ଓଡିଶା

odisha

ETV Bharat / bharat

TOP NEWS@9AM: ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର - ବିଶେଷ ଖବର

ନଜର ପକାନ୍ତୁ NEWS@9AMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ...

ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର
ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର

By

Published : Mar 30, 2021, 9:11 AM IST

1.ନନ୍ଦିଗ୍ରାମ ଲଢେଇ: କମ୍ପିବ ମୈଦାନ, ରୋଡ ଶୋ କରିବେ ଅମିତ ଶାହ

ଆଜି ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନ ପ୍ରଚାରର ଶେଷଦିନ । ଶୁଭେନ୍ଦୁଙ୍କ ପାଇଁ ପ୍ରଚାର କରିବେ ଗୃହମନ୍ତ୍ରୀ ଅମିତ ଶାହ । ସିନେ ତାରକା ମିଥୁନ ଚକ୍ରବର୍ତ୍ତୀ ମଧ୍ୟ ପ୍ରଚାର କରିବେ । ସେପଟେ ଦିଦି ମଧ୍ୟ ପ୍ରଚାର କରିବା ସହ ଲୋକଙ୍କ ପାଖକୁ ଯିବେ ।

2.ଜୁନରେ ଅମରନାଥ ଯାତ୍ରା: ଏପ୍ରିଲ ପହିଲାରୁ ଆରମ୍ଭ ହେବ ପଞ୍ଜୀକରଣ

ଅମରନାଥ ଯାତ୍ରୀଙ୍କ ପାଇଁ ଆରମ୍ଭ ହେବ ପଞ୍ଜୀକରଣ । 1 ଏପ୍ରିଲ 2021ରୁ ତୀର୍ଥଯାତ୍ରୀଙ୍କ ପାଇଁ ପଞ୍ଜୀକରଣ ଆରମ୍ଭ ହେବ । ଏହି ଯାତ୍ରା ଚଳିତ ବର୍ଷ 28 ଜୁନରେ ଆରମ୍ଭ ହେବ ।

3.ବାରମୁଲ୍ଲାରେ 9 ସନ୍ଦିଗ୍ଧ ଅଟକ, ତଦନ୍ତ ଜାରି

ଜମ୍ମୁ-କାଶ୍ମୀରରୁ 9 ସନ୍ଦିଗ୍ଧ ଅଟକ । ଶେର ବାରମୁଲ୍ଲା ଅଞ୍ଚଳରୁ ସନ୍ଦିଗ୍ଧ ଅବସ୍ଥାରେ ଏମାନଙ୍କୁ ଉଦ୍ଧାର କରାଯାଇଛି । ଅଟକ ରଖାଯାଇ ଅଧିକ ପଚରା ଉଚରା କରୁଛି ପୋଲିସ ।

4.ଦିଲ୍ଲୀରେ ୭୬ ବର୍ଷର ରେକର୍ଡ ଭାଙ୍ଗିଲା ଗରମ

ଦିଲ୍ଲୀରେ ୭୬ ବର୍ଷର ରେକର୍ଡ ଭାଙ୍ଗିଲା ଗରମ । ଜାତୀୟ ରାଜଧାନୀ ଦିଲ୍ଲୀରେ ସୋମବାର ସର୍ବାଧିକ 40.1 ଡିଗ୍ରୀ ସେଲସିୟସ ରେକର୍ଡ କରିଛି ପାରଦ, ଯାହା ୧୯୪୫ ପରେ ପ୍ରଥମ ଥର ଦିଲ୍ଲୀରେ ଏଭଳି ଗରମ ଅନୁଭୂତ ହୋଇଛି ।

5.ଶକ୍ତିକ୍ଷେତ୍ରରେ ବଢିଲା ଭାରତ-ଆମେରିକା ସହଭାଗୀତା, SEP ନବୀକରଣ ନେଇ ସହମତି ପ୍ରକାଶ

ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ଆମେରିକାର ଶକ୍ତି ସଚିବ ଜେନିଫର ଗ୍ରାନହୋଲମ ଭାରତ-ଆମେରିକାର କୌଶଳ ଶକ୍ତି ଭାଗିଦାରୀ (SEP) କୁ ନବୀକରଣ କରିବାକୁ ସହମତ ହୋଇଛନ୍ତି।

6.ବଙ୍ଗରେ ଟିଏମସିର ଗୁଣ୍ଡାରାଜକୁ ବରଦାସ୍ତ କରାଯିବନି: ସ୍ମୃତି ଇରାନୀ

ବଙ୍ଗରେ ଜଣେ ବିଜେପି କର୍ମୀଙ୍କର 85 ବର୍ଷୀୟ ମା'ଙ୍କ ମତ୍ୟୁକୁ ନେଇ ସ୍ମୃତି ଇରାନୀ କହିଛନ୍ତି ବଙ୍ଗରେ ଟିଏମସିର ଗୁଣ୍ଡାରାଜକୁ ଆଉ ସହ୍ୟ କରାଯିବ ନାହିଁ ।

7.ଭୂକମ୍ପରେ ଥରିଲା ଲଦାଖ

ଲଦାଖରେ ଭୂକମ୍ପର ଝଟକା ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ଏହାର ତୀବ୍ରତା 3.1 ରେକର୍ଡ ।

8.ଆଇପିଏଲ 202ା: ରାଜସ୍ଥାନ କ୍ୟାମ୍ପରେ ଯୋଗଦେଲେ ବଟଲର, ଷ୍ଟୋକସ ଓ ଲିଭିଙ୍ଗଷ୍ଟୋନ

ଭାରତ ସହ ଏକଦିବସୀୟ ସିରିଜରେ ସାମିଲ ଥିବା ତିନି ଜଣ ଇଂଲଣ୍ଡ ଖେଳାଳି ଜୋସ ବଟଲର, ବେନ ଷ୍ଟୋକସ ଓ ଲିଆମ ଲିଭିଙ୍ଗଷ୍ଟୋନ ସୋମବାର ରାଜସ୍ଥାନ ରୟାଲସ କ୍ୟାମ୍ଫରେ ଯୋଗ ଦେଇଛନ୍ତ ।

9.ୟୁସୁଫଙ୍କ ପରେ ଭାଇ ଇରଫାନ ପଠାନଙ୍କୁ କୋରୋନା

ପୂର୍ବତନ ଭାରତୀୟ କ୍ରିକେଟର ଇରଫାନ ପଠାନଙ୍କୁ କୋରୋନା ।

10.କାର୍ତ୍ତିକଙ୍କ ମଜାଦାର ହୋଲି ଶୁଭେଚ୍ଛା, ଛୋଟା ପଣ୍ଡିତ ସହ ଆସିଲେ ନଜର

ଭାଇରାଲ ହେଲା କାର୍ତ୍ତିକଙ୍କ ନୂଆ ଫଟୋ । ରାଜପାଲଙ୍କ ସହ ଦେଖାଗଲେ ଅଭିନେତା ।

ABOUT THE AUTHOR

...view details