ଓଡିଶା

odisha

ETV Bharat / bharat

TOP NEWS@9PM: ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର

ନଜର ପକାନ୍ତୁ @9PM ସୁଦ୍ଧା କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ

TOP NEWS@9PM: ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର
TOP NEWS@9PM: ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର

By

Published : Jun 12, 2022, 9:08 PM IST

1. Ind vs SA 2nd T20: ବାରବାଟୀରେ ପ୍ରୋଟିଆଜ୍‌ଙ୍କୁ ୧୪୯ ରନ୍‌ ଟାର୍ଗେଟ ଦେଲା ଭାରତ

ଦ୍ବିତୀୟ ଟି୨୦ ମ୍ୟାଚ୍‌ରେ ଦକ୍ଷିଣ ଆଫ୍ରିକାକୁ ୧୪୯ ରନ୍‌ ଟାର୍ଗେଟ ଦେଇଛି ଭାରତ । ଟସ୍‌ ଜିତି ପ୍ରଥମେ ଭାରତୁ ବ୍ୟାଟିଂ ଆମନ୍ତ୍ରଣ ଦେଇଥିଲା ଦକ୍ଷିଣ ଆଫ୍ରିକା ।

2. Ind vs SA 2nd T20: ବାରବାଟୀରେ ବେଲ୍‌ ବଜାଇ ମ୍ୟାଚ୍‌ ଶୁଭାରମ୍ଭ କଲେ ନବୀନ

ବାରବାଟୀ ଷ୍ଟାଡିୟମରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯାଉଛି ଦ୍ବିତୀୟ ଟି୨୦ ମ୍ୟାଚ୍‌ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବେଲ୍‌ ବଜାଇ ମ୍ୟାଚର ଶୁଭାରମ୍ଭ କରିଛନ୍ତି ।

3. Presidential Polls: ଅନ୍ୟ ଦଳଙ୍କ ସହ ଆଲୋଚନା ପାଇଁ ନଡ୍ଡା ଓ ରାଜନାଥଙ୍କୁ ଦାୟିତ୍ବ

ରାଷ୍ଟ୍ରପତି ନିର୍ବାଚନ ନେଇ ପ୍ରକ୍ରିୟା ଆରମ୍ଭ କଲା ବିଜେପି । ଅନ୍ୟ ଦଳଙ୍କ ସହ ଆଲୋଚନା ନେଇ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଓ ଅଧ୍ୟକ୍ଷ ଜେ.ପି ନଡ୍ଡାଙ୍କୁ ଦାୟିତ୍ବ ଦେଲା ଦଳ ।

4. ଆତ୍ମନିର୍ଭର ଭାରତ ଅଭିଯାନରେ ୯୬ ଲଢୁଆ ବିମାନ ନିର୍ମାଣ କରିବ ବାୟୁସେନା

୧୧୪ ଲଢୁଆ ବିମାନ କ୍ରୟ ନିଷ୍ପତ୍ତିରେ ଆତ୍ମନିର୍ଭର ଭାରତ ଅଭିଯାନକୁ ଗୁରୁତ୍ବ । ଭାରତୀୟ କମ୍ପାନୀଙ୍କ ଦ୍ବାରା ନିର୍ମାଣ ହେବ ୯୬ଲଢୁଆ ବିମାନ । ଅବଶିଷ୍ଟ ୧୮ ବିମାନ ବିଦେଶୀ ନିର୍ମାତାଙ୍କ ଠାରୁ କ୍ରୟ କରିବ ଭାରତୀୟ ବାୟୁସେନା ।

5. VIRAL VIDEO: ଖୁସି ପାଇଁ ବିପଦ ସହ ଖେଳୁଛନ୍ତି ନାବାଳକ

ଖୁସି ପାଇଁ ବିପଦ ସହ ଖେଳ । ନଦୀ ପାଣିକୁ ଡେଉଁଛନ୍ତି କେତେକ ସ୍କୁଲ୍ ଛାତ୍ର । ଏ ହେଉଛି ଆସାମର ଚିତ୍ର ।

6. PUBG ଗେମରେ ହାରି ନାବାଳକଙ୍କ ଆତ୍ମହତ୍ୟା

ଆନ୍ଧ୍ରପ୍ରଦେଶର କ୍ରୀଷ୍ଣା ଜିଲ୍ଲା ଅନ୍ତର୍ଗତ ମଛଲିପାଟନମ୍‌ ଠାରେ PUBG ଗେମରେ ହାରିବାରୁ ଜଣେ ୧୬ ବର୍ଷ ନାବାଳକ ଆତ୍ମହତ୍ୟା କରିଛନ୍ତି ।

7. ସଡ଼କ ଦୁର୍ଘଟଣା: ୧୦୦ ଫୁଟ ଗଭୀର ଖାଇ ଭିତରକୁ ଖସିଲା କାର୍, ୪ ମୃତ

ବେରିନାଗ ଅଞ୍ଚଳରେ କାର୍ ଦୁର୍ଘଟଣାଗ୍ରସ୍ତ ହୋଇ ୧୦୦ ଫୁଟ ଗଭୀର ଖାଇ ଭିତରକୁ ଖସି ପଡ଼ିଛି । ଏହି ଘଟଣାରେ ୪ଜଣଙ୍କର ମୃତ୍ୟୁ ହୋଇଛି ।

8. ଅରୁଣାଚଳ ପ୍ରଦେଶରେ ଦୁଇ ଯବାନ ନିଖୋଜ, ସର୍ଚ୍ଚ ଅପରେସନ ଜାରି

ଗତ ସପ୍ତାହରୁ ଉର୍ଦ୍ଧ୍ବ ହେଲାଣି ଅରୁଣାଚଳ ପ୍ରଦେଶର ଅନଜାଓ ଜିଲ୍ଲାରେ କାର୍ଯ୍ୟରତ ଦୁଇ ଯବାନ ନିଖୋଜ । ସର୍ଚ୍ଚ ଅପରେସନ ଜାରି ରଖିଛି ସେନା । ଗତ ମାସ ୨୮ ତାରିଖରେ ଶେଷ ଥର ପାଇଁ ପୋଷ୍ଟ ସହ ହୋଇଥିଲା ଯୋଗାଯୋଗ ।

9. ନିଦ୍ରାହୀନତା ସମସ୍ୟା: ଆପଣାନ୍ତୁ ଏହି ସବୁ ଉପଚାର

ରାତିରେ ଭଲ ନିଦ ହେଉନଥିଲେ ଆପଣାନ୍ତୁ ଏହିସବୁ ଉପଚାର ।

10. ଶିଶୁପୁତ୍ର ନାଁର ଖୁଲାସା କଲେ କମେଡି କ୍ବିନ ଭାରତୀ ସିଂ

ଖୁଲାସା ହେଲା ଭାରତୀ ଓ ହର୍ଷଙ୍କ ଶିଶୁପୁତ୍ରର ନାଁ ।

ABOUT THE AUTHOR

...view details