ଓଡିଶା

odisha

ETV Bharat / bharat

TOP NEWS@9PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର - ରାତି ୯ଟାର ବଡ଼ ଖବର

ନଜର ପକାନ୍ତୁ NEWS@9PMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ

TOP NEWS@9PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର
TOP NEWS@9PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର

By

Published : May 22, 2022, 9:01 PM IST

1. ଅନୁଭବଙ୍କ ନାଁରେ ପତ୍ନୀ ବର୍ଷାଙ୍କ ଏତଲା

ଅନୁଭବଙ୍କ ନାଁରେ ପୁରୀଘାଟ ଥାନାରେ ଏତଲା । ଏତଲା ଦେଲେ ପତ୍ନୀ ବର୍ଷା ପ୍ରିୟଦର୍ଶିନୀ ।

2. ତଥାଗତ ସତପଥୀଙ୍କ ବିସ୍ଫୋରକ ବୟାନ, କହିଲେ ମୁଁ BJDରେ ନାହିଁ

ଢେଙ୍କାନାଳ ବୈଶାଖୀ ମହୋତ୍ସବରେ ଯୋଗଦେଇ ବିସ୍ଫୋରକ ବୟାନ ଦେଲେ ପୂର୍ବତନ ସାଂସଦ ତଥାଗତ ସତପଥୀ ।

3. କନକପୁର ଗ୍ରାମରେ ବାଣ ବିସ୍ଫୋରଣ, ୪ ଗୁରୁତର

ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ଥାନା ଅନ୍ତର୍ଗତ କନକପୁର ଗ୍ରାମରେ ବାଣ ବିସ୍ଫୋରଣ ।

4. ଶ୍ରୀକ୍ଷେତ୍ରରେ ୨ୟ ସାଲବେଗ, ଭକ୍ତଙ୍କ ଗହଣରେ ରଥଯାତ୍ରା ଲାଗି ମହାପ୍ରଭୁଙ୍କୁ କଲେ ଗୁହାରି

ଶ୍ରୀକ୍ଷେତ୍ରରେ ପହଞ୍ଚିଲେ ୨ୟ ସାଲବେଗ ଅଫତାବ ହୁସେନ । ଭକ୍ତଙ୍କ ଗହଣରେ ରଥଯାତ୍ରା ଲାଗି ମହାପ୍ରଭୁଙ୍କୁ କଲେ ଗୁହାରି କରିଛନ୍ତି । ୨୦୧୯ରେ ସୁପ୍ରିମକୋର୍ଟ ରଥଯାତ୍ରା ବନ୍ଦ ପାଇଁ ନିଷ୍ପତ୍ତି ନେବା ପରେ ସେ ମୁସଲିମ ଧର୍ମାବଲମ୍ବୀ ହୋଇ ପିଟିସନ ଦାଖଲ କରି ଚର୍ଚ୍ଚାକୁ ଆସିଥିଲେ ।

5. Ramban tunnel collapse: ତଦନ୍ତ ପାଇଁ 3 ଜଣିଆ ଟିମ ଗଠନ କଲା କେନ୍ଦ୍ର

ଜମ୍ମୁ-କାଶ୍ମୀରର ରାମବନ ଜିଲ୍ଲାରେ ନିର୍ମାଣଧୀନ ଟନେଲ ଭୁଶୁଡିବା ଘଟଣାରେ ତଦନ୍ତ ପାଇଁ ଗଠନ ହେଲା 3 ଜଣିଆ ଟିମ । ଗୁରୁବାର ରାତିରେ ଘଟିଥିଲା ଘଟଣା ।

6. ଉଦ୍ଧାର ହେଲା ବୋରଓ୍ବେଲରେ ଖସି ପଡିଥିବା ଶିଶୁ: ହସ୍ପିଟାଲରେ ମୃତ

3ଶହ ଫୁଟ ଗଭୀର ବୋରଓ୍ବେଲରୁ ଉଦ୍ଧାର ହେଲା ଶିଶୁ । ହସ୍ପିଟାଲରେ ଭର୍ତ୍ତି ପରେ ମୃତ ଘୋଷଣା କଲେ ଡାକ୍ତର । ଅବସ୍ଥା ସଙ୍କଟାପନ୍ନ ଥିବା ଯୋଗୁଁ ଭେଣ୍ଟିଲେଟରରେ ରଖାଯାଇଥିଲା ।

7. ସନ୍ଦେହଜନକ ଭାବେ କାର ସହ ଜଳିଗଲେ ଦମ୍ପତି: କାରଣ ଅସ୍ପଷ୍ଟ

କର୍ଣ୍ଣାଟକରେ ଅଭାବନୀୟ ଘଟଣା । ସନ୍ଦେହଜନକ ଭାବେ କାର ସହ ଜଳିଗଲେ ଦମ୍ପତି । ଗତ 3 ଦିନ ଧରି ଥିଲେ ନିଖୋଜ । ଆତ୍ମହତ୍ୟା ନା ହତ୍ୟା କିଛି କାରଣ ଅସ୍ପଷ୍ଟ । ତଦନ୍ତ ଆରମ୍ଭ କଲା ପୋଲିସ ।

8. ପଞ୍ଜାବ ମୁଖ୍ୟମନ୍ତ୍ରୀଙ୍କ ସାଇକେଲ ରାଲି: ଯୁବପିଢିଙ୍କୁ ଦେଲେ ନିଶା ବର୍ଜନ ଆହ୍ବାନ

ସାଇକେଲ ରାଲିରେ ଅଂଶଗ୍ରହଣ କଲେ ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନ । ଶତାଧିକ ଯୁବକଙ୍କ ସମେତ ମୁଖ୍ୟମନ୍ତ୍ରୀଙ୍କ ସହ ସାମିଲ ହେଲେ ମନ୍ତ୍ରୀ, ବିଧାୟକ ଓ ପୋଲିସ । ନିଶା ଛାଡିବା ପାଇଁ ଯୁବପିଢିଙ୍କୁ ଦେଲେ ଆହ୍ବାନ ।

9. Humane Sagar Controversy: ଅଭିଯୋଗ ପରେ ଜଗା ଭଜନ ଗାଇଲେ ହ୍ୟୁମାନ

କାଳିଆ ଗୀତ ଗାଇଲେ ବିବାଦରେ ଫସିଥିବା ଲୋକପ୍ରିୟ କଣ୍ଠଶିଳ୍ପୀ ହ୍ୟୁମାନ ସାଗର । ଆଉ ଅଭିଯୋଗକାରୀ ଜାପାନୀଙ୍କୁ ଦେଲେ କଡ଼ା ଜବାବ ।

10. IPL 2022: ଟସ୍‌ ଜିତିଲେ ଭୁବନେଶ୍ବର, ପଞ୍ଜାବକୁ ବ୍ୟାଟିଂ ଆମନ୍ତ୍ରଣ

ପଞ୍ଜାବ କିଙ୍ଗ୍ସ ବିପକ୍ଷରେ ଟସ୍‌ ଜିତି ହାଇଦ୍ରାବାଦ କ୍ୟାପଟେନ ଭୁବନେଶ୍ବର କୁମାର ପ୍ରଥମେ ବ୍ୟାଟିଂ ନିଷ୍ପତି ନେଇଛନ୍ତି ।

ABOUT THE AUTHOR

...view details