ଓଡିଶା

odisha

ETV Bharat / bharat

TOP NEWS@11AM: ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର - ବର୍ତ୍ତମାନର ବଡ଼ ଖବର

ନଜର ପକାନ୍ତୁ NEWS@11AM ର କେତେକ ଗୁରୁତ୍ବପୂର୍ଣ୍ଣ ଖବର ଉପରେ...

TOP NEWS@11AM: ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର
TOP NEWS@11AM: ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର

By

Published : Feb 18, 2022, 11:00 AM IST

1.Odisha Corona Report: ଦିନକରେ 671 ସଂକ୍ରମିତ ଚିହ୍ନଟ

ରାଜ୍ୟରେ ଗତ 24 ଘଣ୍ଟାରେ 671 କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା 12 ଲକ୍ଷ 81,455ରେ ପହଞ୍ଚିଛି ।

2.INDIA CORONA: ଦିନକରେ ୨୫୯୨୦ ନୂଆ ସଂକ୍ରମିତ, ୪୯୨ ମୃତ୍ୟୁ

ଦେଶରେ କମିଲା ସଂକ୍ରମଣ । ଗତ ୨୪ ଘଣ୍ଟା ମଧ୍ୟରେ 25,920 ନୂଆ ସଂକ୍ରମିତ ଚିହ୍ନଟ ।

3.ଉନ୍ମୋଚନ ହେବ A Nation To Protect, ପୁସ୍ତକରେ କୋରୋନା ଲଢେଇରେ ମୋଦିଙ୍କ ନେତୃତ୍ବ କାହାଣୀ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ବରେ କୋରୋନା ସ୍ଥିତିର ସଠିକ ପରିଚାଳନା ହୋଇଛି । ଦେଶବାସୀଙ୍କ ସୁରକ୍ଷାକୁ କେନ୍ଦ୍ର ସରକାର ଅଧିକ ଗୁରୁତ୍ବ ଦେଇଛନ୍ତି । ପିଏମଙ୍କ ନେତୃତ୍ବରେ କୋରୋନା ବିରୋଧରେ ଲଢେଇକୁ ନେଇ 'ଏ ନେସନ ଟୁ ପ୍ରୋଟେକ୍ଟ' (A Nation To Protect) ନାମକ ଏକ ପୁସ୍ତର ରଚନା କରାଯାଇଛି ।

4.Panchayat Polls: ନିର୍ବାଚନ ଦାୟିତ୍ବରେ ଅବହେଳା, ୨ ନିଲମ୍ବିତ

ନିର୍ବାଚନ ଦାୟିତ୍ବରେ ଅବହେଳା ପାଇଁ ଦୁଇ ଜଣଙ୍କୁ ନିଲମ୍ବିତ କଲେ ପୁରୀ ଜିଲ୍ଲାପାଳ ।

5.ଜଗତସିଂହପୁର ପାଟେଣି ଗାଁରେ ହିଂସା: ପୋଲିସକୁ ଆକ୍ରମଣ, ୨ ଗୁରୁତର

ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନ ପୂର୍ବ ରାତି ଅର୍ଥାତ ଗୁରୁବାର ରାତିରେ ଜଗତସିଂହପୁର ସଦର ଥାନା ଅନ୍ତର୍ଗତ ଖାଇରଙ୍ଗ ପଞ୍ଚାୟତ ପାଟେଣି ଗାଁ ଦୁଇ ଗୋଷ୍ଠୀ ମୁହାଁମୁହିଁ ହେବା ଫଳରେ 2 ଜଣ ଗୁରୁତର ଆହତ ହୋଇଛନ୍ତି ।

6.ଶୁକ୍ରବାର ଓ ରମଜାନରେ ହିଜାବ ପିନ୍ଧିବାକୁ ହାଇକୋର୍ଟରେ ଆବେଦନ

ଆଜି ପୁଣି ଥରେ ହିଜାବ ମାମଲାର ଶୁଣାଣି କରିବେ କର୍ଣ୍ଣାଟକ ହାଇକୋର୍ଟ । ଏହାପୂର୍ବରୁ ଶୁକ୍ରବାର ଏବଂ ରମଜାନ ମାସରେ ହିଜାବି ପିନ୍ଧିବାକୁ ଅନୁମତି ଦେବାକୁ ହାଇକୋର୍ଟରେ ଆବେଦନ କଲେ ଛାତ୍ରୀ ।

7.ସିଙ୍ଗାପୁର ପ୍ରଧାନମନ୍ତ୍ରୀଙ୍କ ବୟାନକୁ ଭାରତର ବିରୋଧ

ସିଙ୍ଗାପୁର ପ୍ରଧାନମନ୍ତ୍ରୀ ଲୀ ସିଏନ ଲୁଂଗ ବୁଧବାର ପାର୍ଲାମେଣ୍ଟରେ ଦେଇଥିବା ମନ୍ତବ୍ୟକୁ ବିରୋଧ କରିଛି ଭାରତ । ଏଥିପାଇଁ ଭାରତରେ ଅବସ୍ଥାପିତ ସିଙ୍ଗାପୁର ରାଜଦୂତଙ୍କୁ ସମନ ଜାରି କରାଯାଇଛି ।

8.Earthquake In Rajasthan: ଜୟପୁରରେ ମୃଦୁ ଭୂକମ୍ପ ଝଟକା

ଆଜି ସକାଳ ୮ଟା ସମୟରେ ରାଜସ୍ଥାନର ଜୟପୁରରେ ଭୂକମ୍ପ ଝଟ୍‌କା ଅନୁଭୂତ ହୋଇଥିଲା । ରିକ୍ଟର ସ୍କେଲରେ ଏହାର ତୀବ୍ରତା ୩.୮ ରେକର୍ଡ କରାଯାଇଛି ।

9.ୟୁକ୍ରେନରେ ଫସିଥିବା ଭାରତୀୟଙ୍କୁ ଫେରାଇ ଆଣିବାକୁ ହୋଇନି ନିଷ୍ପତ୍ତି: ବୈଦେଶିକ ମନ୍ତ୍ରଣାଳୟ

ୟୁକ୍ରେନ-ଋଷିଆ ନେଇ ଲାଗି ରହିଥିବା ବିବାଦ ଦିନକୁ ଦିନ ଘନେଇବାରେ ଲାଗିଛି । ତେବେ ବର୍ତ୍ତମାନ ସୁଦ୍ଧା ୟୁକ୍ରେନରୁ ଲୋକଙ୍କୁ ବାହାର କରିବା ଉପରେ କୌଣସି ନିଷ୍ପତ୍ତି ନିଆଯାଇ ନାହିଁ ବୋଲି ଗତକାଲି(ଗୁରବାର) ବିଦେଶ ମନ୍ତ୍ରଣାଳୟର ମୁଖପାତ୍ର ଅରବିନ୍ଦ ବାଗଚୀ କହିଛନ୍ତି ।

10.ଆରପାରିରେ ବାପି ଦା, ଭାବପ୍ରବଣ ପୋଷ୍ଟ କଲେ ବିଗ୍‌ ବି

ଗାୟକ ବାପି ଲାହିରିଙ୍କ ମୃତ୍ୟୁ ପରେ ଅମିତାଭ ବଚ୍ଚନ ଏକ ଭାବପ୍ରବଣ ପୋଷ୍ଟ ଲେଖିଛନ୍ତି । ବିଗ୍ ବି ତାଙ୍କ ବ୍ଲଗରେ ବାପି ଦାଙ୍କୁ ମନେ ପକାଇଛନ୍ତି ।

ABOUT THE AUTHOR

...view details