ଓଡିଶା

odisha

ETV Bharat / bharat

TOP NEWS@9PM: ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର - ରାତି ୯ଟାର ବଡ ଖବର

ନଜର ପକାନ୍ତୁ @9PM ସୁଦ୍ଧା କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ

TOP NEWS@9PM: ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର
TOP NEWS@9PM: ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର

By

Published : Jun 10, 2022, 9:08 PM IST

1. IND vs SA T20: ମ୍ୟାଚ୍‌ ପାଇଁ ବରମୁଣ୍ଡାରୁ ବାରବାଟୀ ଗଡିବ ସ୍ଵତନ୍ତ୍ର ମୋ ବସ୍

ଭାରତ-ଦକ୍ଷିଣ ଆଫ୍ରିକା ଦ୍ଵିତୀୟ ଟି-20 ମ୍ୟାଚ୍ ପାଇଁ ଭୁବନେଶ୍ବରର ବରମୁଣ୍ଡାରୁ ବାରବାଟୀ ଷ୍ଟାଡିୟମକୁ ମୋ ବସ୍ ସେବା ଯୋଗାଇବ CRUT ।

2. IND vs SA T20: କଟକ ଆସିବେ BCCI ବସ୍‌ ସୌରଭ ଗାଙ୍ଗୁଲି

ଓଡିଶା ଆସୁଛନ୍ତି ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ(BCCI) ସଭାପତି ତଥା ଭାରତୀୟ କ୍ରିକେଟ ଟିମର ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲି ।

3. ସ୍ନାନ ପୂର୍ଣ୍ଣିମା: ମହାପ୍ରଭୁଙ୍କ ଗଜାନନ ବେଶ ପାଇଁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ

ଦେବସ୍ନାନ ପୂର୍ଣ୍ଣିମାରେ ଗଜାନନ ବେଶରେ ଦର୍ଶନ ଦେବେ ମହାପ୍ରଭୁ । ବେଶ ନିର୍ମାଣରେ ଲାଗିଛନ୍ତି ବେଶ କାରିଗର । ନିର୍ମାଣ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ।

4. ପାକିସ୍ତାନର ପୂର୍ବତନ ରାଷ୍ଟ୍ରପତି ପରଭେଜ୍‌ ମୁସାରଫ୍‌ଙ୍କ ସ୍ବାସ୍ଥ୍ୟବସ୍ଥା ସଂକଟାପନ୍ନ

ପାକିସ୍ତାନର ପୂର୍ବତନ ରାଷ୍ଟ୍ରପତି ପରଭେଜ୍‌ ମୁସାରଫ୍‌ଙ୍କ ମୃତ୍ୟୁ ନେଇ ପାକିସ୍ତାନ ଗଣମାଧ୍ୟମରେ ପ୍ରଚାର ହୋଇଥିଲା । ତେବେ ଏହା ଏକ ଗୁଜବ ଖବର ବୋଲି ମୁସାରଫ୍‌ଙ୍କ ପରିବାର ପକ୍ଷରୁ ସ୍ପଷ୍ଟ କରାଯାଇଛି ।

5. Karnataka Hijab Row: ହିଜାବ ଜିଦ ଛାଡି କ୍ଲାସ୍‌ରେ ଯୋଗଦେଲେ ଛାତ୍ରୀ

କର୍ଣ୍ଣାଟକରେ ହିଜାବ ପିନ୍ଧି କଲେଜ୍‌ ଆସିବାକୁ ଜିଦ୍‌ ଧରି ସସ୍ପେଣ୍ଡ ହୋଇଥିବା ଛାତ୍ରୀ ପୁନଃ କଲେଜ୍‌ ଆସିବା ଆରମ୍ଭ କରିଛନ୍ତି । ଗତ ବୁଧବାରଠାରୁ ୭ ଜଣ ଛାତ୍ରୀ ହିଜାବ ଜିଦ୍‌ ଛାଡ଼ି ପୁଣି କ୍ଲାସ୍‌ରେ ଯୋଗ ଦେଇଛନ୍ତି ।

6. ବାଂଲାଦେଶ ଡେପୁଟି ହାଇକମିଶନ ଅଫିସ ଆଗରେ ଗୁଳି ଚଲାଇଲେ ପୋଲିସ କର୍ମୀ, ଦୁଇ ମୃତ

ପୋଲିସ କର୍ମୀ ଅଚାନକ ବାଂଲାଦେଶ ଡେପୁଟି ହାଇକମିଶନ ଅଫିସ ସମ୍ମୁଖରେ ଗୁଳି ଚଳାଇବା ଆରମ୍ଭ କରି ଦେଇଥିଲେ । ଫଳରେ ଜଣେ ମହିଳା ବାଇକ ଆରୋହୀଙ୍କ ମୃତ୍ୟୁ ହୋଇଛି ।

7. BMCର ପ୍ରଥମ କାଉନସିଲ ବୈଠକ ଶେଷ

ଆଜି ବିଏମସିର ପ୍ରଥମ କାଉନସିଲ ବୈଠକ ଶେଷ ହୋଇଛି । ବୈଠକରେ ଡ୍ରେନେଜ ଉପରେ ଥିବା ଜବରଦଖଲ, ଜଳବନ୍ଦୀ ସମସ୍ୟା ଉପରେ ଆଲୋଚନା ହୋଇଛି ।

8. ବାଚସ୍ପତି ପଦରେ ଗଞ୍ଜାମ ନେତାଙ୍କ ଦବଦବା, ଜିଲ୍ଲାରୁ ପଞ୍ଚମ ବ୍ୟକ୍ତି ଭାବେ ବିକ୍ରମ ହେବେ ବାଚସ୍ପତି

ଓଡିଶାର ବାଚସ୍ପତି ପଦରେ ଗଞ୍ଜାମ ରାଜନେତାଙ୍କ ଦବଦବା ଦେଖିବାକୁ ମିଳୁଛି । ବିକ୍ରମ ଗଞ୍ଜାମ ଜିଲ୍ଲାର ପଞ୍ଚମ ନେତା ଯିଏ ବାଚସ୍ପତି ଦାୟିତ୍ୱ ସମ୍ଭାଳିବେ । ତାଙ୍କ ପୂର୍ବରୁ 4 ଜଣ ଗଞ୍ଜାମ ଜିଲ୍ଲାର ନେତା ବିଧାନସଭାର ଏହି ସର୍ବୋଚ୍ଚ ପଦରେ ଅଧିଷ୍ଠିତ ହୋଇଛନ୍ତି ।

9. ୩୬ତମ OPCC ସଭାପତି ଭାବେ ଦାୟିତ୍ବ ନେଲେ ଶରତ ପଟ୍ଟନାୟକ

ନବନିଯୁକ୍ତ ପିସିସି ସଭାପତି ଶରତ ପଟ୍ଟନାୟକ( Sarat Patnaik) ଆଜି କଂଗ୍ରେସ ଭବନରେ ଆନୁଷ୍ଠାନିକ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି । ପ୍ରଥମଥର ପାଇଁ ସେ ବିଦାୟୀ ସଭାପତି ନିରଞ୍ଜନ ପଟନାୟକଙ୍କ ଠାରୁ ଦାଇତ୍ୱ ଗ୍ରହଣ କରିଛନ୍ତି । ଦାୟିତ୍ୱ ଗ୍ରହଣ କରିବା ପରେ ଶରତ ପଟ୍ଟନାୟକ ହୋଇଛନ୍ତି ଓଡିଶା ପ୍ରଦେଶ କଂଗ୍ରେସ କମିଟିର ୩୬ତମ ସଭାପତି ।

10. Hpy B'day Tejasswi: ରୋମାଣ୍ଟିକ ଅନ୍ଦାଜରେ ତେଜସ୍ୱୀ ଓ କରନ

ଜଣାଶୁଣା ଟିଭି ଅଭିନେତ୍ରୀ ତଥା ବିଗବସ୍ ୧୫ ର ବିଜେତା ତେଜସ୍ୱୀ ପ୍ରକାଶ ଜୁନ୍ ୧୦ ରେ ତାଙ୍କର ୨୯ ତମ ଜନ୍ମଦିନ ପାଳନ କରୁଛନ୍ତି । ସୁଟିଂ ପାଇଁ ଅଭିନେତ୍ରୀ ବର୍ତ୍ତମାନ ଗୋଆରେ ଅଛନ୍ତି । ଏଠାରୁ ତେଜସ୍ୱୀ ଏବଂ ତାଙ୍କ ପ୍ରେମିକ କରଣ କୁନ୍ଦ୍ରାଙ୍କର ଅନେକ ଫଟୋ ଏବଂ ମଜାଦାର ଭିଡିଓ ସାମ୍ନାକୁ ଆସିଛି ।

ABOUT THE AUTHOR

...view details