ଓଡିଶା

odisha

ETV Bharat / bharat

TOP NEWS@9PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର

ନଜର ପକାନ୍ତୁ NEWS@9PMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ

TOP NEWS@9PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର
TOP NEWS@9PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର

By

Published : May 9, 2022, 9:08 PM IST

୧. Cyclone Asani Update: ଘଣ୍ଟାପ୍ରତି ବାତ୍ୟାର ବେଗ ୧୬ କିଲୋମିଟର

ସମୁଦ୍ର ଭିତରେ ଅଶାନ୍ତ ହେଉଛି ବାତ୍ୟା ଅସାନି । ବାତ୍ୟା ଅସାନି ଘଣ୍ଟାପ୍ରତି ୧୬ କିଲୋମିଟର ବେଗରେ ଗତି କରୁଛି । ଆସନ୍ତା ୨୪ ଘଣ୍ଟାରେ ଦୁର୍ବଳ ହୋଇ ଭୀଷଣ ବାତ୍ୟାରୁ ବାତ୍ୟାର ରୂପ ନେବ ବୋଲି କହିଛନ୍ତି ସ୍ବତନ୍ତ୍ର ରିଲିଫ୍‌ କମିଶନର ପ୍ରଦୀପ କୁମାର ଜେନା ।

୨. Brajarajnagar ByPoll: ବସିଲା ସର୍ବଦଳୀୟ ବୈଠକ, ଅଧ୍ୟକ୍ଷତା କଲେ ସୁଶୀଲ ଲୋହାନୀ

ବ୍ରଜରାଜନଗର ଉପନିର୍ବାଚନ ପାଇଁ ଆଜି(ସୋମବାର) ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ଅଧ୍ୟକ୍ଷତାରେ ବସିଲା ସର୍ବଦଳୀୟ ବୈଠକ ।

୩. Rath yatra 2022: ରଥଖଳା ହାଲଚାଲ, ସରିଲା 3 ରଥର 35ଟି ତୁମ୍ବ ବୋଳା କାର୍ଯ୍ୟ

ଆସନ୍ତା ଜୁଲାଇ 1 (ଶୁକ୍ରବାର) ବିଶ୍ବନିୟନ୍ତା ମହାପ୍ରଭୁ ଜଗନ୍ନାଥଙ୍କ ହେବ ବିଶ୍ବ ପ୍ରସିଦ୍ଧ ଘୋଷଯାତ୍ରା।

୪. Drink From Tap Project: ଜାତୀୟ ସ୍ତରରେ ମଡେଲ ଭାବେ ଗ୍ରହଣ କଲେ କେନ୍ଦ୍ର ସରକାର

ଓଡ଼ିଶାର ସହରାଞ୍ଚଳ ପାଇଁ ଆରମ୍ଭ ହୋଇଥିବା ୨୪ ଘଣ୍ଟିଆ Drink From Tap ପାନୀୟ ଜଳ ଯୋଗାଣ ବ୍ୟବସ୍ଥା ଜାତୀୟ ସ୍ତରରେ ଏକ ମଡେଲ ହୋଇପାରିଛି । ପାଇପରୁ ୨୪ଘଣ୍ଟା ବିଶୁଦ୍ଧ ଜଳ ଯୋଗାଣ ବ୍ୟବସ୍ଥା କାର୍ଯ୍ୟକାରୀ କରିବା କ୍ଷେତ୍ରରେ ଓଡ଼ିଶା ଦେଶରେ ପ୍ରଥମ ରାଜ୍ୟ ।

୫. ବାତ୍ୟା ଅସାନୀ ନେଇ ପୂର୍ବତଟ ରେଳପଥ ପ୍ରସ୍ତୁତ

ପୂର୍ବତଟ ରେଳପଥ ବାତ୍ୟା ଅସାନୀରେ ପ୍ରବଳ ବର୍ଷା ପ୍ରତି ସତର୍କ ରହିବା ସହ ଉପଯୁକ୍ତ ନିରାପତ୍ତା ମୂଳକ ସାବଧାନତା ଗ୍ରହଣ କରିଛି। ରେଲୱେ ପୋଲ, ଟ୍ରାକ, ୟାର୍ଡ ଓ ସିଗନାଲିଂ ପଦ୍ଧତି ଗୁଡ଼ିକ ଉପରେ ତୀକ୍ଷ୍ଣ ନଜର ରଖାଯାଇଛି । ରେଳ କର୍ମଚାରୀଙ୍କ ଦ୍ୱାରା ରେଳ ଟ୍ରାକ ରକ୍ଷଣାବେକ୍ଷଣର ପ୍ରହରା ବ୍ୟବସ୍ଥା କରାଯାଇଛି ।

୬. ଇଚ୍ଛାମୃତ୍ୟୁ ନିବେଦନ: ରାଷ୍ଟ୍ରପତିଙ୍କୁ ଗୁହାରି କଲେ ନିଖୋଜ ପିହୁଙ୍କ ମା

ଇଚ୍ଛାମୃତ୍ୟୁ ପାଇଁ ରାଷ୍ଟ୍ରପତିଙ୍କୁ ଜିଲ୍ଲାପାଳଙ୍କ ମାଧ୍ୟମରେ ଦାବିପତ୍ର ପ୍ରଦାନ କଲେ ପିହୁର ମାଆ ମୋନାଲିସା ନାୟକ । ଇଚ୍ଛାମୃତ୍ୟୁ ପାଇଁ ରାଷ୍ଟ୍ରପତିଙ୍କ ଅନୁମତି ମାଗିଲେ ମୋନାଲିସା ।

୭. ଆସାମରେ ଶାହ: ଭାରତ-ବାଲାଂଦେଶ ଅନ୍ତର୍ଜାତୀୟ ସୀମାରେ ସୁରକ୍ଷା ସମୀକ୍ଷା

ଦୁଇ ଦିନିଆ ଆସାମ ଗସ୍ତରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ । ଭାରତ- ବାଂଲାଦେଶ ସୀମାରେ ପରଖିଲେ ସୁରକ୍ଷା ବ୍ୟବସ୍ଥା । ସାଙ୍ଗରେ ଥିଲେ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବଶର୍ମା ।

୮. Gyanvapi mosque row: ଆସନ୍ତାକାଲି ମଧ୍ୟ ଜାରି ରହିବ ଶୁଣାଣି

ଜ୍ଞାନବ୍ୟାପୀ ମସଜିଦ-ଶୃଙ୍ଗାର ଗୌରୀ ମନ୍ଦିର ବିବାଦରେ ଆସନ୍ତାକାଲି ପୁଣି ହେବ ଶୁଣାଣି । ଆଜି ଶୁଣାଣି ପରେ ଆସନ୍ତାକାଲିକୁ ସ୍ଥଗିତ ।

୯. ବ୍ରଜରାଜନଗରରୁ ବିଜେପି ଜିତିବ : ବିଧାୟିକା କୁସୁମ ଟେଟେ

ବ୍ରଜରାଜନଗର ଉପନିର୍ବାଚନ ନେଇ ରାଜନୈତିକ ଉଷ୍ମତା ବଢିବାରେ ଲାଗିଛି । ଏପଟେ ଉପନିର୍ବାଚନ ନେଇ ସୁନ୍ଦରଗଡ ବିଜେପି ବିଧାୟିକା କୁସୁମ ଟେଟେ ପ୍ରତିକ୍ରିୟା ଦେଇ କହିଛନ୍ତି, ବ୍ରଜରାଜନଗରରେ କାଣ୍ଟେ କି ଟକ୍କର ହେବ ।

୧୦. କଏଦୀ କରିବେ ମାଛ ଚାଷ, ଝାରପଡା ଜେଲରେ ଉତ୍ପାଦ ହେବ ମାଛ

ଝାରପଡା ଜେଲରେ କଏଦୀ କରିବେ ମାଛ ଚାଷ । ଉତ୍ପାଦ ପରେ ରେସ୍ତୋରାଁ ଗୁଡିକୁ ଖୁବଶୀଘ୍ର ମାଛ ଯୋଗାଇବ ଝାରପଡା ଜେଲ ।

ABOUT THE AUTHOR

...view details