ଓଡିଶା

odisha

ETV Bharat / bharat

TOP NEWS@9PM: ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର - ବର୍ତ୍ତମାନର ବଡ଼ ଖବର

ନଜର ପକାନ୍ତୁ NEWS@9PMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ

TOP NEWS@9PM: ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର
TOP NEWS@9PM: ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର

By

Published : Apr 5, 2022, 9:01 PM IST

1. Fake Disability Certificate: BJBରେ ଏଣ୍ଟ୍ରି ମାରିଛନ୍ତି 8 ଛାତ୍ରଛାତ୍ରୀ, ବିରୋଧରେ ମାମଲା

ଶିକ୍ଷା ମନ୍ଦିରରେ ପିଲାଙ୍କ ଭବିଷ୍ୟତ ସହିତ ଖେଳ । ସାମାନ୍ୟ ଅବହେଳା ପାଇଁ ଉଚ୍ଚଶିକ୍ଷାରୁ ବଞ୍ଚିତ ଯୋଗ୍ୟ ପିଲା । ଭଦ୍ରକ ପରେ ଏବେ ରାଜଧାନୀରେ ଜାଲ ଦିବ୍ୟାଙ୍ଗ ସାର୍ଟିଫିକେଟ୍‌ରେ ନାମଲେଖା । 8 ଜଣ ଛାତ୍ରଛାତ୍ରୀଙ୍କ ବିରୋଧରେ ବିଜେବି କଲେଜ ପକ୍ଷରୁ ଥାନାରେ ମାମଲା ରୁଜୁ କରାଯାଇଛି ।

2. 24ରେ କାଶ୍ମୀର ଯିବେ ପ୍ରଧାନମନ୍ତ୍ରୀ !

24ରେ କାଶ୍ମୀର ଯିବେ ପ୍ରଧାନମନ୍ତ୍ରୀ ! ବିଜେପି ପକ୍ଷରୁ ମିଳିଛି ସୂଚନା । ସରକାରୀ ଭାବେ କରାଯାଇନି ସ୍ପଷ୍ଟ । ଧାରା 370 ଉଚ୍ଛେଦ ପରେ ଏହା ପ୍ରଧାନମନ୍ତ୍ରୀଙ୍କ ପ୍ରଥମ କାଶ୍ମୀର ଗସ୍ତ ।

3. ଧାମନଗର NACରେ ପୁନଃମତଦାନ ଶେଷ, ୧୪୪ ଧାରା ଜାରି

ଭଦ୍ରକ ଜିଲ୍ଲା ଅନ୍ତର୍ଗତ ଧାମନଗର ବିଜ୍ଞାପିତ ଅଞ୍ଚଳ ପରିଷଦରେ ପୁନଃ ମତଦାନ ଶେଷ ହୋଇଛି । ସୁରକ୍ଷାକୁ ଦୃଷ୍ଟିରେ ରଖି ଧାମନଗର ବିଜ୍ଞାପିତ ଅଞ୍ଚଳ ପରିଷଦରେ ୧୪୪ ଧାରା ଜାରି କରାଯାଇଛି ।

4. Freebies Service: ମାଗଣା ଯୋଜନା ସଙ୍କଟ ଆଣିବା ପ୍ରସଙ୍ଗ, ପ୍ରତିକ୍ରିୟା ରଖିଲେ କଂଗ୍ରେସ ନେତା

ସଚିବମାନେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ଆଲୋଚନା କରି ଦେଶରେ ବିଭିନ୍ନ ମାଗଣା ସେବାକୁ ବନ୍ଦ କରାଯାଉ ବୋଲି ମତ ଦେବା ପରେ ପ୍ରତିକ୍ରିୟା ରଖିଲେ ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ ଅର୍ଥମନ୍ତ୍ରୀ ପଞ୍ଚାନନ କାନୁନଗୋ ।

5. Manash Swain Murder Mystery: ୧୭ ଜଣଙ୍କ ବୟାନ ରେକର୍ଡ କରିଛି କ୍ରାଇମବ୍ରାଞ୍ଚ !

ବହୁଚର୍ଚ୍ଚିତ ମାନସ ସ୍ବାଇଁ ହତ୍ୟାକାଣ୍ଡର ସେହି ଚର୍ଚ୍ଚିତ ମେମୋରୀ ଚିପ ଏବେ ଏକ ପ୍ରହେଳିକା ପାଲଟିଛି । ଚିପଟିକୁ ହତ୍ୟାକାଣ୍ଡର ଗୁରୁତ୍ବପୂର୍ଣ୍ଣ ପ୍ରମାଣ ଭାବେ ବିବେଚନା କରାଯାଉଥିବା ବେଳେ ତାହା ନଷ୍ଟ ହୋଇଯାଇଥିବା ନେଇ ପରୋକ୍ଷ ସୂଚନା ଦେଇଛି କ୍ରାଇମବ୍ରାଞ୍ଚ ।

6. Interesting Story: ଗଫୋର ଓ ନେଉଳ ମଧ୍ୟରେ ନଛୋଡବନ୍ଧା ବନ୍ଧୁତା, ପଢନ୍ତୁ କେମିତି ହେଲା ଦୋସ୍ତି
ସାଧାରଣତଃ ନେଉଳ ମନୁଷ୍ୟଙ୍କଠୁ ଦୂରେଇ ରହିଥାଏ । ହେଲେ ଏଠାରେ ଗଫୋରଙ୍କ ନେଉଳ ତାଙ୍କୁ କ୍ଷଣେ ଛାଡେ ନାହିଁ । ତାଙ୍କ ସହ ଦୋକାନକୁ ଯିବା ସହିତ ପଡୋଶୀ ପିଲାଙ୍କ ସହିତ ଖେଳିଥାଏ ।

7. ପ୍ରେମ ସୌହାର୍ଦ୍ଦ୍ୟର ବାର୍ତ୍ତା ଦେଉଛନ୍ତି ବିହାରର ମୁସଲିମ ସମ୍ପ୍ରଦାୟ, ରାମ ନବମୀ ପାଇଁ ପ୍ରସ୍ତୁତ କରୁଛନ୍ତି ପତାକା

ଭକ୍ତି, ପ୍ରେମ ଏବଂ ସମର୍ଥନର ଭିନ୍ନ ଏକ ବାର୍ତ୍ତା ଦେଉଛି ବିହାରର ଗୟା ଅଞ୍ଚଳ । ଏଠାରେ ରାମ ନବମୀ ପାଇଁ ପତାକା ପ୍ରସ୍ତୁତିରେ ଲାଗି ପଡିଛନ୍ତି ମୁସଲିମ ସମ୍ପ୍ରଦାୟର ଲୋକେ ।

୮. ଭାରତ ବିରୋଧୀ ଖବର ପ୍ରସାରଣ, ଅଚଳ ହେଲା 22 YouTube channels

ବିଭିନ୍ନ ଜାତୀୟ ସୁରକ୍ଷା ପ୍ରସଙ୍ଗରେ ବିଭ୍ରାନ୍ତିକର ଓ ଦେଶ ବିରୋଧୀ ଖବର ପ୍ରସାରଣ ଅଭିଯୋଗରେ 22 ୟୁଟ୍ୟୁବ ଚ୍ୟାନେଲ ଉପରେ ନିଷେଧାଦେଶ ଜାରି କରିଛନ୍ତି କେନ୍ଦ୍ର ସରକାର । ସେମାନଙ୍କ ମଧ୍ୟରୁ କିଛି ପାକିସ୍ତାନରୁ ଅପରେଟ ହେଉଥିବା ମଧ୍ୟ ସୂଚନା ।

୯. ପିଛା ଛାଡୁନି ବିବାଦ, ପୁଣି ଏକ ମାମଲାରେ ବମ୍ବେ ହାଇକୋର୍ଟର ଦ୍ବାରସ୍ଥ ହେଲେ ସଲମାନ

ସାମ୍ବାଦିକଙ୍କ ସହ ଅସଦାଚରଣ ଏବଂ ତାଙ୍କ ଫୋନ୍ ଛଡ଼ାଇବା ମାମଲାରେ ଅଭିନେତା ସଲମାନ ଖାନଙ୍କ ମୁସ୍କିଲ ଆଉ ଟିକେ ବଢିଯାଇଥିବା ମନେ ହେଉଛି । ବର୍ତ୍ତମାନ ଅଭିନେତା ବମ୍ବେ ହାଇକୋର୍ଟ ନିକଟରେ ପହଞ୍ଚିଛନ୍ତି ।

୧୦. IPL 2022: ରାଜସ୍ଥାନ ବିପକ୍ଷରେ ଟସ୍‌ ଜିତିଲା ବାଙ୍ଗାଲୋର

ଟସ୍‌ ଜିତି RCB କ୍ୟାପଟେନ ଫାଫ ଡୁ ପ୍ଲେସିସ୍‌ ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଛନ୍ତି । ଫଳରେ ପ୍ରଥମେ ବ୍ୟାଟିଂ କରିବ ରାଜସ୍ଥାନ ।

ABOUT THE AUTHOR

...view details