ଓଡିଶା

odisha

ETV Bharat / bharat

TOP NEWS@1PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର - ତାଜା ଖବର

ନଜର ପକାନ୍ତୁ NEWS@1PMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ...

TOP NEWS@1PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର
TOP NEWS@1PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର

By

Published : May 16, 2021, 1:07 PM IST

1. ଦିଲ୍ଲୀରେ ପୁଣି ସପ୍ତାହେ ବଢିଲା ଲକଡାଉନ୍

ପୁଣି ଗୋଟିଏ ସପ୍ତାହେ ପାଇଁ ଲକଡାଉନ୍ ଅବଧିକୁ ବଢାଇଲେ ଦିଲ୍ଲୀ ସରକାର । ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଏହି ଘୋଷଣା କରିଛନ୍ତି ।

2. ରେମଡେସିଭିର ନେବାକୁ ଷ୍ଟାଡିୟମରେ ଲାଗିଲା ଭିଡ

ଟିକା ନେବା ପାଇଁ ଜବାହାରଲାଲ୍ ଷ୍ଟାଡିୟମରେ ଲାଗିଛି ଗହଳି । ରେମଡେସିଭିର ଟିକା ନେବା ପାଇ ଲାଗିଥିଲା ଗହଳି ।

3. ବିଦ୍ୟାଳୟରେ ମାସ୍କ ପିନ୍ଧିବାକୁ ଆମେରିକା ସରକାରଙ୍କ ନିର୍ଦ୍ଦେଶ

ଆମେରିକା ନାଗରିକଙ୍କୁ ବିଦ୍ୟାଳୟରେ ମାସ୍କ ପିନ୍ଧିବା ପାଇଁ ସରକାର ନିର୍ଦ୍ଦେଶ ଦେଇଛନ୍ତି ।

4.1000 ଉଠାଇଲେ ଏଟିଏମରୁ ମିଳୁଛି 5000 ଟଙ୍କା'

ଏଟିଏମରୁ 1ହଜାର ଟଙ୍କା ଉଠାଣ କଲେ ମିଳୁଛି 5 ହଜାର ଟଙ୍କା ଓ 100 ଟଙ୍କା ବଦଳରେ ମିଳୁଛି 500 ଟଙ୍କା ।

5. କୋରୋନା ଆକ୍ରାନ୍ତଙ୍କ ଚିକିତ୍ସାରୁ ହଟିପାରେ ପ୍ଲାଜମା ଥେରାପି

କୋରୋନା ଆକ୍ରାନ୍ତଙ୍କ ଚିକିତ୍ସା ଲାଗି ପ୍ଲାଜମା ଥେରାପି ହଟିପାରେ ବୋଲି ଜଣାପଡିଛି ।

6. ମୁହାଁମୁହିଁ ଇସ୍ରାଏଲ-ପାଲେଷ୍ଟାଇନ: ଜଣେ ବିଜୟ ଲକ୍ଷ୍ୟରେ ଆଉ ଜଣେ ଅସ୍ତିତ୍ବ ବଜାୟ ଲକ୍ଷ୍ୟରେ

ଦୁଇଟି ଦେଶ, ଦୁଇଟି ଧର୍ମ...ଆଉ ଧର୍ମ ପାଇଁ ଯୁଦ୍ଧ । ଜଣେ ଜିତିବା ପାଇଁ ଲଢୁଛି, ଆଉ ଜଣେ ନିଜ ଅସ୍ତିତ୍ବ ବଜାୟ ରଖିବା ପାଇଁ ।

7. ଆଜି 8 ଜିଲ୍ଲାରେ ଟୀକାକରଣ ବନ୍ଦ

ରାଜ୍ୟରେ ଟିକାର ଅଭାବକୁ ନେଇ ରାଜ୍ୟରେ ଦିନକୁ ଦିନ ଟୀକାକରଣ ବନ୍ଦ ହେବାରେ ଲାଗିଛି । ତେବେ ଆଜି(ରବିବାର) 8ଟି ଜିଲ୍ଲାରେ ଟୀକାକରଣ ବନ୍ଦ ରହିବ।

8. ରାଜ୍ୟରେ ଫିଲ୍ମ ଏବଂ ସିରିଏଲ ସୁଟିଂରେ ଲାଗିଲା ପ୍ରତିବନ୍ଧକ

କୋଭିଡ୍ ପାଇଁ ସମସ୍ତ ଫିଲ୍ମ ଓ ସିରିୟଲ ସୁଟିଂ ବନ୍ଦ

9. ରାଜ୍ୟରେ ଦିନକରେ 19 କୋରୋନା ଆକ୍ରାନ୍ତ ମୃତ

ଦିନକରେ ରାଜ୍ୟରୁ 19 କୋରୋନା ଆକ୍ରାନ୍ତଙ୍କ ପ୍ରାଣହାନୀ । ମୋଟ ମୃତ୍ୟୁସଂଖ୍ୟା 2 ହଜାର ପାର ।

10. ଦୈନିକ ସଂକ୍ରମଣରେ ସାମାନ୍ୟ ହ୍ରାସ; ମୃତ୍ୟୁରେ ଲାଗୁନି ବ୍ରେକ୍, ଦିନକରେ 4,077 ମୃତ୍ୟୁ

ଦେଶରେ ଦୈନିକ ସଂକ୍ରମଣ ପ୍ରତିଦିନ ରେକର୍ଡ ଭାଙ୍ଗୁଥିବା ବେଳେ ଏବେ ଏହା ସାମାନ୍ୟ ହ୍ରାସ ହୋଇଛି ।

ABOUT THE AUTHOR

...view details