ଓଡିଶା

odisha

ETV Bharat / bharat

TOP NEWS@11AM: ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର

ନଜର ପକାନ୍ତୁ NEWS@11AMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ...

ବର୍ତ୍ତମାନର ବଡ଼ ଖବର
ବର୍ତ୍ତମାନର ବଡ଼ ଖବର

By

Published : Jan 15, 2021, 11:08 AM IST

1.କର୍ଣ୍ଣାଟକରେ ମର୍ମନ୍ତୁଦ ଦୁର୍ଘଟଣା: 11 ମୃତ, 5 ଗୁରୁତର

କର୍ଣ୍ଣାଟକର ଧରୱାଡ ଜିଲ୍ଲା 4ନମ୍ବର ଜାତୀୟ ରାଜପଥରେ ମର୍ମନ୍ତୁଦ ଦୁର୍ଘଟଣା । ଦୁର୍ଘଟଣାରେ 11 ଜଣଙ୍କ ଅକାଳରେ ଚାଲିଗଲା ଜୀବନ ।

2.ଦିଲ୍ଲୀର ଦୁଇଟି ସ୍ଥାନରେ ଅଗ୍ନିକାଣ୍ଡ: 2 ମୃତ, 2 ଗୁରୁତର

ସକାଳୁ ସକାଳୁ ରାଜଧାନୀ ଦିଲ୍ଲୀରେ ଦୁଇ ପୃଥକ ପୃଥକ ସ୍ଥାନରେ ଲାଗିଲା ନିଆଁ । ରୋହିଣୀ ଅଞ୍ଚଳ ଆମାଜନ ଷ୍ଟୋରରେ ଅଗ୍ନିକାଣ୍ଡ ଘଟି ଦୁଇ ଜଣ ଗୁରୁତର ଆହତ । ସେପଟେ କିର୍ତ୍ତୀ ନଗର ସ୍ଥିତ ଏକ ଗୋଦାମରେ ଅଗ୍ନିକାଣ୍ଡ ଘଟି 2 ଜଣଙ୍କ ମୃତ୍ୟୁ ହୋଇଛି ।

3.ସ୍ଥଳ ସେନା ଦିବସ; ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ ଓ ଗୃହମନ୍ତ୍ରୀ

ଆଜି ହେଉଛି 73 ତମ ସେନା ଦିବସ । ଏହି ଅବସରରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଏବଂ ପ୍ରଧାନମନ୍ତ୍ରୀ,ଗୃହମନ୍ତ୍ରୀ ଓ ପ୍ରତିରକ୍ଷା ମନ୍ତ୍ରୀ ସେନାଙ୍କ ବିରତ୍ବ , ତ୍ୟାଗ ଓ ବଳିଦାନ ପାଇଁ କୃତଜ୍ଞତା ଜଣାଇଛନ୍ତି ।

4.ସାମାନ୍ୟ ବଚସାରୁ ପେଟ୍ରୋଲ ପମ୍ପରେ ବୋମାମାଡ

ସାମାନ୍ୟ ବଚସାରୁ ଖଣ୍ଡପଡ଼ା ଥାନା ସିଙ୍ଗାପଡ଼ା ପେଟ୍ରୋଲ ପମ୍ପରେ ପେଟ୍ରୋଲ ବୋମାମାଡ଼ । ନିଆଁ ଲାଗି ଜଳିଗଲା ପେଟ୍ରୋଲ ପମ୍ପର ମାପଓଜନ ମେସିନ ।

5.ସଶକ୍ତ ହେବ ସେନା; ନିର୍ମାଣ ହେଲା ଭାରତର ପ୍ରଥମ ସ୍ବଦେଶୀ ମେସିନ୍ ପିସ୍ତଲ

DRDO ଏବଂ ଭାରତୀୟ ସେନା ମିଳିତ ଭାବେ ଭାରତର ପ୍ରଥମ ସ୍ବଦେଶୀ 9 ଏମଏମ ମେସିନ୍ ପିସ୍ତଲ ପ୍ରସ୍ତୁତ କରିଛି। ପୁଣେରେ ଥିବା DRDO ର ଆର୍ମମେଣ୍ଟ ରିସର୍ଚ୍ଚ ଆଣ୍ଡ ଡେଭଲପମେଣ୍ଟ ଏଷ୍ଟାବ୍ଲିସମେଣ୍ଟ (ଆର୍ଡିଏ) ଏହି ଅସ୍ତ୍ରର ପରିକଳ୍ପନା ଏବଂ ବିକାଶ କରିଛି।

6.ଭୋରୁ ଭୋରୁ ରାଜଧାନୀରେ ଭୟାବହ ଅଗ୍ନିକାଣ୍ଡ, ଜଳିଗଲା କବାଡିଆ ଦୋକାନ

ରାଜଧାନୀରେ ଭୟାବହ ଅଗ୍ନିକାଣ୍ଡ । ଜଳିଗଲା କବାଡିଆ ଦୋକାନ । ଅଗ୍ନିକାଣ୍ଡରେ ଲକ୍ଷାଧିକ ଟଙ୍କାର ଜିନିଷ ଜଳିପୋଡି ପାଉଁଶ ହୋଇଯାଇଛି ।

7.ସର୍ଭିସ ବିଫୋର୍ ସେଲଫ୍: ଆଜି ଭାରତୀୟ ସ୍ଥଳସେନା ଦିବସ

ପ୍ରତିବର୍ଷ ଜାନୁୟାରୀ 15 ତାରିଖରେ ସ୍ଥଳସେନା ଦିବସ ପାଳନ କରାଯାଏ। ଏହି ଦିବସ ଭାରତୀୟ ଯବାନଙ୍କ ବିରତ୍ବକୁ ସମ୍ମାନ ଜଣାଇବାର ଏକ ଦିନ। ଯାହାର ଆଦର୍ଶ ହେଉଛି ସର୍ଭିସ ବିଫୋର୍ ସେଲଫ୍ ବା ନିଜ ପୂର୍ବରୁ ସେବା ।

8.ବ୍ରିଟେନରୁ ଦିଲ୍ଲୀ ଫେରିଲେ RTPCR ଟେଷ୍ଟ ବାଧ୍ୟତାମୂଳକ

ବ୍ରିଟେନରୁ ଦିଲ୍ଲୀକୁ ବିମାନ ଯୋଗେ ଆସୁଥିବା ଲୋକଙ୍କ ପାଇଁ ବାଧ୍ୟତାମୂଳକ ହେଲା RTPCR ପରୀକ୍ଷା । 31 ଜାନୁୟାରୀ ପର୍ଯ୍ୟନ୍ତ ଏହି କଟକଣା ଜାରି କରିଛନ୍ତି ଦିଲ୍ଲୀ ସରକାର

9.ସ୍ପିନର ନାଥନ ଲାୟନଙ୍କୁ ଗାର୍ଡ ଅଫ୍‌ ଅନର

ଅଷ୍ଟ୍ରେଲିଆ ଓ ଭାରତ ମଧ୍ୟରେ ଟେଷ୍ଟ ସିରିଜର ଅନ୍ତିମ ମ୍ୟାଚ ଖେଳାଯାଉଛି । ଏହି ମ୍ୟାଚରେ ଅଷ୍ଟ୍ରେଲିଆର ସ୍ପିନର ନାଥନ ଲାୟନ ଟେଷ୍ଟ କ୍ୟାରିୟରର 100ତମ ମ୍ୟାଚ ଖେଳୁଛନ୍ତି ।

10.ବ୍ରିସବେନ ଟେଷ୍ଟ: ଟସ୍‌ ଜତି କଙ୍ଗାରୁ ଦଳର ବ୍ୟାଟିଂ ଜାରି, ଡେବ୍ୟୁ କଲେ ନଟରାଜନ ଓ ସୁନ୍ଦର

ଆରମ୍ଭ ହୋଇଯାଇଛି ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ଅନ୍ତିମ ଟେଷ୍ଟ ମ୍ୟାଚ । ତେବେ ଆଜି ଅଷ୍ଟ୍ରେଲିଆର ଅଧିନାୟକ ଟିମ ପେନ୍‌ ଗାବା ଇଣ୍ଟରନ୍ୟାସନାଲ ଗ୍ରାଉଣ୍ଡରେ ଟସ୍‌ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଛନ୍ତି । ଲଞ୍ଚ ବ୍ରେକ ସୁଦ୍ଧା ଅଷ୍ଟ୍ରେଲିଆ ଦଳ 2 ଓ୍ବିକେଟ ହରାଇ 65ରନ୍‌ ସଂଗ୍ରହ କରିଛି ।

ABOUT THE AUTHOR

...view details