ଓଡିଶା

odisha

ETV Bharat / bharat

TOP NEWS@9PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର

ନଜର ପକାନ୍ତୁ NEWS@9PMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ

TOP NEWS@9PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର
TOP NEWS@9PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର

By

Published : May 17, 2022, 9:08 PM IST

1. Emar Mutt: ଭଗ୍ନ ସିଂହମୂର୍ତ୍ତି ଉଦ୍ଧାର ଘଟଣା, ସ୍ଥିତି ଅନୁଧ୍ୟାନ କଲା ASI

ପୁରୀ ଏମାର ମଠରୁ ପ୍ରାଚୀନ ସିଂହମୂର୍ତ୍ତି ଉଦ୍ଧାର ପ୍ରସଙ୍ଗ । ଗଣମାଧ୍ୟମରେ ବାରମ୍ବାର ଖବର ପ୍ରସାରଣ ପରେ ଆଜି ଘଟଣା ସ୍ଥଳକୁ ଯାଇ ସ୍ଥିତି ଅନୁଧ୍ୟାନ ସହ ଉଦ୍ଧାର ମୂର୍ତ୍ତି ଯାଞ୍ଚ କରିଛି ଏଏସଆଇର ସ୍ବତନ୍ତ୍ର ଟିମ ।

2. ବାରବାଟୀରେ ଅଗ୍ନି ନିରାପତ୍ତା ଢିଲା ପ୍ରସଙ୍ଗ: OHRCଙ୍କ ନୋଟିସ ମିଳିନି କହିଲା OCA

ବାରବାଟୀ ଷ୍ଟାଡିୟମରେ ଫାୟାର ସେଫ୍ଟି ସାର୍ଟିଫିକେଟ ନଥିବା ନେଇ OHRCଙ୍କ ପକ୍ଷରୁ କୌଣସି ନୋଟିସ ହସ୍ତଗତ ହୋଇନଥିବା କହିଲେ ଓସିଏ ସମ୍ପାଦକ ସଞ୍ଜୟ ବେହେରା ।

3. ସାନ ସିନା ଦାନ ତା ମହାନ ! ମୃତ୍ୟୁ ପରେ ଦୁଇ ଜଣଙ୍କୁ ନୂଆ ଜୀବନ ଦେଲେ 14 ବର୍ଷୀୟା ନାବାଳିକା

କଟକ ବଡ଼ ମେଡିକାଲ ଏସସିବିକୁ ପୁଣି ସଫଳତା ମିଳିଛି । କୋଭିଡ଼ ପରେ ଏକ ବିରଳ କିଡ଼ନୀ ପ୍ରତିରୋପଣ କରିବାରେ ସଫଳ ହୋଇଛି ଏଠାକାର ଡାକ୍ତରୀ ଟିମ ।

4. ବ୍ରଜରାଜନଗରରେ ବିଜେପି ଭଲ ପ୍ରଦର୍ଶନ କରିବ: ବିଜେପି ବିଧାୟକ

ବ୍ରଜରାଜନଗର ଉପନିର୍ବାଚନ ପାଇଁ ବିଜେପି ପକ୍ଷରୁ ପ୍ରସ୍ତୁତି ଜାରି ରହିଛି । ଷ୍ଟାର ପ୍ରଚାର ତାଲିକା ଘୋଷଣା ହୋଇସାରିଛି । ଦଳର ନିର୍ଦ୍ଦେଶ ମାନି କାମ କରିବାକୁ ପଡିବ । ବ୍ରଜରାଜନଗରରେ ବିଗତ ଦିନରେ ବିଜେପିର ଥିଲା । ଗତଥର ଭଲ ଭୋଟ ଆମେ ପାଇଥିଲୁ, ଏଥର ମଧ୍ୟ ଭଲ ପ୍ରଦର୍ଶନ କରିବୁ ବୋଲି କହିଛନ୍ତି ବିଜେପି ବିଧାୟକ ଭବାନୀ ଶଙ୍କର ଭୋଇ ।

5. ରାଜସ୍ଥାନର RDX ବିସ୍ଫୋରଣ ପୂର୍ବରୁ ଜଣଙ୍କୁ ଗିରଫ କଲା ATS

ରାଜସ୍ଥାନର RDX ବିସ୍ଫୋରଣ ପୂର୍ବରୁ ଜଣେ ଅଭିଯୁକ୍ତକୁ ଗିରଫ କରାଯାଇଛି । ପୂର୍ବରୁ ମଧ୍ୟ ଗିରଫ ହୋଇସାରିଛନ୍ତି 4 ଅଭିଯୁକ୍ତ । ଜବତ ହୋଇଥିଲା 12 କିଲୋ ବିସ୍ଫୋରକ ସାମଗ୍ରୀ । ଜାରି ରହିଛି ଅଧିକ ତଦନ୍ତ ।

6. 1993 Mumbai blast case: ଆତଙ୍କବାଦୀ ଦାଉଦ ଇବ୍ରାହିମର 4 ସହଯୋଗୀ ଗିରଫ

1993 ମୁମ୍ବାଇ ବିସ୍ଫୋରଣ ମାମଲାରେ ଗୁଜୁରାଟ ATSକୁ ବଡ ସଫଳତା । ଅହମ୍ମଦାବାଦରୁ ଗିରଫ ହେଲେ ପଳାତକ ଆତଙ୍କବାଦୀ ଦାଉଦ ଇବ୍ରାହିମର 4 ସହଯୋଗୀ ।

7. ସମ୍ବଲପୁର ବିଶ୍ୱବିଦ୍ୟାଳୟ କୁଳପତିଙ୍କ ନାଁରେ ଏତଲା

ସମ୍ବଲପୁର ବିଶ୍ବ ବିଦ୍ୟାଳୟର କୂଳପତିଙ୍କ ନାଁରେ ଏତଲା । ସମ୍ବଲପୁର ଧନୁପାଲି ଥାନାରେ ଲଜପତ ରାୟ ଆଇନ ମହାବିଦ୍ୟାଳୟର ଆଲୁମନି ଆସୋସିଏସନ ପକ୍ଷରୁ ଏହି ଏତଲା ଦିଆଯାଇଛି ।

8. ବିସ୍ମୟ ବାଳିକା ଦିବ୍ୟାନ୍ସି: ବୟସ ମାତ୍ର 2ବର୍ଷ, ଇଣ୍ଡିଆ ବୁକ ଅଫ ରେକର୍ଡ୍ସରେ ପାଇଲେ ସ୍ଥାନ

ବିସ୍ମୟ ବାଳିକା ଦିବ୍ୟାନ୍ସି । ମାତ୍ର ଦୁଇବର୍ଷ ବୟସରେ ନିଜର ପ୍ରତିଭା ବିକଶିତ କରି ପାଇପାରିଛନ୍ତି ସଫଳତା । ସମ୍ପୂର୍ଣ୍ଣ ପାଟି ଖୋଲି ନଥିବା ଦିବ୍ୟାନ୍ସି ଇଣ୍ଡିଆ ବୁକ ଅଫ ରେକର୍ଡର ଅଧିକାରୀ ହୋଇପାରିଛନ୍ତି । ଯାହାକୁ ନେଇ ପରିବାର ଲୋକଙ୍କ ଠାରୁ ଆରମ୍ଭ କରି ଗ୍ରାମବାସୀ ସମସ୍ତେ ତାଙ୍କୁ ନେଇ ଗର୍ବ ଅନୁଭବ କରିଛନ୍ତି । ଦେଖନ୍ତୁ ଏହି ରିପୋର୍ଟ

9. National Women Hockey Championship: କର୍ଣ୍ଣାଟକକୁ ହରାଇ ପ୍ରଥମ ଥର ଓଡିଶା ଚାମ୍ପିୟାନ

ସିନିୟର ମହିଳା ଓଡିଶା ହକି ଟିମ୍ ରଚିଲା ଇତିହାସ । ଜାତୀୟ ହକି ଚାମ୍ପିୟନସିପରେ କର୍ଣ୍ଣାଟକକୁ ୨-୦ ଗୋଲ୍‌ରେ ହରାଇ ଓଡ଼ିଶା ପ୍ରଥମ ଥର ପାଇଁ ସ୍ବର୍ଣ୍ଣ ଜିତିଛି ।

10. IPL 2022: ହାଇଦ୍ରାବାଦ ବିପକ୍ଷରେ ଟସ୍ ଜିତି ମୁମ୍ବାଇର ବୋଲିଂ ନିଷ୍ପତ୍ତି

ଚଳିତ ଇଣ୍ଡିଆନ ପ୍ରିମିୟର ଲିଗ(IPL 2022) 65ତମ ମ୍ୟାଚ ମୁମ୍ବାଇ ଇଣ୍ଡିଆନ୍ସ ଏବଂ ସନ ରାଇଜର୍ସ ହାଇଦ୍ରାବାଦ ମଧ୍ୟରେ ଖେଳାଯାଉଛି । ଟସ୍ ଜିତି ମୁମ୍ବାଇର ବୋଲିଂ ନିଷ୍ପତ୍ତି ।

ABOUT THE AUTHOR

...view details