ଓଡିଶା

odisha

TOP NEWS@9PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର

By

Published : Mar 10, 2022, 9:05 PM IST

ନଜର ପକାନ୍ତୁ NEWS@9PMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ

TOP NEWS@9PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର
TOP NEWS@9PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର

1-36 ବର୍ଷର ରେକର୍ଡ ଭାଙ୍ଗିଲେ CM ଯୋଗୀ, ନିର୍ବାଚନ ପୂର୍ବରୁ ଦେଇଥିଲେ ଫେରିବାର ପ୍ରତିଶୃତି

ନିର୍ବାଚନ ପ୍ରଚାର ବେଳେ ମୁଖ୍ୟମନ୍ତ୍ରୀ ଯୋଗୀ କହିଥିଲେ ଉତ୍ତର ପ୍ରଦେଶ ରାଜନୀତିରେ କୌଣସି ବି ମୁଖ୍ୟମନ୍ତ୍ରୀ ଦ୍ବିତୀୟଥର କ୍ଷମତାକୁ ଫେରିନାହାଁନ୍ତି କିନ୍ତୁ.. ମୁଁ ଫେରିବି । ସେତେବଳେ ଯୋଗୀଙ୍କ ଏହି ଦମ୍ଭୋକ୍ତିକୁ ନେଇ ଅଖିଳେଶ ଯୋଗୀଙ୍କୁ ତାତ୍ସଲ୍ୟ କରିଥିଲେ ।

2-Punjab Results: 30 ବର୍ଷରେ ପ୍ରଥମ ଥର, ବାଦଲ ପରିବାର ହାତରୁ ଗଲା କ୍ଷମତା !

୩୦ ବର୍ଷ ମଧ୍ୟରେ ପ୍ରଥମ ଥର ପାଇଁ ବାଦଲ ପରିବାରର କୌଣସି ବିଧାୟକଙ୍କୁ ପଞ୍ଜାବ ବିଧାନସଭାରେ ଦେଖିବାକୁ ମିଳିବ ନାହିଁ । ବାଦଲ ପରିବାରରେ ସମସ୍ତ ପ୍ରାର୍ଥୀଙ୍କୁ ପରାଜୟର ମୁହଁ ଦେଖିବାକୁ ମିଳିଛି ।

3-କଂଗ୍ରେସର ମିଶନ ୟୁପି ଫେଲ, ନାକ କାଟିଦେଲେ ବିକନୀ ଗାର୍ଲ-ପୋଷ୍ଟର ଗାର୍ଲ !

ୟୁପି ବିଧାନସଭା ନିର୍ବାଚନ 2022ରେ ଫେଲ ମାରିଲା କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀଙ୍କ ରଣନୀତି । ଫେଲ୍‌ ହେଲେ ପୋଷ୍ଟର ଗାର୍ଲ ଓ ବିକନୀ ଗାର୍ଲ ।

4-ପିତାଙ୍କ ପରାଜୟର ପ୍ରତିଶୋଧ ନେଲେ ଦୁଇ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ଝିଅ

ଉତ୍ତରାଖଣ୍ଡ ବିଧାନସଭା ନିର୍ବାଚନ ୨୦୨୨ରେ କିଛି ରୋଚକ ଘଟଣା ଦେଖିବାକୁ ମିଳିଛି । ଉତ୍ତରାଖଣ୍ଡର ଦୁଇ ଝିଅ-ଅନୁପମା ରାୱତ ଓ ରିତୁ ଖାଣ୍ଡୁରୀ ବିଧାନସଭା ନିର୍ବାଚନ ୨୦୨୨ରେ ସେମାନଙ୍କ ପିତାଙ୍କ ପ୍ରତିନ୍ଦ୍ବନ୍ଦ୍ବୀଙ୍କ ବିପକ୍ଷରେ ବିଜୟ ହାସଲ କରିବା ସହ ପିତାଙ୍କ ପରାଜୟର ପ୍ରତିଶୋଧ ନେଇଛନ୍ତି ।

5-କଂଗ୍ରେସ ଅବନୀତି ପଛରେ କଂଗ୍ରେସ ନେତା: ତାରା ପ୍ରସାଦ ବାହିନୀପତି

ରାଜ୍ୟରେ କଂଗ୍ରେସର ସ୍ଥିତି ଦିନକୁ ଦିନ ଅତି ଦୁର୍ବଳ ହେବାରେ ଲାଗିଛି । ଏମିତି ଅବସ୍ଥା ହୋଇଛି ଯେ, ଟିକେଟ ନେଇ ପ୍ରାର୍ଥୀ ହେବାକୁ ନେତାଙ୍କ ଅଭାବ ଦେଖିବାକୁ ମିଳିଛି । ଏନେଇ ଅସନ୍ତୋଷ ବ୍ୟକ୍ତ କରିଛନ୍ତି କଂଗ୍ରେସର ବିଧାୟକ ତାରା ପ୍ରସାଦ ବାହିନୀପତି ।

6-Odisha ULB Polls: କଟକରେ ଡୋର ଟୁ ଡୋର୍‌ ପ୍ରଚାର କରୁଛନ୍ତି ପ୍ରାର୍ଥୀ

ସ୍କୁଟିନ ସରିବା ପରେ ପାର୍ଥିପତ୍ର କାୟମ ରହିଥିବା ଜାଣି ଭୋଟ ଭିକ୍ଷାରେ ଲାଗିପଡିଲେଣି ପ୍ରାର୍ଥୀ। ନିଜର ସମର୍ଥକ ସାଉଁଟି ବା ପାଇଁ ପ୍ରାର୍ଥୀ ମାନେ ଉଦ୍ୟମ ଆରମ୍ଭ କରିଦେଲେଣି । ନିଜ ନିଜ ସାହିର ଗୁରୁଜନ ମାନଙ୍କୁ ନେଇ ଡୋର ଟୁ ଡୋର କ୍ୟାମ୍ପେନିଂରେ ଲାଗିପଡିଲେଣି ।

7-Assembly mandate: ୪ ରାଜ୍ୟରେ BJP, ପଞ୍ଜାବରେ AAP ସରକାର

ପ୍ରକଶ ପାଇଛି ବହୁତର୍ଚ୍ଚିତ ୫ ରାଜ୍ୟର ବିଧାନସଭା ନିର୍ବାଚନ ଫଳାଫଳ । ୪ ରାଜ୍ୟରେ କ୍ଷମତା ହାତେଇଲା ବିଜେପି । ପଞ୍ଜାବରେ ହାରିଲେ ହେଭିଓ୍ବେଟ, AAPର ଐତିହାସିକ ସଫଳତା । ଅନ୍ୟ ୪ ରାଜ୍ୟରେ ମଧ୍ୟ ବିଜେପି ସରକାର । କଂଗ୍ରେସର ପ୍ରଦର୍ଶନ ନୈରାଶ୍ୟଜନକ ।

8-ଦ କାଶ୍ମୀର ଫାଇଲ୍ସ ପ୍ରମୋଟ ପ୍ରସଙ୍ଗ: ମୁହଁ ଖୋଲିଲେ କପିଲ, ଟ୍ରୋଲରଙ୍କୁ ଦେଲେ ଜବାବ୍‌

ଯଦିଓ କପିଲ ଶର୍ମା ତାଙ୍କ କମେଡି ହେତୁ ଚର୍ଚ୍ଚାରେ ରହିଛନ୍ତି, କିନ୍ତୁ ଗତ କିଛି ଦିନ ହେବ ସୋସିଆଲ ମିଡିଆରେ ୟୁଜର୍ସ ତାଙ୍କ ସୋ'କୁ ବୟକଟ କରିବାକୁ ଦାବି କରିଆସୁଛନ୍ତି । ଏହା ପଛରେ କାଶ୍ମୀର ଫାଇଲ୍ସ (The Kashmir Files) ନିର୍ଦ୍ଦେଶକ ବିବେକ ଅଗ୍ନିହୋତ୍ରୀଙ୍କ ଏକ ଟୁଇଟ୍ ରହିଛି ।

9-ଜିତିଲେ ଯୋଗୀ, ଟ୍ରୋଲ ହେଲେ KRK

ନିର୍ବାଚନ ପୂର୍ବରୁ ବିବାଦୀୟ ଅଭିନେତା କମଲ ଆର ଖାନ କହିଥିଲେ ଯେ, ଯଦି ବିଜେପି ଜିତିବେ, ସେ କଦାପି ଭାରତ ଆସିବେ ନାହିଁ । ଆଜି ସକାଳେ ସେ ଏମିତି ଅନେକ ଟ୍ୱିଟ୍ କରି ଥଟ୍ଟା କରି କହିଥିଲେ ଯେ ଯୋଗୀ ଜୀ, ଆଜି ଆପଣଙ୍କର ଶେଷ ଦିନ । ଏବେ ବିଜେପି ସମର୍ଥକ ଏହି କଥାକୁ ଧ୍ୟାନ ଆକର୍ଷଣ କରି KRKଙ୍କୁ ଟ୍ରୋଲ କରୁଛନ୍ତି ।

9-Social Media Power: ରାସ୍ତାକଡ ବେଲୁନ ବିକାଳୀରୁ ରାତାରାତି ମଡେଲର୍

ସୋସିଆଲ ମିଡ଼ିଆ ବଦଳାଇଲା ବେଲୁନ ବିକାଳୀଙ୍କ ଭାଗ୍ୟ । ରାସ୍ତାରେ ବିକୁଥିଲେ ବେଲୁନ ଆଉ ଏବେ ପାଲଟିଛନ୍ତି ବ୍ୟୁଟି ସେନ୍ସେସନ ।

ABOUT THE AUTHOR

...view details