ଓଡିଶା

odisha

ETV Bharat / bharat

TOP NEWS@1PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର - ବର୍ତ୍ତମାନର ବଡ ଖବର

ନଜର ପକାନ୍ତୁ NEWS@1PMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ...

TOP NEWS@1PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର
TOP NEWS@1PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର

By

Published : May 11, 2021, 1:06 PM IST

1. ରାଜ୍ୟରେ NHAI ନିର୍ମାଣ କରିବ 7ଟି ଅକ୍ସିଜେନ ପ୍ଲାଣ୍ଟ, ସହାୟତା କରିବ DRDO

ଓଡିଶାରେ ନିର୍ମାଣ ହେବ 7 ଟି ଅକ୍ସିଜେନ ପ୍ଲାଣ୍ଟ । NHAI ସହାୟତାରେ ଏହା ପ୍ଲାଣ୍ଟ ନିର୍ମାଣ କରିବ DRDO, କେନ୍ଦ୍ର ସରକାର ଦେଇଛନ୍ତି ଗ୍ରୀନ୍ ସିଗନାଲ ।

2. ପୂରଣ ହେଲା ଦାବି; ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଶଯ୍ୟା ସଂଖ୍ୟା 300କୁ ବୃଦ୍ଧି

ଜଗତସିଂହପୁର ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଶଯ୍ୟା ସଂଖ୍ୟା 126 ରୁ 300କୁ ରାଜ୍ୟ ସରକାର ବୃଦ୍ଧି କରିଛନ୍ତି ।

3. ସଚେତନ ରହିବାକୁ ମୟୂରଭଞ୍ଜବାସୀଙ୍କୁ ଏସପିଙ୍କ ନିବେଦନ

ରାଜ୍ୟ ସରକାର ମେ 5 ତାରିଖରୁ 14 ଦିନିଆ ଲକଡାଉନ ଘୋଷଣା କରିଛନ୍ତି। ରାଜ୍ୟ ସରକାରଙ୍କ ନିର୍ଦ୍ଦେଶକ୍ରମେ ମୟୂରଭଞ୍ଜ ଜିଲ୍ଲା ପ୍ରଶାସନ ଲକଡାଉନ ଓ ସଟଡାଉନ ଜାରି ରଖିଛନ୍ତି।

4. ସେବା ପାଇଁ ବାହାଘର ଭାଙ୍ଗିଦେଲେ ମହିଳା ଡାକ୍ତର

ମହାମାରୀ ଯୋଗୁଁ ବିବାହ କରିବାକୁ ମନା କଲେ ନାଗପୁରର ମହିଳା ଡାକ୍ତର ଆପୋରଭା ମଙ୍ଗାଗିରି ।

5.ରାଜ୍ୟରେ ତାଲାବନ୍ଦ, ଉତ୍କଟ ହେଉଛି ବେକାରୀ ସମସ୍ୟା

ଦେଶରେ କୋରୋନା ସଂକ୍ରମଣକୁ ନେଇ ବିଭିନ୍ନ ସ୍ଥାନରେ କଟକଣା ଲଗାଯାଇଛି । ଫଳରେ ବଢୁଛି ବେକାରୀ ସମସ୍ୟା ।

6. ରାସନ ସାମଗ୍ରୀ ପାଇଁ ଲମ୍ବା ଲାଇନ, ହୋମ ଡେଲିଭରୀ ପାଇଁ ଦାବି

ଜିଲ୍ଲାରେ ଲକଡାଉନ ଓ ସଟଡାଉନ ଜାରି ରହିଛି ମାତ୍ର ଏହାରି ମଧ୍ୟରେ ହିତାଧିକାରୀମାନେ ରାସନ୍ ଦୋକାନ ଆଗରେ ସଉଦା ପାଇଁ ଲମ୍ବା ଲାଇନ ଲଗାଉଥିବା ଦେଖିବାକୁ ମିଳିଛି ।

7.ମୋରଡା ଅବକାରୀ ବିଭାଗର ଚଢାଉ, 2 ମହିଳା ଗିରଫ

ମୟୂରଭଞ୍ଜ ମୋରଡା ଅବକାରୀ ବିଭାଗକୁ ସଫଳତା । ଚଢାଉ କରି 2 ମହିଳା ବ୍ୟବସାୟୀଙ୍କୁ କଲା ଗିରଫ ।

8. ଖୁସି ଖବର; ଆଜି ଦେଶରେ ଆକ୍ରାନ୍ତଙ୍କଠାରୁ ସୁସ୍ଥ ସଂଖ୍ୟା ଅଧିକ

ଦେଶରେ ଦ୍ରୁତ ଗତିରେ ବୃଦ୍ଧି ପାଇବାରେ ଲାଗିଛି ସଂକ୍ରମଣ । ଗତ 24 ଘଣ୍ଟାରେ ଚିହ୍ନଟ ହୋଇଥିବା ସଂକ୍ରମଣ ରିପୋର୍ଟ ସାମାନ୍ୟ ଆଶ୍ବସ୍ତି ଦେଇଛି ।

9. ବ୍ୟବସାୟୀଙ୍କ କବଜାରେ ସରକାରୀ କେନ୍ଦୁପତ୍ର ଗୋଷ୍ଠୀ ଖଳା

ଧାନ ଅମଳ, ମହୁଲ, ଟୋଲା ଶୁଖାଇବା ପାଇଁ ନିର୍ମିତ ଗୋଷ୍ଠୀ ଖଳାଗୁଡିକ ବର୍ତ୍ତମାନ କେନ୍ଦୁପତ୍ର ବ୍ୟବସାୟୀଙ୍କ କବଜାରେ ଥିବା ଅଭିଯୋଗ କରିଛନ୍ତି ମାଲକାନଗିରି ଚାଷୀ ।

10. 100 ଶଯ୍ୟା ବିଶିଷ୍ଟ କ୍ବାରେଣ୍ଟାଇନ ସେଣ୍ଟର ଉଦଘାଟନ କଲେ ସୋନୁ ନିଗମ

ଗାୟକ ସୋନୁ ନିଗମ ସୋମବାର ମୁଲୁଣ୍ଡରେ 100 ଶଯ୍ୟା ବିଶିଷ୍ଟ କ୍ବାରେଣ୍ଟାଇନ କେନ୍ଦ୍ରର ଉଦଘାଟନ କରିଛନ୍ତି।

ABOUT THE AUTHOR

...view details