ଓଡିଶା

odisha

By

Published : Apr 20, 2021, 9:03 AM IST

ETV Bharat / bharat

TOP NEWS@9AM: ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର

ନଜର ପକାନ୍ତୁ NEWS@9AMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ...

ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର
ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର

1.ଓଡିଶା-ଦକ୍ଷିଣ କୋରିଆ ମଧ୍ୟରେ ଦ୍ବିପାକ୍ଷିକ ଆଲୋଚନା, ବିନିଯୋଗ କରିବ 12 ବିଲିୟନ ଡଲାର

ଓଡିଶାକୁ ଫେରିପାରେ ପୋସ୍କୋ । ବାଣିଜ୍ୟ କାରବାର ନେଇ ଓଡିଶା-ଦକ୍ଷିଣ କୋରିଆ ମଧ୍ୟରେ ଦ୍ବିପାକ୍ଷିକ ଆଲୋଚନା ।

2.ଆଜି ବସିବ ଉପନିର୍ବାଚନ ପ୍ରାର୍ଥୀ ଚୟନ କମିଟି ବୈଠକ

ପିପିଲି ଉପନିର୍ବାଚନ ଲାଗି ସାନି ବିଜ୍ଞପ୍ତି ପ୍ରକାଶ ପାଇଛି । ତେବେ କଂଗ୍ରେସର ପ୍ରାର୍ଥୀ କିଏ ହେବ, ଏ ନେଇ ସସପେନ୍ସ ଜାରି ରହିଛି ।

3.କୋଭିଡ କଟକଣାରେ ପାଳିତ ହେବ ସାହିଜାତ ପର୍ବ

ଚଳିତ ବର୍ଷର ସାହିଯାତ କମ ସଂଖ୍ୟକ ଲୋକଙ୍କ ଉପସ୍ଥିତରେ ଏହା କରିବା ନେଇ ଜିଲ୍ଲାପାଳ ସାହି ମୁରବି ମାନଙ୍କ ବୈଠକରେ ନେଇଛନ୍ତି ନିଷ୍ପତି।

4.ଭାରତୀୟଙ୍କୁ ୟୁକେ ଯିବା ମନା, କୋଭିଡ ପାଇଁ ଲାଗିଲା କଟକଣା

ସଂକ୍ରମଣ ବୃଦ୍ଧି ପାଉଥିବାରୁ ୟୁକେ ସରକାର ଭାରତୀୟଙ୍କ ୟୁକେ ପ୍ରବେଶ ଉପରେ ରୋକ ଲଗାଇଛନ୍ତି ।

5.ସରିଲା ପ୍ରସିଦ୍ଧ ବୁଢୀ ଠାକୁରାଣୀ ଯାତ୍ରା, ପୀଠକୁ ଫେରିଲେ ମା’

ରୀତିନୀତିରେ ଉଦଯାପିତ ହେଲା ବ୍ରହ୍ମପୁରର ପ୍ରସିଦ୍ଧ ବୁଢୀ ଠାକୁରାଣୀ ଯାତ୍ରା । ମୁଖ୍ୟପୀଠକୁ ଫେରିଲେ ମାଆ।

6.ନିୟମକୁ ବେଖାତିର, 24800 ଟଙ୍କା ଫାଇନ ଗଣିଲେ ଅମାନିଆ

ଲୋକଙ୍କୁ ସଚେତନ ଓ ସଜାଗ କାରିବାକୁ ଖୋର୍ଦ୍ଧା ଜିଲ୍ଲାପାଳଙ୍କ ନିର୍ଦେଶ କ୍ରମେ ଆଜି ବାଘମାରି ପୋଲିସ ପକ୍ଷରୁ ମାସ୍କ ଚେକିଂ ଓ ଏମଭି ଚେକିଂକୁ କଡାକଡି କରାଯାଇଛି ।

7.ବଢୁଛି କୋଭିଡ ମୃତ୍ୟୁ ସଂଖ୍ୟା, ଅସହାୟଙ୍କ ଶବ ସତ୍କାର କରୁଛି ସଂକଳ୍ପ ପରିବାର

କୋଭିଡ ମୃତକଙ୍କ ଶବ ସତ୍କାର କରିବାକୁ ଆଗେଇ ଆସିଛି ବରଗଡର ସମାଜସେବୀ ସଂଙ୍ଗଠନ ସଂକଳ୍ପ ପରିବାର ।

8.ଚେନ୍ନାଇ ଚମକ; ରାଜସ୍ଥାନକୁ 45ରନରେ କଲା ଚିତପଟାଙ୍ଗ

ଚଳିତ ଆଇପିଏଲ ସଂସ୍କରଣର 12ତମ ମ୍ୟାଚରେ ବିଜୟୀ ହୋଇଛି ଚେନ୍ନାଇ ସୁପର କିଙ୍ଗସ । ବ୍ୟାଟିଂ ବୋଲିଙ୍ଗ ଓ ଫିଲ୍ଡିଂରେ ଉନ୍ନତ ପ୍ରର୍ଦଶନ କରି ରାଜସ୍ଥାନକୁ 45 ରନରେ ପରାସ୍ତ କରିଛି ଧୋନୀବୀହିନୀ ।

9.ସୋନୁଙ୍କୁ କୋରୋନା, ସ୍ୟାଣ୍ଡ ଆନିମେଶନରେ Get well soon କହିଲେ ସତ୍ୟ

ବାଲୁକା ଶିଳ୍ପୀ ସତ୍ୟନାରାୟଣ ମହାରଣା ନିଜେ ସ୍ୟାଣ୍ଡ ଆନିମେଶନ ମାଧ୍ୟମରେ ସୋନୁଙ୍କ ପ୍ରତିଛବି ଆଙ୍କି ତାଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି ।

10.ଦେଶବାସୀଙ୍କ ପାଇଁ ପ୍ରାର୍ଥନା କଲେ ବିପାଶା

ଭାଇରାଲ ହେଲା ବିପାଶାଙ୍କ ନୂଆ ଇନଷ୍ଟାଗ୍ରାମ ପୋଷ୍ଟ । ଏଥର ସେ କୋରୋନା ସଙ୍କଟ ସମୟରେ ସମସ୍ତଙ୍କ ପାଇଁ ପ୍ରାର୍ଥନା କରିଛନ୍ତି ।

ABOUT THE AUTHOR

...view details