ଓଡିଶା

odisha

ETV Bharat / bharat

TOP NEWS@11AM: ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର - ଗୁରୁତ୍ବପୂର୍ଣ୍ଣ ଖବର

ନଜର ପକାନ୍ତୁ NEWS@11AM ର କେତେକ ଗୁରୁତ୍ବପୂର୍ଣ୍ଣ ଖବର ଉପରେ...

TOP NEWS@11AM: ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର
TOP NEWS@11AM: ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର

By

Published : Feb 19, 2022, 11:02 AM IST

1.ଆଜି ଆସୁଛନ୍ତି ରାଷ୍ଟ୍ରପତି: ଅପେକ୍ଷାରେ ରାଜଭବନ, ସୁରକ୍ଷା ବ୍ୟବସ୍ଥା କଡାକଡି

ଆଜି ପୁରୀ ଆସୁଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ । ରାଷ୍ଟ୍ରପତିଙ୍କୁ ସ୍ବାଗତ କରିବାକୁ ସଜେଇ ହୋଇଛି ପୁରୀ । ଅପେକ୍ଷା କରିଛି ରାଜଭବନ

2.Odisha Corona Report: ଦିନକରେ 534 ସଂକ୍ରମିତ ଚିହ୍ନଟ

ରାଜ୍ୟରେ ଗତ 24 ଘଣ୍ଟାରେ 534 କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା 12 ଲକ୍ଷ 81,989ରେ ପହଞ୍ଚିଛି ।

3.INDIA CORONA: ଦୁର୍ବଳ ତୃତୀୟ ଲହର, ଦିନକରେ ୨୨୨୭୦ ସଂକ୍ରମିତ

ଦେଶରେ ଦୁର୍ବଳ ହୋଇଛି ତୃତୀୟ ଲହର । ଗତ ୨୪ ଘଣ୍ଟା ମଧ୍ୟରେ ଦେଶରୁ 22,270 ନୂଆ ସଂକ୍ରମିତ ଚିହ୍ନଟ । ମୃତ୍ୟୁ ସଂଖ୍ୟା ବି ହ୍ରାସ ।

4.Shopian Encounter: ସେନା ଗୁଳିରେ ଜଣେ ଆତଙ୍କୀ ନିପାତ

ସୋପିଆନର ଜେନାପୁର ଚେରମର୍ଗରେ ଆତଙ୍କବାଦୀ ଓ ସୁରକ୍ଷା କର୍ମୀଙ୍କ ମଧ୍ୟରେ ଏନକାଉଣ୍ଟର । ସୁରକ୍ଷାକର୍ମୀଙ୍କ ଗୁଳିରେ ଜଣେ ଆତଙ୍କୀ ନିପାତ ହୋଇଛି ।

5.ଭାରତ-UAE ମଧ୍ୟରେ ବାଣିଜ୍ୟକ ଚୁକ୍ତି ସ୍ବାକ୍ଷର, କମିବ ଆମଦାନୀ ଶୁଳ୍କ

ଭାରତ ଏବଂ ସଂଯୁକ୍ତ ଆରବ ଏମିରେଟ୍ସ(United Arab Emirates) ମଧ୍ୟରେ ଶୁକ୍ରବାର ଏକ ବାଣିଜ୍ୟିକ ରାଜିନାମା ସ୍ବାକ୍ଷର ହୋଇଛି । ଏହି ଚୁକ୍ତି ସ୍ବାକ୍ଷର ଦ୍ବାରା ବିଭିନ୍ନ ପ୍ରକାର ଉତ୍ପାଦ ଉପରେ ଆମଦାନୀ ଶୁଳ୍କ କମିବ ।

6.ପ୍ରଦୂଷଣ ମୁକ୍ତ ପାଇଁ ପ୍ରୟାସ, ୩୧୧ ରେକ୍‌ ପାଉଁଶ ପରିବହନ କଲା ପୂର୍ବତଟ ରେଳପଥ

ପ୍ରଦୂଷଣ ମୁକ୍ତ ପରିବେଶ ପାଇଁ ପୂର୍ବତଟ ରେଳପଥର ପ୍ରୟାସ । ଦେଶର ବିଭିନ୍ନ ପ୍ରାନ୍ତକୁ 311 ରେକ୍ (ଟ୍ରେନ) ଫ୍ଲାଏ-ଆଶ( ପାଉଁଶ) ପରିବହନ କଲା ପୂର୍ବତଟ ରେଳପଥ ।

7.ଜନ୍ମଦିନରେ ମିଳିଲାନି ଉପହାର, ଜୀବନ ହାରିଲେ ଯୁବତୀ

ପବଜି ଖେଳିବା ପାଇଁ ଜନ୍ମଦିନରେ ବାପାଙ୍କୁ ଫୋନ ଉପହାର ମାଗିଲେ ଯୁବତୀ, ନମିଳିବାରୁ କଲେ ଆତ୍ମହତ୍ୟା ।

8. Vaccination Drive: କିଶୋର ଟୀକାକରଣ ଦେଶରେ 2 କୋଟି ପାର୍‌

ଦେଶରେ ଦୁଇ କୋଟି ଛୁଇଁଲା ୧୫ରୁ ୧୮ ବର୍ଷ କିଶୋରଙ୍କ ଟୀକାକରଣ । ଏନେଇ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭିୟ ଟ୍ବିଟ କରି ଜଣାଇଛନ୍ତି ।

9.ଭୋଟବାକ୍ସ ନେଇ ଯାଉଥିବା ବେଳେ ଗ୍ରାମରକ୍ଷୀଙ୍କୁ ଘେରିଲେ ଲୋକେ

କେନ୍ଦ୍ରାପଡା ଜିଲ୍ଲା ମାର୍ଶାଘାଈ ବ୍ଲକ ଅଙ୍ଗୁଳାଇ ପଞ୍ଚାୟତରେ ଉତ୍ତେଜନା । ଭୋଟବାକ୍ସ ନେଇ ଯାଉଥିବା ବେଳେ ଗ୍ରାମରକ୍ଷୀଙ୍କୁ ଘେରିଲେ ଲୋକେ ।

10.Weather Update: ଆଜିଠୁ 2 ଦିନ ପୁଣି ଭିଜିବ ଓଡିଶା

ରାଜ୍ୟରେ ଆଜିଠୁ ଦୁଇଦିନ ବର୍ଷା ସମ୍ଭାବନା । ଉତ୍ତର ଉପକୂଳ ଓ ଦକ୍ଷିଣ ଉପକୂଳ ଓଡ଼ିଶାର କେତେକ ସ୍ଥାନରେ ବର୍ଷା ହେବା ନେଇ ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ଆକଳନ କରାଯାଇଛି ।

ABOUT THE AUTHOR

...view details