାଜନୈତିକ ମୈଦାନରେ କ୍ରିକେଟର; TMC ଟିମରୁ ତିୱାରୀଙ୍କ ବ୍ୟାଟିଂ, ବିଜେପିରୁ ବୋଲିଂ କରିବେ ଡିଣ୍ଡା

ବୁଧବାର ଭାରତୀୟ କ୍ରିକେଟର ମନୋଜ ତିୱାରୀ ତୃଣମୂଳ କଂଗ୍ରେସରେ ସାମିଲ ହୋଇଥିବା ବେଳେ ସଂଧ୍ୟାରେ ଆଉ ଜଣେ ପୂର୍ବତନ କ୍ରିକେଟର ଆରମ୍ଭ କରିଛନ୍ତି ରାଜନୀତିର ଇନିଙ୍ଗ୍ସ ।

10.କଳିଙ୍ଗ ନାଟ୍ୟ ମହୋତ୍ସବରେ ମଞ୍ଚସ୍ଥ ହେଲା ତେଲୁଗୁ ନାଟକ ‘ମଧୁପର କାଲୁ’

ଫିଲ୍ମ, ୱେବ ସିରିଜ ଯୁଗରେ ମଧ୍ୟ ନାଟକ ଦେଖିବାକୁ ପସନ୍ଦ କରୁଛନ୍ତି ଅନେକ ଦର୍ଶକ । ଭୁବନେଶ୍ବରରେ ମଞ୍ଚସ୍ତ ହେଲା ତେଲୁଗୁ ନାଟକ ‘ମଧୁପର କାଲୁ’ ।

ABOUT THE AUTHOR

...view details