ଓଡିଶା

odisha

TOP NEWS@11AM: ଦେଖନ୍ତୁ ବର୍ତ୍ତମାନର ବଡଖବର

By

Published : Feb 28, 2021, 11:00 AM IST

ନଜର ପକାନ୍ତୁ NEWS@11AMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ...

ଦେଖନ୍ତୁ ବର୍ତ୍ତମାନର ବଡଖବର
ଦେଖନ୍ତୁ ବର୍ତ୍ତମାନର ବଡଖବର

1.ଫାଷ୍ଟଟ୍ୟାଗ ସଂଗ୍ରହରେ ରେକର୍ଡ, ଗୋଟିଏ ଦିନରେ 100 କୋଟି

ଫାଷ୍ଟଟ୍ୟାଗ ଜରିଆରେ ଇଲୋକ୍ଟ୍ରୋନିକ ଟୋଲ ସଂଗ୍ରହ ଏବେ ରେକର୍ଡ ସୃଷ୍ଟି କରିଛି । ପ୍ରତିଦିନ ଟୋଲ ସଂଗ୍ରହ ପାଖାପାଖି 104 କୋଟି ଟଙ୍କାରେ ପହଞ୍ଚି ରେକର୍ଡ ସୃଷ୍ଟି କରିଛି ।

2.ସାତକୋଶିଆ ଇକୋ ରିଟ୍ରିଟରେ ଅଗ୍ନିକାଣ୍ଡ, କାରଣ ଅସ୍ପଷ୍ଟ

ଅନୁଗୋଳ ଜିଲ୍ଲାର ସାତକୋଶିଆ ଇକୋ ରିଟ୍ରିଟରେ ଅଗ୍ନିକାଣ୍ଡ ଘଟିଥିବା ଜଣାପଡିଛି ।

3.ହାଇକୋର୍ଟରେ ପ୍ରଦୀପଙ୍କ ଭିଜିଲାନ୍ସ ତଦନ୍ତ ମାମଲାର ପୁନର୍ବିଚାର, ଲୋକାୟୁକ୍ତର ରିଭ୍ୟୁ ପିଟିସନ ଦାଖଲ

ଫେବ୍ରୁଆରୀ ୩ରେ ହାଇକୋର୍ଟ ପ୍ରଦୀପ ପାଣିଗ୍ରାହୀଙ୍କ ଆବେଦନର ଶୁଣାଣି କରି ୨୦୨୦, ଡିସେମ୍ବର ୧୧ରେ ଲୋକାୟୁକ୍ତ ଭିଜିଲାନ୍ସକୁ ତଦନ୍ତ ପାଇଁ ଦେଇଥିବା ନିର୍ଦ୍ଦେଶକୁ ଖାରଜ କରିଥିଲେ। ଏହି ରାୟର ପୁନଃବିଚାର କରିବାକୁ ଲୋକାଯୁକ୍ତଙ୍କ ନିକଟରେ ରିଭ୍ୟୁ ପିଟିସନ ଦାଖଲ ।

4.'ମୋଦି ସରକାର ତାମିଲନାଡୁବାସୀଙ୍କୁ ନିୟନ୍ତ୍ରଣ କରିବାକୁ ଉଦ୍ୟମ କରୁଛନ୍ତି'

ମୋଦି ସରକାର ତାମିଲନାଡୁବାସୀଙ୍କୁ ନିୟନ୍ତ୍ରଣ କରିବାକୁ ଉଦ୍ୟମ କରୁଛନ୍ତି ବୋଲି କଂଗ୍ରେସ ମୁଖ୍ୟ ରାହୁଲ ଗାନ୍ଧୀ ଶନିବାର କହିଛନ୍ତି ।

5.ଆଜି ପୁଡୁଚେରୀ, ତାମିଲନାଡୁ ଗସ୍ତରେ ଅମିତ ଶାହ

ଆଜି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ପୁଡୁଚେରୀ ଓ ତାମିଲନାଡୁ ଗସ୍ତ କରି ସାଧାରଣ ସଭା ଏବଂ ସାଂଗଠନିକ କାର୍ଯ୍ୟକ୍ରମରେ ଯୋଗ ଦେବେ ବୋଲି ଜଣାପଡିଛି ।

6.ଭିସୁଟ୍‌ ଅନିର୍ଦ୍ଦିଷ୍ଟ କାଳ ପାଇଁ ସଟଡାଉନ

ବୁର୍ଲାସ୍ଥିତ ଭିସୁଟକୁ ସଟଡାଉନ ଘୋଷଣା କଲା ଜିଲ୍ଲା ପ୍ରଶାସନ । ଶୁକ୍ରବାର ବିଶ୍ବବିଦ୍ୟାଳୟର ହଷ୍ଟେଲରେ 25 ଜଣ ଛାତ୍ରଛାତ୍ରୀ କୋରୋନା ପଜିଟିଭ ଚିହ୍ନଟ ହେବା ପରେ ଜିଲ୍ଲା ପ୍ରଶାସନ ଏହି ନିଷ୍ପତ୍ତି ନେଇଛି ।

7.ବିଧାନସଭା ନିର୍ବାଚନ; ଆସାମରେ ମାର୍ଚ୍ଚ 1ରୁ ଅଭିଯାନ ଆରମ୍ଭ କରିବ କଂଗ୍ରେସ

ଆସମାରେ ହେବାକୁ ଥିବା ବିଧାନସଭା ନିର୍ବାଚନା ପାଇଁ କଂଗ୍ରେସର ସାଧାରଣ ସମ୍ପାଦକ ପ୍ରିୟଙ୍କା ଗାନ୍ଧୀ ମାର୍ଚ୍ଚ 1ରୁ ଅଭିଯାନ ଆରମ୍ଭ କରିବେ ।

8.ଧାନମଣ୍ଡିରେ ଅବ୍ୟବସ୍ଥା, ପ୍ରଶାସନ ଲିଖିତ ପ୍ରତିଶ୍ରୁତି ପରେ ଆନ୍ଦୋଳନରୁ ଓହରିଲେ ଚାଷୀ

ଝାରସୁଗୁଡା ଜିଲ୍ଲାର ସୀମାନ୍ତବର୍ତ୍ତି ଚାଷୀ ଚଳିତବର୍ଷ ଧାନମଣ୍ଡିର ଅବ୍ୟବସ୍ଥା ଓ ଧାନ କିଣାକୁ ନେଇ ଲାଗି ରହିଥିବା ଅନିଶ୍ଚିତତାକୁ ନେଇ ଛତିଶଗଡ଼ ସୀମାନ୍ତ କନକତୋରାରେ ଚାଷୀ ଆନ୍ଦୋଳନରେ ବସିଥିଲେ ।

9.ଜର୍ମାନୀଠୁ 5-0ରେ ହାରିଲା ଭାରତୀୟ ମହିଳା ହକି ଟିମ

ବିଶ୍ବ ହକି ମାନ୍ୟତାର 3 ନମ୍ବର ସ୍ଥାନରେ ଥିବା ଜର୍ମାନୀ, ଭାରତୀୟ ମହିଳା ହକି ଟିମକୁ 5-0ରେ ହରାଇଛି ।

10.ନେଟଫ୍ଲିକ୍ସରେ ରିଲିଜ ହେବ ଅର୍ଜୁନଙ୍କ ଫିଲ୍ମ 'ସର୍ଦ୍ଦାର କା ଗ୍ରାଣ୍ତସନ'

ଅର୍ଜୁନ କପୁର ଘୋଷଣା କରିଛନ୍ତି ଯେ, ତାଙ୍କର ଆଗାମୀ ଚଳଚ୍ଚିତ୍ର 'ସର୍ଦ୍ଦାର କା ଗ୍ରାଣ୍ତସନ' ଷ୍ଟ୍ରିମିଂ ପ୍ଲାଟଫର୍ମ ନେଟଫ୍ଲିକ୍ସରେ ରିଲିଜ ହେବ ।

ABOUT THE AUTHOR

...view details